ETV Bharat / sports

T-20 World Cup: ବୁମରାଙ୍କ ବଦଳରେ ସାମିଙ୍କୁ ମିଳିବ ସ୍ଥାନ !

ବୁମରାଙ୍କ ବଦଳ ଖେଳାଳି ଭାବରେ ମହମ୍ମଦ ସାମିଙ୍କୁ ଟି-୨୦ ବିଶ୍ବକପରେ ସ୍ଥାନ ଦିଆଯିବା ନେଇ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଏକ ସଙ୍କେତ ଦେଇଛନ୍ତି । ଅଧିକ ପଢନ୍ତୁ

author img

By

Published : Oct 5, 2022, 8:17 PM IST

T20 World Cup : ବୁମରାଙ୍କ ବଦଳରେ ମହମ୍ମଦ ସାମିଙ୍କୁ ସ୍ଥାନ ଦିଆଯାଇପାରେ

ହାଇଦ୍ରାବାଦ: ଅଷ୍ଟ୍ରେଲିଆରେ ଅକ୍ଟୋବର ୧୬ରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ବକପରୁ ଫାଷ୍ଟ ବୋଲର ଜଶପ୍ରିତ ବୁମରା ( Jasprit Bumrah ) ବାଦ ପଡିବା ନେଇ ବିସିସିଆଇ ଆନୁଷ୍ଠାନିକ ଭାବେ ଘୋଷଣା କରିସାରିଛି । ହେଲେ ବୁମରାଙ୍କ ବଦଳ ଖେଳାଳିଙ୍କ ନାମ ଏଯାଏଁ ଘୋଷଣା କରି ନାହିଁ ବିସିସିଆଇ । ତେବେ ବୁମରାଙ୍କ ସ୍ଥାନରେ ବିଶ୍ବକପରେ କିଏ ଖେଳିବ ତାକୁ ନେଇ ଦ୍ବନ୍ଦ୍ୱରେ ପଡିଛି ଦଳ । ଏନେଇ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ( Head coach Rahul Dravid ) ଏକ ସଙ୍କେତ ଦେଇଛନ୍ତି । ଦ୍ରାବିଡ କହିଛନ୍ତି, "ମହମ୍ମଦ ସାମି ( Mohammad Shami ) ନିକଟରେ କରୋନାରୁ ସୁସ୍ଥ ହୋଇଛନ୍ତି । ଯଦି ସାମିଙ୍କ ଫିଟନେସ ଠିକ ଥାଏ ତେବେ ବୁମରାଙ୍କ ବଦଳ ଖେଳାଳି ହିସାବରେ ତାଙ୍କୁ ଟି୨୦ ବିଶ୍ବକପରେ ସାମିଲ କରାଯାଇପାରେ । ଦଳର ପ୍ରଥମ ପସନ୍ଦ ମହମ୍ମଦ ସାମି ଅଟନ୍ତି । ଏହା ସହିତ ଦୀପକ ଚହର ଏବଂ ମହମ୍ମଦ ସିରାଜ ମଧ୍ୟ ଦମଦାର ଫର୍ମରେ ଅଛନ୍ତି । ହେଲେ ଆମେ ବୁମରାଙ୍କ ବିକଳ୍ପ ଖେଳାଳି ଚାହୁଁଛୁ ।"

"ବୁମରାଙ୍କ ବଦଳ ଖେଳାଳି ଚୟନ କରିବାକୁ ଆମ ପାଖରେ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ସମୟ ସୀମା ରହିଛି । ଫାଷ୍ଟ ବୋଲର ମହମ୍ମଦ ସାମି ବିଶ୍ବକପ ସ୍କ୍ବାଡରେ ଷ୍ଟାଣ୍ଡ ବାଏରେ ରହିଥିଲେ ମଧ୍ୟ ଦୁର୍ଭାଗ୍ୟବଶତଃ ସେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ ଖେଳିବକୁ ବଞ୍ଚିତ ରହିଲେ । ସାମି ଏବେ NCA ହେପାଜାତରେ ଅଛନ୍ତି । ଆମକୁ ରିପୋର୍ଟ ନେବାକୁ ହେବ କି ସେ କେମିତି ଫିଟ ହେଉଛନ୍ତି । ୧୪-୧୫ ଦିନ କୋଭିଡ ସଂକ୍ରମଣ ପରେ ବର୍ତ୍ତମାନ ତାଙ୍କର ସ୍ଥିତି କେମିତି ରହିଛି । ଏହା ପରେ ଆମେ ତାଙ୍କୁ ଦଳରେ ସାମିଲ କରିବା କଥା ଚିନ୍ତା କରିବୁ । ବୁମରାଙ୍କ ଅନୁପସ୍ଥିତିରେ ଟିମ ଇଣ୍ଡିଆକୁ ନିଶ୍ଚିତ ଭାବରେ ଏକ ଫାଷ୍ଟ ବୋଲରର ଆବଶ୍ୟକ ରହିଛି ।"

ପୂର୍ବରୁ ମହମ୍ମଦ ସାମି ଭାରତୀୟ ଟି-୨୦ ବିଶ୍ବକପ ସ୍କ୍ବାଡରେ ଷ୍ଟାଣ୍ଡବାଏରେ ଥିଲେ । ଏହା ସହିତ ମହମ୍ମଦ ସାମି ନାମ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଟି୨୦ ସିରିଜ ସ୍କ୍ବାଡରେ ମଧ୍ୟ ଘୋଷଣା ହୋଇଥିଲା । ଅଷ୍ଟ୍ରେଲିଆ ସିରିଜ ପୂର୍ବରୁ ସାମି କରୋନା ଆକ୍ରାନ୍ତ ହୋଇଥିଲେ । ଏନେଇ ସେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଟି୨୦ ସିରିଜରୁ ବାଦ ପଡିଥିଲେ । ଏହି ସିରିଜରେ ମହମ୍ମଦ ସାମିଙ୍କ ବଦଳରେ ଫାଷ୍ଟ ବୋଲର ଉମେଶ ଯାଦବଙ୍କୁ ଦଳ ତରଫରୁ ସ୍ଥାନ ଦିଆଯାଇଥିଲା । ସେପଟେ ଆସନ୍ତାକାଲି (ଗୁରୁବାର ) ଭାରତୀୟ ବିଶ୍ବକପ ଦଳ ଅଷ୍ଟ୍ରେଲିଆ ଗସ୍ତ କରିବ । ଅକ୍ଟୋବର ୨୩ ରେ ଭାରତ ପାରମ୍ପାରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନ ସହିତ ଟି୨୦ ବିଶ୍ବକପ ଅଭିଯାନ ଆରମ୍ଭ କରିବ । ଏହା ପୂର୍ବରୁ ଭାରତ ଦୁଇଟି ଅଭ୍ୟାସ ମ୍ୟାଚ ଖେଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.