ETV Bharat / sports

'କନୱେଙ୍କ ପାଖରେ ରହିଛି ରବିନ୍ଦ୍ର ଜାଡେଜାଙ୍କ ଝଲକ'

author img

By

Published : Jun 22, 2021, 9:12 PM IST

ଡେଭନ କନୱେଙ୍କ ନିକଟରେ ରହିଛି ରବିନ୍ଦ୍ର ଜାଡେଜାଙ୍କ ଝଲକ । ଏଭଳି ମନ୍ତବ୍ୟ ଦେଇଛନ୍ତି ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ଡେଭନ କନୱେଙ୍କ କୋଚ୍ ଗ୍ଲେନ ପୋକନେଲ । ଅଧିକ ପଢ଼ନ୍ତୁ...

conway devon has glimpse of ravinder jadeja

ନୂଆଦିଲ୍ଲୀ: ଡେଭନ କନୱେଙ୍କ ମଧ୍ୟରେ ରହିଛି ରବିନ୍ଦ୍ର ଜାଡେଜାଙ୍କ ଝଲକ । ଏଭଳି ମନ୍ତବ୍ୟ ଦେଇଛନ୍ତି ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ଡେଭନ କନୱେଙ୍କ କୋଚ୍ ଗ୍ଲେନ ପୋକନେଲ । ଥରେ ସେଟ ହେଲେ ଏହି ବ୍ୟାଟ୍ସମ୍ୟାନ ବୋଲରଙ୍କ ଲାଇନ ଲେନ୍ଥ ବିଗାଡ଼ି ଦେଇ ପାରନ୍ତି ବୋଲି କହିଛନ୍ତି କନୱେଙ୍କ କୋଚ ପୋକନେଲ ।

ଲର୍ଡସରେ ଇଂଲଣ୍ଡ ବିପକ୍ଷ ସିରିଜର ପ୍ରଥମ ମ୍ୟାଚରେ ଡେଭନ କନୱେ ଦମଦାର ବ୍ୟାଟିଂ କରି ପ୍ରଥମ ଇନିଂସରେ ଦ୍ୱିଶତକ ହାସଲ କରିଥିଲେ । ଐତିହାସିକ ଲର୍ଡସ ଷ୍ଟାଡିୟମରେ ଡେବ୍ୟୁ ଟେଷ୍ଟ ଏଭଳି କୀର୍ତ୍ତିମାନ ହାସଲ କରିବାରେ ସେ ହେଉଛନ୍ତି ଷଷ୍ଠ କ୍ରିକେଟର । 347 ବଲରେ ସେ ଦ୍ୱିଶତକ ହାସଲ କରିବାକୁ ସକ୍ଷମ ହୋଇଥିଲେ ।

ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଜନ୍ମ ନେଇଥିବା ଡେଭନ କନୱେ 2017ରେ ନ୍ୟୁଜିଲାଣ୍ଡ ଆସିଥିଲେ । ଏହାପରେ ସେ ୱେଲିଂଟନ ପାଇଁ 2018-19 ସିଜିନ ପାଇଁ ଚୁକ୍ତି ସ୍ୱାକ୍ଷର କରିଥିଲେ । ଏହି ସିଜିନରେ ସେ ସର୍ବାଧିକ ରନ ସଂଗ୍ରହ କରିଥିଲେ । ଜଣେ ୱିକେଟକିପର ଅଲରାଉଣ୍ଡର ଭାବରେ କ୍ୟାରିଅର ଆରମ୍ଭ କରିଥିବା ଡେଭନ କନୱେଙ୍କୁ ଶେଷରେ ନ୍ୟୁଜିଲାଣ୍ଡର ଜାତୀୟ ଦଳରେ ସ୍ଥାନ ମିଳିଥିଲା ।

ଗ୍ଲେନ ପୋକନେଲ କହିଛନ୍ତି ଯେ, "ସ୍ଥିତିକୁ ନେଇ ଖେଳ ପରିବର୍ତ୍ତନ କ୍ଷମତା କନୱେଙ୍କ ପାଖରେ ରହିଛି । ଯେକୌଣସି ପରିସ୍ଥିତି ମୁତାବକ ଖେଲ ପ୍ରଦର୍ଶନ କରିବା ତାଙ୍କର ଦକ୍ଷତା । ଏହି କ୍ରିକେଟର ନିଜର ଅଲଗା କ୍ରିକେଟ ଖେଳିବା ଶୈଳୀ ରହିଛି । ଏଭଳି କ୍ଷମତା ଭାରତ ରବିନ୍ଦ୍ର ଜାଡେଜାଙ୍କ ପାଖରେ ରହିଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.