ETV Bharat / sports

IPL ମିଡିଆ ରାଇଟ୍ସ ପାଇଁ ପ୍ରକ୍ରିୟା ଆରମ୍ଭ

ଆଇପିଏଲ ୨୦୨୩ରୁ ୨୦୨୭ ପର୍ଯ୍ୟନ୍ତ ମିଡିଆ ରାଇଟ୍ସ ଅଧିକାର ପାଇଁ ରବିବାରଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ୨୦୨୩ରୁ ୨୦୨୭ ମିଡିଆ ରାଇଟ୍ସ ପାଇଁ ସକାଳ ୧୧ଟା ସମୟରୁ ଇ-ନିଲାମୀ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ

author img

By

Published : Jun 12, 2022, 10:55 PM IST

ଆଇପିଏଲ ମିଡିଆ ରାଇଟ୍ସ ପାଇଁ ପ୍ରକ୍ରିୟା ଆରମ୍ଭ

ମୁମ୍ବାଇ: ଆଇପିଏଲ ୨୦୨୩ରୁ ୨୦୨୭ ପର୍ଯ୍ୟନ୍ତ ମିଡିଆ ରାଇଟ୍ସ ଅଧିକାର ପାଇଁ ରବିବାର ଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ୨୦୨୩ରୁ ୨୦୨୭ ମିଡିଆ ରାଇଟ୍ସ ପାଇଁ ସକାଳ ୧୧ଟା ସମୟରୁ ଇ-ନିଲାମୀ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରତି ମ୍ୟାଚ୍‌ର ମିଡିଆ ରାଇଟ୍ସ ୧୦୦ କୋଟି ପାର୍‌ ପହଞ୍ଚିଛି । ସୋମବାରଠାରୁ ଇ-ନିଲାମୀ ଆରମ୍ଭ ହେବ ।

ଏହାର ଅର୍ଥ ବର୍ତ୍ତମାନ IPL ପ୍ରତି ମ୍ୟାଚ୍‌ ମୂଲ୍ୟ ୧୦୦ କୋଟି ଟଙ୍କାରୁ ଅଧିକ ରହିଛି । ତେବେ ମିଡିଆ ରାଇଟ୍ସ ପାଇଁ କେଉଁ କମ୍ପାନୀ କେତେ ଟେଣ୍ଡର ପକାଇଛନ୍ତି ତାହା ଜଣା ପଡ଼ିନାହିଁ । ମିଡିଆ ରାଇଟ୍ସ ଦେବାକୁ ୪ଟି ପ୍ୟାକେଜ ବ୍ୟବସ୍ଥା କରିଛି ବିସିସିଆଇ । A, B, C ଓ D ଭାବରେ ୪ଟି କାଟାଗୋରୀ କରିଛି ବିସିସିଆଇ । ପ୍ୟାକେଜ Aରେ କେବଳ ଭାରତୀୟ ଟିଭି ବ୍ରଡକାଷ୍ଟରଙ୍କୁ ମ୍ୟାଚ୍‌ ପ୍ରସାରଣ ପାଇଁ ସୁଯୋଗ ମିଳିବ । ସେହିଭଳି B କାଟାଗୋରୀରେ ଡିଜିଟାଲ ପ୍ଲାଟଫର୍ମରେ ମ୍ୟାଚ୍‌ ପ୍ରସାରଣ ହେବ । C ଓ D କାଟାଗୋରୀରେ ଗେମ୍ସ ଗୁଡ଼ିକ ପାଇଁ ରହିଛି । C କାଟାଗୋରୀ ବିଭିନ୍ନ ଡିଡିଟାଲ ପ୍ଲାଟଫର୍ମରେ ଥିବା ୧୮ଟି ସ୍ଥିରୀକୃତ ଗେମ୍ସ ପାଇଁ ରହିଛି । D କାଟାଗୋରୀରେ ବିଦେଶରେ ଥିବା ଟିଭି ଏବଂ ଡିଜିଟାଲ୍ ଗେମ୍ସ ପାଇଁ ଉଦ୍ଦିଷ୍ଟ ରହିଛି ।

ପ୍ରତ୍ୟେକ ପ୍ୟାକେଜ ପାଇଁ କମ୍ପାନୀଗୁଡ଼ିକୁ ଅଲଗା ଅଲଗା ବିଡ୍‌ ଲଗାଇବାକୁ ହେବ । ପ୍ୟାକେଜ Aରେ ପ୍ରତି ମ୍ୟାଚ୍‌ ଦର ୪୯ କୋଟି ଟଙ୍କା ରହିଛି । B କାଟାଗୋରୀରେ ପ୍ରତି ମ୍ୟାଚ୍‌ ପିଛା ଦର ୩୩ କୋଟି ରହିଛି । ସେହଭଳି କାଟାଗୋରୀ Cରେ ନନ୍‌ ଏକ୍ସ୍ଲୁସିଭ୍‌ ମ୍ୟାଚ୍‌ ରହିଛି । ଏହି କାଟାଗୋରୀରେ ପ୍ରିତ ମ୍ୟାଚ ପିଛା ଦର ୧୧ କୋଟି ଟଙ୍କା ରହିଛି । ସେହିଭଳି କାଟାଗୋରୀ Dରେ ମ୍ୟାଚ୍‌ ପିଛା ଦର ୩ କୋଟି ଟଙ୍କା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.