ETV Bharat / sports

ଆଣ୍ଡରସନ ଇଂଲଣ୍ଡର ସର୍ବାଧିକ ଟେଷ୍ଟ ଖେଳିଥିବା ଖେଳାଳି, କୁକ୍‌ଙ୍କୁ ଟପିଲେ

ଇଂଲଣ୍ଡ ପକ୍ଷରୁ ସର୍ବାଧିକ ଟେଷ୍ଟ ମ୍ୟାଚ୍‌ ଖେଳିଥିବା ଖେଳାଳି ହୋଇଛନ୍ତି ଆଣ୍ଡରସନ । ଅଧିକ ପଢନ୍ତୁ...

Eng vs NZ, 2nd Test: Anderson surpasses Cook to become England's most capped Test cricketer
ଆଣ୍ଡରସନ ଇଂଲଣ୍ଡର ସର୍ବାଧିକ ଟେଷ୍ଟ ଖେଳିଥିବା ଖେଳାଳି, କୁକ୍‌ଙ୍କୁ ଟପିଲେ
author img

By

Published : Jun 10, 2021, 8:28 PM IST

ଏଜବାଷ୍ଟନ: ଭେଟେରାନ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଆଉଏକ ନୂଆ କିର୍ତ୍ତୀମାନର ଅଧିକାରୀ ହୋଇଛନ୍ତି । ଗୁରୁବାର ଇଂଲଣ୍ଡ ପକ୍ଷରୁ ସର୍ବାଧିକ ଟେଷ୍ଟ ମ୍ୟାଚ୍‌ ଖେଳିଥିବା ଖେଳାଳି ହୋଇଛନ୍ତି ଆଣ୍ଡରସନ । ଏହା କରିବାରେ ସେ ପୂର୍ବତନ କ୍ୟାପଟେନ ଆଲିଷ୍ଟାର କୁକ୍‌ଙ୍କୁ ପଛରେ ପକାଇଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ଏଜବାଷ୍ଟନ ଟେଷ୍ଟରେ ଆଣ୍ଡରସନ ଏହି ସଫଳତାର ଅଧିକାରୀ ହୋଇଛନ୍ତି । ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ।

କ୍ରିକେଟର ଲମ୍ବା ଫର୍ମାଟରେ ଆଣ୍ଡରସନ 162 ମ୍ୟାଚ୍‌ ସହ ଇଂଲଣ୍ଡର ସର୍ବାଧିକ ମ୍ୟାଚ ଖେଳିଥିବା ଖେଳାଳି ହୋଇଛନ୍ତି । କୁକ୍‌ଙ୍କ ନାମରେ 161ଟି ମ୍ୟାଚ୍‌ ରହିଛି । ଅନ୍ୟତମ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ 147ଟି ଟେଷ୍ଟ ସହ ଏହି ତାଲିକାରେ ତୃତୀୟରେ ରହିଛନ୍ତି । ଚତୁର୍ଥରେ 133 ମ୍ୟାଚ ସହ ପୂର୍ବତନ କ୍ରିକେଟର ଆଲେକ ଷ୍ଟେୱାର୍ଟ ରହିଛନ୍ତି ।

ଆଣ୍ଡରସନ ବିଶ୍ବରେ ଏକମାତ୍ର ବୋଲର ଭାବେ 600 ଟେଷ୍ଟ ୱିକେଟ ହାସଲ କରିଛନ୍ତି । ଆଣ୍ଡରସନଙ୍କ ନାମରେ 616 ଟେଷ୍ଟ ୱିକେଟ ରହିଛି ଯାହାକି, ବ୍ରଡଙ୍କ ଠାରୁ 98ଟି ଅଧିକ । ସକ୍ରିୟ ଖେଳାଳି ଭାବେ ସର୍ବାଧିକ ୱିକେଟ ହାସଲକାରୀ ଖେଳାଳିଙ୍କ ମଧ୍ୟରେ ଶୀର୍ଷ 10 ତାଲିକାରେ ରହିଛନ୍ତି ବ୍ରଡ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.