ETV Bharat / sports

କନୱେଙ୍କ ଦମଦାର ଦ୍ବିଶତକ, 378ରେ ଶେଷ ନ୍ୟୁଜିଲାଣ୍ଡର ପ୍ରଥମ ଇଂନିସ - କନୱେଙ୍କ ଦମଦାର ଦ୍ବିଶତକ

ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ନ୍ୟୁଜିଲାଣ୍ଡର ପ୍ରଥମ ଇଂନିସ 378ରେ ଶେଷ ହୋଇଛି । ଅଧିକ ପଢନ୍ତୁ...

Eng vs NZ, 1st test: Conway's 200 in NZ's 378 all out
କନୱେଙ୍କ ଦମଦାର ଦ୍ବିଶତକ, 378ରେ ଶେଷ ନ୍ୟୁଜିଲାଣ୍ଡର ପ୍ରଥମ ଇଂନିସ
author img

By

Published : Jun 3, 2021, 10:49 PM IST

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ନ୍ୟୁଜିଲାଣ୍ଡର ପ୍ରଥମ ଇଂନିସ 378ରେ ଶେଷ ହୋଇଛି । ଡେବ୍ୟୁ ମ୍ୟାଚ ଖେଳୁଥିବା ଡେଭନ କନୱେ ଦମଦାର ଦ୍ବିଶତକ ହାସଲ କରିଛନ୍ତି । କନୱେ 578 ମିନିଟ ବ୍ୟାଟିଂ କରିବା ସହ 347 ବଲର ସାମ୍ନା କରିଛନ୍ତି । ଦ୍ବିଶତକୀୟ ଇଂନିସରେ 22ଟି ଚୌକା ଓ ଗୋଟିଏ ଛକା ସାମିଲ ରହିଛି ।

ଇଂଲଣ୍ଡ ପକ୍ଷରୁ ଓଲି ରବିନସନ ସର୍ବାଧିକ 4ଟି ୱିକେଟ ଅକ୍ତିଆର କରିଥିବାବେଳେ ମାର୍କ ଉଡ 3ଟି ୱିକେଟ ହାସଲ କରିଛନ୍ତି । ଫଳରେ ପ୍ରଥମ ଇଂନିସରେ 378 ରନରେ ଅଲଆଉଟ ହୋଇଛି ନ୍ୟୁଜିଲାଣ୍ଡ ।

ଅନ୍ୟପଟେ ଚା' ପାନ ବିରତି ସୁଦ୍ଧା ଇଂଲଣ୍ଡ 10 ଓଭର ମଧ୍ୟରେ 25 ରନରେ ଦୁଇଟି ୱିକେଟ ହରାଇଛି ।

ପ୍ରଥମ ଦିନର ଅସମାପ୍ତ ସ୍କୋର 246/3ରୁ ଖେଳ ଆରମ୍ଭ କରି ନ୍ୟୁଜିଲାଣ୍ଡ ଦ୍ବିତୀୟ ଦିନାର ପ୍ରଥମ ସେସନରେ ମାତ୍ର 9 ଓଭରରେ 6 ରନ ମଧ୍ୟରେ 4ଟି ୱିକେଟ ହରାଇ ସଂକଟରେ ପଡିଥିଲା ।

ସଂକ୍ଷିପ୍ତ ସ୍କୋର: (ଦ୍ବିତୀୟ ଦିନ ଚା' ବିରତି ସୁଦ୍ଧା) ନ୍ୟୁଜିଲାଣ୍ଡ 378 ଅଲଆଉଟ(ଡି କନୱେ 200, ଏଚ ନିକୋଲାସ 61, ଓ ରବିନସନ 4/75, ମାର୍କ ଉଡ 3/81) ଇଂଲଣ୍ଡ 25 /2 ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.