ETV Bharat / sports

BWF World Championship: କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଲେ ପିଭି ସିନ୍ଧୁ - ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପ୍‌ରେ ପିଭି ସିନ୍ଧୁ

ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପ୍‌ର ରାଉଣ୍ଡ ୧୬ ପର୍ଯ୍ୟାୟରେ ଥାଇଲାଣ୍ଡର ସଟଲର୍‌ଙ୍କୁ ମାତ ଦେଲେ ପିଭି ସିନ୍ଧୁ । ଫଳରେ ସେ କ୍ବାର୍ଟର ଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

BWF World Championship: କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଲେ ପିଭି ସିନ୍ଧୁ

author img

By

Published : Dec 16, 2021, 4:41 PM IST

ନୂଆଦିଲ୍ଲୀ: ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପ୍‌ର ରାଉଣ୍ଡ ୧୬ ପର୍ଯ୍ୟାୟରେ ଥାଇଲାଣ୍ଡର ସଟଲର୍‌ଙ୍କୁ ମାତ ଦେଲେ ପିଭି ସିନ୍ଧୁ । ଫଳରେ ସେ କ୍ବାର୍ଟର ଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି । ଗୁରୁବାର ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନ୍‌ସିପ୍‌ରେ ଥାଇଲାଣ୍ଡର ପୋର୍ନପାୱି ଚୋଚୁୱଙ୍ଗ୍‌ଙ୍କୁ ଦୁଇଟି ସିଧା ସେଟ୍‌ରେ ମାତ୍‌ ଦେଇଛନ୍ତି ଭାରତୀୟ ସଟ୍‌ଲର ପିଭି ସିନ୍ଧୁ ।

ଏହି ରାଉଣ୍ଡ ୧୬ ପର୍ଯ୍ୟାୟ ମ୍ୟାଚରେ ଡିଫେଡିଂ ଚମ୍ପିଆନ୍‌ ପିଭି ସିନ୍ଧୁ ଆରମ୍ଭରୁ ଆକ୍ରାମକ ଖେଳ ପ୍ରଦର୍ଶନ କରିଥିଲେ । ପ୍ରଥମରୁ ହିଁ ସେ ୫-୧ରେ ଆଗୁଆ ରହିଥିଲେ । ତାଙ୍କ ପିଛା କରି ଥାଇଲାଣ୍ଡ ସଟଲ୍‌ର ୪-୫ ସ୍କୋର କରିବାକୁ ସକ୍ଷମ ହୋଇଥିଲେ । ତେବେ ପୁଣି ଦମଦାର ସଟ୍‌ ଖେଳି ସିନ୍ଧୁ ସ୍କୋର୍‌ ୭-୪ ନିକଟକୁ ନେଇ ଯାଇଥିଲେ ।

ଥାଇଲାଣ୍ଡ ସଟଲର୍‌ ସିନ୍ଧୁଙ୍କ ପିଛା କରି ପ୍ରଥମ ସେଟ୍‌ରେ କେବଳ ୧୪ ପଏଣ୍ଟ ହିଁ ହାସଲ କରି ପାରିଥିଲେ । ଏହି ସେଟ୍‌କୁ ସିନ୍ଧୁ ୨୧-୧୪ରେ ଜିତି ନେଇଥିଲେ । ଦ୍ବିତୀୟ ସେଟ୍‌ରେ ଉଭୟଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ଏହି ସେଟ୍‌ରେ ମଧ୍ୟ ସିନ୍ଧୁ ପ୍ରଥମରୁ ହିଁ ୩-୦ରେ ଆଗୁଆ ରହିଥିଲେ । ଏହି ସେଟ୍‌ରେ ମଧ୍ୟ ଥାଇଲାଣ୍ଡର ସଟ୍‌ଲର ପୋର୍ନପାୱି ଚୋଚୁୱଙ୍ଗ୍ ଲଢ଼ୁଆ ପ୍ରଦର୍ଶନ କରି ୧୮ ପଏଣ୍ଟ ହାସଲ କରିଥିଲେ ।

ତେବେ ବିଜୟ ହ୍ରାସ କରିବାକୁ ଥାଇଲାଣ୍ଡ ସଟ୍‌ଲରଙ୍କ ୧୮ ଯଥେଷ୍ଟ ନଥିଲା । ସିନ୍ଧୁ ପୁନଃ ୨୧ ପଏଣ୍ଟ ହାସଲ କରି ସେଟ୍‌ ସହ ମ୍ୟାଚ୍‌ ବିଜୟ ହୋଇଛନ୍ତି । ବର୍ତ୍ତମାନ ବିଶ୍ବ ରାଙ୍କିଂରେ ସପ୍ତମ ସ୍ଥାନରେ ରହିଛନ୍ତି ପିଭି ସିନ୍ଧୁ । ଏହି ମ୍ୟାଚ୍‌ ୪୮ ଘଣ୍ଟା ଧରି ଚାଲିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.