ETV Bharat / sports

ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରୁ ବେନ୍‌ ଷ୍ଟୋକ୍ସଙ୍କ ଅବସର ଘୋଷଣା - ଦିନିକିଆ କ୍ରିକେଟରୁ ଷ୍ଟୋକ୍ସଙ୍କ ଅବସର

ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରୁ ଇଂଲଣ୍ଡର ବିଶ୍ବକପ ବିଜେତା ଅଲରାଉଣ୍ଡର ତଥା ଟେଷ୍ଟ କ୍ୟାପଟେନ୍‌ ବେନ ଷ୍ଟୋକ୍ସ ଅବସର ଘୋଷଣା କରିଛନ୍ତି । ମଙ୍ଗଳବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଇଂଲଣ୍ଡ ପାଇଁ ଶେଷ ODI ମ୍ୟାଚ୍ ଖେଳିବେ ବୋଲି ଟ୍ବିଟ୍‌ କରିଛନ୍ତି ଷ୍ଟୋକ୍ସ ।

England all-rounder Ben Stokes to retire from ODIs after match against SA
ODI କ୍ରିକେଟରୁ ବେନ୍‌ ଷ୍ଟୋକ୍ସଙ୍କ ଅବସର ଘୋଷଣା
author img

By

Published : Jul 18, 2022, 6:04 PM IST

Updated : Jul 18, 2022, 6:47 PM IST

ହାଇଦ୍ରାବାଦ: ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରୁ ଇଂଲଣ୍ଡର ବିଶ୍ବକପ ବିଜେତା ଅଲରାଉଣ୍ଡର(England all-rounder Ben Stokes) ତଥା ଟେଷ୍ଟ କ୍ୟାପଟେନ୍‌ ବେନ ଷ୍ଟୋକ୍ସ ଅବସର ଘୋଷଣା କରିଛନ୍ତି । ମଙ୍ଗଳବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ହୋମ ଗ୍ରାଉଣ୍ଡ ସିଟ୍‌ ୟୁନିକ୍‌ ରିଭରସାଇଡ୍‌ରେ ଇଂଲଣ୍ଡ ପାଇଁ ଶେଷ ODI ମ୍ୟାଚ୍ ଖେଳିବେ ବୋଲି ଟ୍ବିଟ୍‌ କରିଛନ୍ତି ଷ୍ଟୋକ୍ସ ।

ଷ୍ଟୋକ୍ସ ଏଯାବତ ୧୦୪ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ ଖେଳିଥିବାବେଳେ, ଦିନିକିଆ ଫର୍ମାଟରୁ ନିଜ କ୍ରିକେଟ କ୍ୟାରିୟର ଶେଷ କରିବାକୁ ଯାଉଛନ୍ତି । ୩୧ବର୍ଷୀୟ ଷ୍ଟୋକ୍ସଙ୍କ ODI କ୍ୟାରିୟର ସର୍ବଦା ଲର୍ଡ୍ସରେ ଖେଳାଯାଇଥିବା ୨୦୧୯ ICC ପୁରୁଷ କ୍ରିକେଟ ବିଶ୍ବକପ ଫାଇନାଲରେ ପ୍ଲେଆର ଅଫ ଦ ମ୍ୟାଚ୍‌ ପ୍ରଦର୍ଶନ ପାଇଁ ମନେରହିବ ।

ବର୍ଷ ୨୦୧୧ରେ ଆୟରଲାଣ୍ଡ ବିପକ୍ଷରେ ODI ଡେବ୍ୟୁ କରିଥିଲେ ଷ୍ଟୋକ୍ସ । ଏହି ଫର୍ମାଟରେ ତାଙ୍କ ନାମରେ ତିନୋଟି ଶତକ ସମେତ ୨୯୧୯ ରନ୍‌ ରହିଛି । ଏଥିସହ ୭୪ ୱିକେଟ ମଧ୍ୟ ହାସଲ କରିଛନ୍ତି ବିଶ୍ବ କ୍ରିକେଟର ଏହି ଅନ୍ୟତମ ଷ୍ଟାର ଅଲରାଉଣ୍ଡର । ପାକିସ୍ତାନ ବିପକ୍ଷରେ ଇଂଲଣ୍ଡ ଟିମର ନେତୃତ୍ବ ମଧ୍ୟ ସେ ନେଇଛନ୍ତି ଓ ଟିମକୁ ୩-୦ରେ ବିଜୟୀ କରାଇଛନ୍ତି ।

ଷ୍ଟୋକ୍ସଙ୍କ ଏହି ଘୋଷଣା କ୍ରିକେଟ ଫ୍ୟାନ୍ସଙ୍କୁ ତାଜୁବ କରିଥିବାବେଳେ, ତିନୋଟି ଫର୍ମାଟରେ ଖେଳିବାକୁ ଶରୀର ସାଥ୍‌ ଦେଉନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଷ୍ଟୋକ୍ସ । ନିଜ ଅବସର ଘୋଷଣାପତ୍ରରେ ଷ୍ଟୋକ୍ସ ଲେଖିଛନ୍ତି, "ବ୍ୟସ୍ତବହୁଳ ସୂଚୀରେ ଆମଠାରୁ ଯାହା ଆଶା ରହିଛି, ଅନୁରୂପ ପ୍ରଦର୍ଶନ କରିବାରେ ଶରୀର ସାଥ୍‌ ଦେଉନାହିଁ । ସେଥିପାଇଁ ଅନ୍ୟ ଜଣେ ଖେଳାଳିଙ୍କ ସ୍ଥାନ ନେବା ଠିକ୍‌ ହେବନାହିଁ । ଗତ ୧୧ ବର୍ଷ ଧରି ମୋର ଅନେକ ସ୍ମରଣୀୟ ସ୍ମୃତି ରହିଛି । ମୁଁ ଟେଷ୍ଟ କ୍ରିକେଟ ଉପରେ ଏବେ ଫୋକସ କରିବାକୁ ଚାହେଁ । ଏଥିସହ ଟି୨୦ ଫର୍ମାଟରେ ମଧ୍ୟ ଭଲ ପ୍ରଦର୍ଶନ ପାଇଁ ସମସ୍ତ ପ୍ରୟାସ କରିବାକୁ ଚାହେଁ । ଜସ ବଟଲର, ମାଥ୍ୟୁ ମଟ୍‌, ସମସ୍ତ ସାଥୀ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କୁ ସହଯୋହ ଓ ସମର୍ଥନ ପାଇଁ ଧନ୍ୟବାଦ ।"

Last Updated : Jul 18, 2022, 6:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.