ETV Bharat / sports

PAKvsENG: ଭାଙ୍ଗିଲା 112ବର୍ଷର ରେକର୍ଡ, ପ୍ରଥମେ ଦିନରେ ଇଂଲଣ୍ଡ ସ୍କୋର 506/4

author img

By

Published : Dec 1, 2022, 8:26 PM IST

ଟେଷ୍ଟ ମ୍ୟାଚର ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା 4 ଓ୍ବିକେଟ ବିନିମୟରେ ଇଂଲିସ ଟିମ୍ ସ୍କୋର କଲା 506 ରନ୍ । ଅଧିକ ପଢନ୍ତୁ

PAK vs ENG: ଭାଙ୍ଗିଲା 112ବର୍ଷର ରେକର୍ଡ, ପ୍ରଥମେ ଦିନରେ ଇଂଲଣ୍ଡ ସ୍କୋର 506/4

ନୂଆଦିଲ୍ଲୀ: 112 ବର୍ଷର ରେକର୍ଡ ଭାଙ୍ଗିଲା ଇଂଲଣ୍ଡ । ଟେଷ୍ଟ ମ୍ୟାଚର ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା 4 ଓ୍ବିକେଟ ବିନିମୟରେ ଇଂଲିସ ଟିମ୍ ସ୍କୋର କଲା 506 ରନ୍ । ଟପ୍ 3 ବ୍ୟାଟରଙ୍କ ଦମଦାର ଶତକୀୟ ଇନିଂସ ଏବଂ ନମ୍ବର 5 ବ୍ୟାଟରଙ୍କ ଆକର୍ଷଣୀୟ ଶତକ ବଳରେ ପ୍ରଥମ ଦିନରେ ବିଶାଳ ସ୍କୋର କରିଛି ଭ୍ରମଣକାରୀ ଦଳ । ଫଳରେ ବିଶ୍ୱର ପ୍ରଥମ ଦଳ ଭାବେ ବେଟ୍ ଷ୍ଟୋକ୍ସଙ୍କ ଟିମ୍ ପ୍ରଥମ ଦିନ ଶେଷ ସୁଦ୍ଧା 500ରୁ ଅଧିକ ରନ ସ୍କୋର କରିଛି ।

ପାକିସ୍ତାନର ରାଓ୍ବଲପିଣ୍ଡି ଷ୍ଟାଡିୟମରେ ଆରମ୍ଭ ହୋଇଛି ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ । ଆଜି ଇଂଲଣ୍ଡ କ୍ୟାପଟେନ୍ ଟସ୍ ଜିତି ଆଗ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । କ୍ୟାପଟେନ୍ ବେନ ଷ୍ଟୋକ୍ସଙ୍କ ବ୍ୟାଟିଂ ନିଷ୍ପତ୍ତି ପରେ ଓପନର ଜ୍ୟାକ୍ କ୍ରଲି ଏବଂ ବେନ୍ ଡୁକେଟ୍ ପ୍ରଥମ ଓ୍ବିକଟେ ପାଇଁ ମାତ୍ର 35.5 ଓଭରେ 233 ରନର ଭାଗିଦାରୀ କରିଥିଲେ। ପରେ କ୍ବିକେଟ କିପର ବ୍ୟାଟର ପଲି ପୋପ୍ ଏବଂ ହ୍ୟାରୀ ବ୍ରୁକଙ୍କ ମଧ୍ୟରେ ଦମଦାର ପାର୍ଟନରସିପ୍ ହୋଇଥିଲା । ତେବେ ବ୍ୟାଟର ରୁଟ ମାତ୍ର 23 ରନ କରିବାରେ ସକ୍ଷମ ହୋଇଥିଲେ ।

ଆଜି ଦିନରେ ମାତ୍ର 75 ଓଭର ଖେଳାଯାଇଥିବା ବେଳେ ଇଂଲଣ୍ଡ ଅଧିନାୟକ 34 ରନ ସ୍କୋର କରି ଅପରାଜିତ ଅଛନ୍ତି । ଏପଟେ ପାକିସ୍ତାନ ବୋଲର 6 ଜଣ ବୋଲରଙ୍କୁ ବ୍ୟବହାର କରିଥିଲେ । ହାରିସ୍ ରଫ୍ ଗୋଟିଏ ଓ୍ବିକେଟ ନେଇଥିବା ବେଳେ ଜାହିଦ୍ ମହମ୍ମଦ 2ଟି ଓ୍ବିକେଟ ନେଇଛନ୍ତି ।

ତେବେ ଆଜିର ପ୍ରଥମ ଦିନ ଖେଳରେ ଇଂଲଣ୍ଡ ଟିମ୍ 112 ବର୍ଷର ରେକର୍ଡ ଭାଙ୍ଗିଛନ୍ତି । କାରଣ 1910 ମସିହାରେ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିଡନୀରେ ପ୍ରଥମ ଦିନରେ 494 ରନ ସ୍କୋର କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.