ETV Bharat / sports

Edgbaston Test: ଭାରତୀୟ ପ୍ରଶଂସକଙ୍କୁ ଜାତିଆଣ ଆକ୍ଷେପ, ତଦନ୍ତ ଆରମ୍ଭ କଲା ECB

author img

By

Published : Jul 5, 2022, 7:35 PM IST

ଇଂଲଣ୍ଡ ପ୍ରଶଂସକ ମାନେ ଭାରତୀୟ ପ୍ରଶଂସକମାନଙ୍କୁ ଜାତିଆଣ ଆକ୍ଷେପ କରିବା ସହିତ ର୍ଦୁବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏନେଇ ଇଂଲଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ ଭାରତୀୟ ପ୍ରଶଂସକଙ୍କ ଅଭିଯୋଗ ଅନୁଯାୟୀ ତଦନ୍ତ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

ଏଜବେଷ୍ଟନ ଟେଷ୍ଟ : ଭାରତୀୟ ପ୍ରଶଂସକ କଳା ଗୋରା ଭେଦଭାବର ଶିକାର

ହାଇଦ୍ରାବାଦ: ଇଂଲଣ୍ଡର ଏଜବେଷ୍ଟନରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଇଥିବା ପଞ୍ଚମ ଟେଷ୍ଟର ଚତୁର୍ଥ ଦିନରେ ଭାରତୀୟ ପ୍ରଶଂସକଙ୍କମାନେ ଜାତିଗତ ଭେଦଭାବର ଶିକାର ହୋଇଛନ୍ତି । ଇଂଲଣ୍ଡ ପ୍ରଶଂସକ ମାନେ ଭାରତୀୟ ପ୍ରଶଂସକମାନଙ୍କୁ ଜାତିଆଣ ଆକ୍ଷେପ କରିବା ସହିତ ର୍ଦୁବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏନେଇ ଇଂଲଣ୍ଡ କ୍ରିକେଟ ବୋର୍ଡ (ECB) ପକ୍ଷରୁ ଭାରତୀୟ ପ୍ରଶଂସକଙ୍କ ଅଭିଯୋଗ ଅନୁଯାୟୀ ତଦନ୍ତ ଆରମ୍ଭ ହୋଇଛି । କିଛି ଭାରତୀୟ ପ୍ରଶଂସକ ମଧ୍ୟ ଚତୁର୍ଥ ଦିନ ତଥା ସୋମବାର ରାତିର ଖେଳ ପରେ ଇଂଲଣ୍ଡ ପ୍ରଶଂସକଙ୍କ ଦ୍ବାରା ଶିକାର ହୋଇଥିବା ଜାତିବାଦ ର୍ଦୁବ୍ୟବହାର ନେଇ ଟ୍ବିଟରରେ ଅଭିଯୋଗ କରି କରିଥିଲେ ।

ଏଜବେଷ୍ଟନରେ ଖେଳାଯାଇଥିବା ପଞ୍ଚମ ଟେଷ୍ଟର ଚତୁର୍ଥ ଦିନ ତଥା ସୋମବାର ରାତିର ଜାତିବାଦ ଘଟଣା ବାବଦରେ ଏଜବେଷ୍ଟନର ମୁଖ୍ୟ କାର୍ଯ୍ୟକାରୀ ଷ୍ଟୁଅର୍ଟ କୈନ ଦୁଃଖ ପ୍ରକାଶ କରିଛନ୍ତି । ଏବାବଦରେ କୈନ କହିଛନ୍ତି ଏ ଅଭିଯୋଗ ମୋତେ ଆଘାତ ଦେଇଛି । କାରଣ ଆମେ ଏଜବେଷ୍ଟନକୁ ସମସ୍ତଙ୍କ ପାଇଁ ସୁରକ୍ଷିତ ଏବଂ ସ୍ବାଗତଯୋଗ୍ୟ ପରିସ୍ଥିତି କରିବା ପାଇଁ ଦିନ ରାତି ପ୍ରୟାସ ଜାରି ରଖିଛୁ । ଏହା ସହିତ କୈନ ଆହୁରି ମଧ୍ୟ କହିଛନ୍ତି ଅଭିଯୋଗ ହୋଇଥିବା ପ୍ରଥମ ଟ୍ବିଟକୁ ଦେଖିବା ପରେ ବ୍ୟକ୍ତଗତ ଭାବରେ ମୁଁ ଜାତିବାଦର ଅଭିଯୋଗ ଆଣିଥିବା ବ୍ୟକ୍ତିସହିତ କଥା ହୋଇ ଘଟଣା ବାବଦରେ ଜାଣିବାକୁ ଚାହିଁଛି। କାରଣ ଆମେ ଚାହୁଁନା ଏଜବେଷ୍ଟନରେ କୌଣସି ବ୍ୟକ୍ତିକୁ କୌଣସି ପ୍ରକାରର ର୍ଦୁବ୍ୟବହାର ଶିକାର ନ ହୁଅନ୍ତୁ । ଯଦି ଏ ଘଟଣା ବାବଦରେ ସମସ୍ତ ପ୍ରକାର ତଥ୍ୟ ପ୍ରମାଣ ମିଳିଯିବ ତାହେଲେ ଆମେ ସୁନିଶ୍ଚିତ ଭାବରେ ଏହି ଘଟଣାର ସମାଧାନ କରିବୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.