ETV Bharat / sports

IPL 2022: ଟିମ୍‌ ସିଫର୍ଟ କୋରୋନା ସଂକ୍ରମିତ, ପୁଣି ବଦଳିଲା ଦିଲ୍ଲୀର ମ୍ୟାଚ୍‌ ଭେନ୍ୟୁ - ଦିଲ୍ଲୀ କ୍ୟାମ୍ପରେ କୋରୋନା ସଂକ୍ରମଣ

ଦିଲ୍ଲୀ କ୍ୟାମ୍ପ୍‌ରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ବର୍ତ୍ତମାନ ପୁନଃର୍ବାର ଏକ ମ୍ୟାଚ୍ ଭେନ୍ୟୁ ପରିବର୍ତ୍ତନ କରିଛି ବିସିସିଆଇ । IPL 2022 ଟୁର୍ଣ୍ଣାମେଣ୍ଟରେ ଦିଲ୍ଲୀ କ୍ୟାପିଟାଲ୍ସର ବର୍ତ୍ତମାନ ସୁଦ୍ଧା ୬ ଜଣ କ୍ରିକେଟର ଓ ସପୋର୍ଟ ଷ୍ଟାଫ୍‌ କୋରୋନା ସଂକ୍ରମିତ ହୋଇ ସାରିଛନ୍ତି ।ଅଧିକ ପଢ଼ନ୍ତୁ

IPL 2022: ଟିମ୍‌ ସିଫର୍ଟ କୋରୋନା ସଂକ୍ରମିତ, ପୁଣି ବଦଳିଲା ଦିଲ୍ଲୀର ମ୍ୟାଚ୍‌ ଭେନ୍ୟୁ

author img

By

Published : Apr 20, 2022, 9:22 PM IST

ମୁମ୍ବାଇ: ଦିଲ୍ଲୀ କ୍ୟାମ୍ପ୍‌ରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ବର୍ତ୍ତମାନ ପୁନଃର୍ବାର ଏକ ମ୍ୟାଚ୍ ଭେନ୍ୟୁ ପରିବର୍ତ୍ତନ କରିଛି ବିସିସିଆଇ । IPL 2022 ଟୁର୍ଣ୍ଣାମେଣ୍ଟରେ ଦିଲ୍ଲୀ କ୍ୟାପିଟାଲ୍ସର ବର୍ତ୍ତମାନ ସୁଦ୍ଧା ୬ ଜଣ କ୍ରିକେଟର ଓ ସପୋର୍ଟ ଷ୍ଟାଫ୍‌ କୋରୋନା ସଂକ୍ରମିତ ହୋଇ ସାରିଛନ୍ତି । ଆଜି ଦିଲ୍ଲୀ ଦଳରେ ସାମିଲ ଥିବା ନ୍ୟୁଜିଲାଣ୍ଡର ବ୍ୟାଟର ଟିମ୍‌ ସିଫର୍ଟଙ୍କ କୋରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି ।

ଏହାପରେ ଦିଲ୍ଲୀ ଓ ରାଜସ୍ଥାନ ମଧ୍ୟରେ ଖେଳାଯିବାକୁ ଥିବା ଟୁର୍ଣ୍ଣାମେଣ୍ଟର ୩୪ତମ ମ୍ୟାଚ୍‌ ଭେନ୍ୟୁରେ ପରିବର୍ତ୍ତନ କରିଛି ବିସିସିଆଇ । ପୂର୍ବରୁ ଏହି ମ୍ୟାଚ୍‌ ଏମ୍‌ସିଏ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିଲା । ତେବେ ବର୍ତ୍ତମାନ ଏହି ମ୍ୟାଚ୍‌କୁ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମକୁ ସ୍ଥାନାନ୍ତର କରାଯାଇଛି ।

ଦିଲ୍ଲୀ କ୍ୟାପିଟାଲ୍ସର ଏକାଧିକ ଖେଳାଳି ବା ସପୋର୍ଟ ଷ୍ଟାଫ୍‌ କୋରୋନା ସଂକ୍ରମିତ ହେବାପରେ ପଞ୍ଜାବ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ୍‌କୁ ସ୍ଥାନାନ୍ତର କରାଯାଇଥିଲା । ପୁନେର MCA ଷ୍ଟାଡିୟମ ପରିବର୍ତ୍ତେ ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଖେଳାଯାଇଛି ଏହି ମ୍ୟାଚ୍‌ । ଆଉ ଜଣେ କୋରୋନା ସଂକ୍ରମିତ ଚିହ୍ନଟ ହେବାପରେ ଏବେ ପୁଣିଥରେ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍‌ ଭେନ୍ୟୁରେ ପରିବର୍ତ୍ତନ କରାଯାଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.