ETV Bharat / sports

15 କୋଟି ଟଙ୍କା ଠକେଇର ଶିକାର ହେଲେ ଧୋନି - ଠକେଇର ଶିକାର ହେଲେ ଧୋନି

MS Dhoni duped of Rs 15 crore: ଧୋନିଙ୍କୁ ଚୂନ ଲଗାଇଲେ ତାଙ୍କ ପୂର୍ବତନ ବିଜନେସ ପାର୍ଟନର । ଦୁଇ ଜଣଙ୍କ ବିରୋଧରେ କୋର୍ଟରେ ଅଭିଯୋଗ । ଅଧିକ ପଢନ୍ତୁ

ଠକେଇର ଶିକାର ହେଲେ ଧୋନି
MS Dhoni duped
author img

By ETV Bharat Odisha Team

Published : Jan 6, 2024, 8:55 AM IST

ରାଞ୍ଚି: ଠକେଇର ଶିକାର ହେଲେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ଧୋନିଙ୍କ ଠାରୁ 15 କୋଟି ଟଙ୍କା ଠକେଇ କଲେ ତାଙ୍କ ପୂର୍ବତନ ବିଜନେସ ପାର୍ଟନର । ଆର୍କା ସ୍ପୋର୍ଟସ ଆଣ୍ଡ ମ୍ୟାନେଜମେଣ୍ଟ ଲିମିଟେଡର ଦୁଇଜଣ ଅଧିକାରୀଙ୍କ ବିରୋଧରେ ସେ ଏପରି ଅଭିଯୋଗ ଆଣିଛନ୍ତି । ସେ ମିହିର ଦିୱାକର ଏବଂ ସୌମ୍ୟ ବିଶ୍ବାସଙ୍କ ବିରୋଧରେ ରାଞ୍ଚି କୋର୍ଟରେ ଏକ ମାମଲା ଦାୟର କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଧୋନିଙ୍କ ମାନହାନୀ ମକଦ୍ଦମାରେ ମାଡ୍ରାସ ହାଇକୋର୍ଟଙ୍କ ଶୁଣାଣି, 15 ଦିନ ଜେଲରେ ରହିବେ IPS ସମ୍ପତ

ଏକ ବିଶ୍ବସ୍ତରୀୟ କ୍ରିକେଟ୍ ଏକାଡେମୀ ପ୍ରତିଷ୍ଠା ପାଇଁ ଆର୍କା ସ୍ପୋର୍ଟସ ଆଣ୍ଡ ମ୍ୟାନେଜମେଣ୍ଟ ଲିମିଟେଡ କମ୍ପାନୀ ସହିତ ଏକ ଚୁକ୍ତି କରିଥିଲେ ମହେନ୍ଦ୍ର ସିଂ ଧୋନି । କିନ୍ତୁ କମ୍ପାନୀ ଏହି ଚୁକ୍ତି ଅନୁଯାୟୀ ନିୟମ ପାଳନ କରିନଥିଲା । ଅନେକ ଥର ଧୋନି ମଧ୍ୟ ଏନେଇ ନୋଟିସ ଜାରି କରିଛନ୍ତି । କିନ୍ତୁ ମିହିର ଦିୱାକର ଏବଂ ସୌମ୍ୟ ବିଶ୍ବାସ କୌଣସି ପ୍ରତିକ୍ରିୟା ଦିଅନ୍ତି ନାହିଁ । ଡିଲ୍ ଅନୁଯାୟୀ କମ୍ପାନୀ ପକ୍ଷରୁ ଧୋନିଙ୍କୁ ଟଙ୍କା ଦିଆଯାଇନଥିଲା ।

ଏହା ମଧ୍ୟ ପଢନ୍ତୁ- VIRAL ALERT: ଭଗବତ ଗୀତା ସହିତ ନଜର ଆସିଲେ ଧୋନି, ସଫଳ ହେଲା ଆଣ୍ଠୁ ସର୍ଜରୀ

କ୍ରିକେଟ୍ ଏକାଡେମୀ ପାଇଁ 2017 ମସିହାରେ ସମ୍ପୃକ୍ତ କମ୍ପାନୀର 2 ଅଧିକାରୀ ଓ ଧୋନିଙ୍କ ମଧ୍ୟରେ ଏକ ଡିଲ ହୋଇଥିଲା । ଡିଲ ଅନୁଯାୟୀ ଆର୍କା ସ୍ପୋର୍ଟସ ଫ୍ରାଞ୍ଚାଇଜ ଫି ଓ ଲାଭ ଟଙ୍କା ଧୋନିଙ୍କୁ ସେୟାର କରିବାର ଥିଲା । ପର ମୁହୁର୍ତ୍ତରେ କମ୍ପାନୀ ଏହି ନିୟମକୁ ଉଲ୍ଲଂଘନ କରିଥିଲା । ଫଳରେ ଅନେକ ଆର୍ଥିକ କ୍ଷତି ସହିଥଲେ ଧୋନି । 2021 ଅଗଷ୍ଟ 15 ତାରିଖରେ ଆର୍କା ସ୍ପୋର୍ଟସ କମ୍ପାନୀକୁ ଏକ ନୋଟିସ ଜାରି କରାଯାଇଥିଲା ।

ଅନେକ ଥର ନୋଟିସ ଜାରି କରିଥିଲେ ମଧ୍ୟ କମ୍ପାନୀ ତରଫରୁ କୌଣସି ଉତ୍ତର ଦିଆଯାଉନଥିଲା । ଆର୍କା ସ୍ପୋର୍ଟସ କମ୍ପାନୀ ବିରୋଧରେ ଅଭିଯୋଗ ପରେ ଧୋନିଙ୍କ ବନ୍ଧୁ ସିମାନ୍ତ ଲୋହାନିଙ୍କୁ ମିହିର ଦିୱାକର ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଦୁଇ ବିଜନେସ ମ୍ୟାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।

ଏହା ମଧ୍ୟ ପଢନ୍ତୁ- ପରଦାରେ ମାହିଙ୍କ ଜଲୱା, ପୁଣି ରିଲିଜ ହେବ ସୁଶାନ୍ତଙ୍କ ଅଭିନିତ ଏମଏସ ଧୋନୀ ଅନଟୋଲ୍ଡ ଷ୍ଟୋରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.