ହାଇଦ୍ରାବାଦ: ଭାରତ ଇଂଲଣ୍ଡ ମଧ୍ୟରେ ଆଜି(ରବିବାର) ତୃତୀୟ ଟି-୨୦ ମ୍ୟାଚ ଖେଳାଯିବ । ଏନେଇ ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛି । ରୋହିତ ବାହିନୀକୁ ଇଂଲଣ୍ଡ ପ୍ରଥମେ ବୋଲିଂ ପାଇଁ ଆମନ୍ତ୍ରଣ କରିଛି । ଭାରତ ଏହି ଟି-୨୦ ସିରିଜରେ ୨-୦ରେ ଆଗୁଆ ରହିଛି । ସେପଟେ ଇଂଲଣ୍ଡ ହାତରୁ ଦୁଇ ଦୁଇଟା ମ୍ୟାଚ ଯିବା ପରେ ଆଜିର ମ୍ୟାଚରେ ବିଜୟ ହାସଲ ପାଇଁ ବଟଲର ବାହିନୀର ଚେଷ୍ଟା ଜାରି ରହିବ । ଇଂଲଣ୍ଡ ବ୍ୟାଟିଂ ଉପରେ ଅଧିକ ଫୋକସ କରିପାରେ ।
-
England have won the toss and elect to bat first in the third and final T20I.
— BCCI (@BCCI) July 10, 2022 " class="align-text-top noRightClick twitterSection" data="
A look at #TeamIndia Playing XI for the game.
Live - https://t.co/BEVTo51IKg #ENGvIND pic.twitter.com/JHHMW1TInu
">England have won the toss and elect to bat first in the third and final T20I.
— BCCI (@BCCI) July 10, 2022
A look at #TeamIndia Playing XI for the game.
Live - https://t.co/BEVTo51IKg #ENGvIND pic.twitter.com/JHHMW1TInuEngland have won the toss and elect to bat first in the third and final T20I.
— BCCI (@BCCI) July 10, 2022
A look at #TeamIndia Playing XI for the game.
Live - https://t.co/BEVTo51IKg #ENGvIND pic.twitter.com/JHHMW1TInu
ସେପଟେ କ୍ଲିନ୍ ସ୍ବିପ ଲକ୍ଷ୍ୟରେ ରହିବ ରୋହିତ ବାହିନୀ । ଆଜିର ମ୍ୟାଚରେ ଭୁବନେଶ୍ବର କୁମାର , ଜଶପ୍ରୀତ ବୁମରା, ୟୁଜିବେନ୍ଦ୍ର ଚହଲ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଛି । ତାଙ୍କ ବଦଳରେ ଆଜିର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି ଶ୍ରେୟସ ଆୟର, ରବି ବିଷ୍ଣୋଇ, ଆଭେଷ ଖାନ, ଉମରାନ ମଲ୍ଲିକ ।
ଇଂଲଣ୍ଡ: ଜସ ବଟଲର(ଅଧିନାୟକ), ଜେସନ ରଏ, ଡେୱିଡ ମଲାନ, ଫିଲିପ ସଲ୍ଟ , ଲିଆମ ଲିଭଙ୍ଗଷ୍ଟୋନ, ହ୍ୟାରି ବ୍ରୁକ, ମୋଇନ ଅଲୀ, ଡେଭିଡ ୱିଲି, କ୍ରିସ ଜୋର୍ଡାନ, ରିଚି ଟପୋଲି, ରିଚାର୍ଡ ଗ୍ଲିସନ ।
ଭାରତ: ରୋହିତ ଶର୍ମା (ଅଧିନାୟକ), ଋଷଭ ପନ୍ତ(ୱିକେଟ କିପର), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶେୟାସ ଆୟାର, ଦିନେଶ କାର୍ତ୍ତିକ, ରବୀନ୍ଦ୍ର ଜାଡେଜା, ହର୍ଷଲ ପଟେଲ, ଆଭେଷ ଖାନ୍, ରବି ବିଷ୍ଣୋଇ, ଉମରାନ ମଲ୍ଲିକ