ETV Bharat / sports

ପ୍ରଥମ ଟେଷ୍ଟ: ପ୍ରଥମ ଇନିଂସରେ ଚିତପଟାଙ୍ଗ ଇଲଂଣ୍ଡ, ୧୮୩ ରନରେ ଅଲଆଉଟ୍ - ଭାରତ ବନାମ ଇଂଲଣ୍ଡ ପ୍ରଥମ ଟେଷ୍ଟ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଦମଦାର ପ୍ରଦର୍ଶନ କରିଛି ଭାରତ । ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଇଂଲଣ୍ଡ ଦଳ ମାତ୍ର ୧୮୩ ରନ କରି ଅଲଆଉଟ ହୋଇଛି । ଅଧିକ ପଢ଼ନ୍ତୁ...

england all out for 183 in first test first inning against india
ପ୍ରଥମ ଟେଷ୍ଟ: ପ୍ରଥମ ଇନିଂଶରେ ଚିତପଟାଙ୍ଗ ଇଲଂଣ୍ଡ, ୧୮୩ ରନରେ ଅଲଆଉଟ୍
author img

By

Published : Aug 4, 2021, 10:28 PM IST

ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଦମଦାର ପ୍ରଦର୍ଶନ କରିଛି ଭାରତ । ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଇଂଲଣ୍ଡ ଦଳ ମାତ୍ର ୧୮୩ ରନ କରି ଅଲଆଉଟ ହୋଇଛି । ପ୍ରଥମରୁ ହିଁ ଭାରତ ସଠିକ ଲାଇନ ଲେନଥରେ ବୋଲିଂ କରିଥିଲା । ଯାହା ଫଳରେ ପ୍ରଥମ ଓଭରରେ ଇଂଲଣ୍ଡ ପ୍ରଥମ ୱିକେଟ ହରାଇଥିଲା ।

ଭାରତର ଆକ୍ରମଣାତ୍ମକ ବୋଲିଂ ଆଗରେ ଇଂଲଣ୍ଡ ବ୍ୟାଟିଂ ଲାଇନ ଧ୍ବସ୍ତ ହୋଇଯାଇଥିଲା । ଇଂଲଣ୍ଡ ପକ୍ଷରୁ ଅଧିନାୟକ ଜୋ ରୁଟ୍ ହିଁ କେବଳ ୬୪ ରନର ପାଳି ଖେଳି ପାରିଛନ୍ତି । ତାଙ୍କ ପଛକୁ ବେୟାରଷ୍ଟୋ ୨୯ ରନ୍, ଜାକ୍ କ୍ରାୱଲୀ ୨୭ ରନ୍, ଡନ ସିବ୍ଲେ ୧୮ ରନ୍ ଓ ଶେଷ ବେଳକୁ ସାମ କୁରାନ ୨୭ ରନ ହିଁ କରିବାକୁ ସକ୍ଷମ ହୋଇଥିଲେ । ଯାହା ଫଳରେ ଇଂଲଣ୍ଡ ପ୍ରଥମ ଇନିଂସରେ ୧୮୩ ରନ କରିବାକୁ ସକ୍ଷମ ହୋଇ ପାରିଥିଲା ।

ଭାରତ ପକ୍ଷରୁ ପ୍ରାୟ ସମସ୍ତ ବୋଲର ଆକ୍ରମଣାତ୍ମକ ବୋଲିଂ କରିଥିଲେ । ଜଶପ୍ରୀତ ବୁମରା ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ମହମ୍ମଦ ସାମି ୩ ୱିକେଟ ନେଇ ଇଂଲଣ୍ଡକୁ ଧରାଶାୟୀ କରିଦେଇଥିଲେ । କୌଣସି ବ୍ୟାଟ୍ସମ୍ୟାନ ପଡ଼ିଆରେ ଅଧିକ ସମୟ ବିତାଇ ପାରିନଥିଲେ । ସେପଟେ ଶାର୍ଦ୍ଦୁଲ ଠାକୁର ଓ ମହମ୍ମଦ ସିରାଜ ମଧ୍ୟ ଯଥାକ୍ରମେ ଦୁଇଟି ଓ ଗୋଟିଏ ନେଇଥିଲେ । ତେବେ ସ୍ପିନର ରବିନ୍ଦ୍ର ଜାଡେଜା କୌଣସି ୱିକେଟ ନେଇ ପାରିନଥିଲେ ।

ନଟିଂହାମ ପିଚରେ ବଲ ସ୍ପିନ ଓ ସ୍ବିଂ ଉଭୟ ହେଉଛି । ଏହାସହ ପାଗ ମେଘୁଆ ଯୋଗୁଁ ବୋଲରଙ୍କୁ ସୁହାଉଛି । ଏହି ପିଚରେ ଭାରତର ବ୍ୟାଟିଂ ଉପରେ ସଭିଙ୍କ ନଜର ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.