ETV Bharat / sports

Angelo Mathews Timed out: ଭାବ ବିହ୍ୱଳ ହେଲେ ଶ୍ରୀଲଙ୍କା ଅଲରାଉଣ୍ଡର, ଶାକିବ୍‌ ଓ ତାଙ୍କ ଟିମକୁ କହିଲେ... - ଟାଇମ୍‌ ଆଉଟ୍‌ ହୋଇଛନ୍ତି ଶ୍ରୀଲଙ୍କାର ଅଭିଜ୍ଞ ଅଲରାଉଣ୍ଡର

ଟାଇମ୍‌ ଆଉଟ୍‌ ପରେ ବାଂଲାଦେଶର ଅଧିନାୟକଙ୍କୁ ଲଜ୍ଜା ଲାଗିବା କଥା କହିଲେ ଆଞ୍ଜେଲୋ ମାଥ୍ୟୁସ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Nov 7, 2023, 12:45 PM IST

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ଇତିହାସରେ ଟାଇମ୍‌ ଆଉଟ୍‌ ହୋଇଛନ୍ତି ଶ୍ରୀଲଙ୍କାର ଅଭିଜ୍ଞ ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସ । ବିଶ୍ୱକପ୍‌ 2023ରେ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ବ୍ୟାଟିଂ ନକରି ମଧ୍ୟ ସେ ଆଉଟ ହୋଇଥିବା ଘୋଷଣା ହୋଇଥିଲା । ସେ ପିଚ୍‌ରେ ବ୍ୟାଟିଂ କରିବା ପାଇଁ ନିର୍ଦ୍ଧାରିତ ସମୟ ାରୁ ଅଧିକ ସମୟ ନେଇଥିବାରୁ ବିପକ୍ଷ ଦଳ ଅମ୍ପାୟାରଙ୍କୁ ଟାଇମ୍‌ ଆଉଟ୍‌ ଅପିଲ୍‌ କରିଥିଲେ । ଏହାପରେ ଅମ୍ପାୟାର ଆଞ୍ଜେଲୋ ମାଥ୍ୟୁସଙ୍କୁ ଆଉଟ୍‌ ଘୋଷଣା କରିଥିଲେ । ଶାକିବ୍‌ ଅଲ୍‌ ହାସନଙ୍କ ଏପରି ନିଷ୍ପତିକୁ ଲଜ୍ଜା ଲାଗିବା କଥା ବୋଲି କହିଛନ୍ତି ଆଞ୍ଜେଲୋ ମାଥ୍ୟୁସ । ଶାକିବଙ୍କ ନିଷ୍ପତ୍ତିରେ ସହମତି ନୁହନ୍ତି ବୋଲି କହିବା ସହ ଟାଇମ ଶେଷ ହେବା ପୂର୍ବରୁ ବ୍ୟାଟିଂ ପାଇଁ ପିଚ୍‌ରେ ପହଞ୍ଚିଥିବା ଦାବି କରିଛନ୍ତି ମାଥ୍ୟୁସ ।

ମାଥ୍ୟୁସ୍ କହିଛନ୍ତି ଯେ, "ନିଜକୁ ପ୍ରସ୍ତୁତ କରିବା ସହ କ୍ରିଜ୍‌ରେ ପହଞ୍ଚିବା ପାଇଁ ମୋ ପାଖରେ 2 ମିନିଟ ସମୟ ଥିଲା । କିନ୍ତୁ ମୋ ହେଲମେଟରେ ସାମାନ୍ୟ ତ୍ରୁଟି ଥିଲା। ଏହାପରେ ଆଉ ଏକ ହେଲମେଟ୍‌ ନେଇ ମୁଁ କ୍ରିଜ୍‌ରେ ପହଞ୍ଚିଥିଲି । କିନ୍ତୁ ମୁଁ କ୍ରିଜ୍‌ରେ ପହଞ୍ଚିବା ପାଇଁ 2 ମିନିଟରୁ ଅଧିକ ସମୟ ନେଇଥିଲି ବାଂଲାଦେଶର ଅଧିନାୟକ ଅମ୍ପାୟାରଙ୍କୁ ଏନେଇ ଅଭିଯୋଗ କରିବା ପରେ ମୋତେ ଟାଇମ୍‌ ଆଉଟ କରାଯାଇଥିଲା । ଏଥିପାଇଁ ଶାକିବ୍‌ ଅଲ୍‌ ହାସନଙ୍କୁ ଲଜ୍ଜା ଲାଗିବା କଥା । ଯଦି ସେମାନେ ସେପରି କ୍ରିକେଟ୍ ଖେଳିବାକୁ ଚାହାଁନ୍ତି, ତାହାଲେ ମୁଁ ଭାବୁଛି ତାହା ସମ୍ପୂର୍ଣ୍ଣ ଭୁଲ । ହେଲମେଟ୍‌ରେ ତ୍ରୁଟି ଥିବା ପରେ ଆହୁରି ମୋ ପାଖରେ 5 ସେକେଣ୍ଡ ସମୟ ଥିଲା । ଏମିତି କହିବା ପରେ ଭାବବିହ୍ବଳ ହୋଇପଡିଥିଲେ ମାଥ୍ୟୁସ୍ ।

ଏହା ମଧ୍ୟ ପଢନ୍ତୁ-Cricket World Cup 2023: କେମିତି ଆଉଟ୍‌ ହେଲେ ମାଥ୍ୟୁସ୍‌ ? ଜାଣନ୍ତୁ କଣ Timed Out

ବାଂଲାଦେଶ ସହ ହାତ ମିଳାଇଲା ନାହିଁ ଶ୍ରୀଲଙ୍କା: ଆଞ୍ଜେଲୋ ମାଥ୍ୟୁସ କହିଛନ୍ତି ଯେ, ବାଂଲାଦେଶ ବିଜୟୀ ହେବା ପରେ ଆମେ ତାଙ୍କ ସହ ହାତ ମିଳାଇନଥିଲୁ । କାରଣ ଶାକିବ୍‌ ଅଲ୍‌ ହାସନ ଟାଇମ୍‌ ଆଉଟ୍‌କୁ ପ୍ରତ୍ୟାହାର କରିବାକୁ ମନା କରି ଦେଇଥିଲେ । ସେମାନେ ଖେଳ ଓ ଆମ ଭାବନାକୁ ସମ୍ମାନ କରୁନାହାନ୍ତି । ଆମକୁ ସମ୍ମାନ କରୁଥିବା ଲୋକଙ୍କୁ ସମ୍ମାନ ଦେବା ଆବଶ୍ୟକ । ଏହାର ଅର୍ଥ ନୁହେଁ ଯେ କେବଳ ଖେଳକୁ ସମ୍ମାନ କରିବା । ବ୍ୟାଟିଂ ପାଇଁ ଯିବା ପରେ ମୋତେ ଟାଇମ୍‌ ଆଉଟ୍‌ ଦର୍ଶାଇ ଆଉଟ କରାଯାଇଛି । ମୋ କ୍ୟାରିୟରରେ ଏହା ପ୍ରଥମ । ଏହି ନିଷ୍ପତିରେ ମୁଁ ବି ଚକିତ ହୋଇଯାଇଥିଲି । ଯଦି ମୁଁ ବ୍ୟାଟିଂ କରିଥାାନ୍ତି ତେବେ ଆମେ ମ୍ୟାଚ ବୋଧ ହୁଏ ଯିତିଥାଆନ୍ତୁ ।

ଶାକିବ୍‌ କହିଛନ୍ତି ଯେ, ଆମର ଜଣେ ଫିଲ୍ଡର ମୋ ପାଖକୁ ଆସି କହିଥିଲେ ଯେ 2 ମିନିଟ ପରେ ଆଞ୍ଜେଲୋ ମାଥ୍ୟୁସ କ୍ରିଜକୁ ଆସିଥିଲେ । ଏହାପରେ ମୁଁ ଅମ୍ପାୟାରଙ୍କୁ ଏ ବିଷୟରେ କହିଥିଲି । ଆଉଟ୍‌ ନିଷ୍ପତ୍ତି ପରେ ମାଥ୍ୟୁସ ମୋତେ ଏ ବିଷୟରେ ପଚାରିଥିଲେ । ସେ ଆଉଟ୍‌ ନିଷ୍ପତି ଫେରାଇ ନେବାକୁ ଅପିଲ କରିଥିଲେ । କିନ୍ତୁ ମୁଁ ରାଜି ହୋଇନଥିଲି । ନିୟମ ଅନୁଯାୟୀ 2 ମିନିଟ ମଧ୍ୟରେ ଜଣେ ବ୍ୟାଟର କ୍ରିଜକୁ ଆସିବାକୁ ପଡିବ ଏବଂ ସେ ସେତେବେଳେ ସେଠାରେ ନଥିଲେ।

ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରିଥିଲା । ସମରବିକ୍ରମା ଆଉଟ୍‌ ହେବାପରେ ମାଥ୍ୟୁସ୍‌ ବ୍ୟାଟିଂ କରିବାକୁ ଆସିଥିଲେ । କିନ୍ତୁ ସେ ଏକ ଭୁଲ୍‌ ହେଲ୍‌ମେଟ୍‌ ନେଇ ପଡ଼ିଆକୁ ଚାଲି ଆସିଥିବାରୁ ଜଣେ ଅତିରିକ୍ତ ଖେଳାଳି ସଠିକ ହେଲ୍‌ମେଟ୍‌ ଦେଇଥିଲେ । ଏହାପରେ ମାଥ୍ୟୁସ ବ୍ୟାଟିଂ କରିବାକୁ ପଡ଼ିଆକୁ ଆସିଥିଲେ। ଏହି ସମୟରେ ବାଂଲାଦେଶ ଅଧିନାୟକ ଶାକିବ୍‌ ଅଲ୍‌ ହାସନ୍‌ ଟାଇମ୍‌ ଆଉଟ୍‌ ନେଇ ଅମ୍ପାୟାରଙ୍କ ନିକଟରେ ଅଭିଯୋଗ କରିଥିଲେ । ଯାହାକୁ ନେଇ ମାଥ୍ୟୁସ୍‌ଙ୍କୁ ଅମ୍ପାୟାର ଆଉଟ୍‌ ଘୋଷଣା କରିଥିଲେ । ଅସନ୍ତୋଷ ହୋଇ ମାଥ୍ୟୁସ ଅମ୍ପାୟାର ଏବଂ ଶାକିବ୍‌ଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ହେଲେ ଶାକିବ୍‌ ନିଜ ଅପିଲ୍‌ ଉଠାଇ ନେବାକୁ ରାଜି ନହେବାରୁ ମାଥ୍ୟୁସ୍‌ ଆଉଟ୍‌ ହୋଇ ଫେରିଯାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.