ମୁମ୍ବାଇ: ଆଇପିଏଲ ୨୦୨୨ର ଉଦ୍ଘାଟନୀ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ(CSK) ଓ କୋଲକାତା ନାଇଟ ରାଇଡର୍ସ(KKR) ମଧ୍ୟରେ ଖେଳାଯାଉଛି । ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ମହେନ୍ଦ୍ର ସିଂହ ଧୋନିଙ୍କ ବ୍ୟାଟ୍ରୁ ରନ ବର୍ଷା ଦେଖିବାକୁ ମିଳିଛି । ଧୋନିଙ୍କ ଧୁଆଁଧାର ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୩୧ ରନ୍ ସଂଗ୍ରହ କରିଛି । ଫଳରେ କୋଲକାତା ନାଇଟ ରାଇଡର୍ସ ସାମ୍ନାରେ ୧୩୨ ରନ୍ର ବିଜୟ ଲକ୍ଷ୍ୟ ରହିଛି ।
ମୁମ୍ବାଇ: ଆଇପିଏଲ ୨୦୨୨ର ଉଦ୍ଘାଟନୀ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଉଛି । ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ମହେନ୍ଦ୍ର ସିଂହ ଧୋନିଙ୍କ ବ୍ୟାଟ୍ରୁ ରନ ବର୍ଷା ଦେଖିବାକୁ ମିଳିଛି । ଧୋନିଙ୍କ ଧୁଆଁଧାର ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୩୧ ରନ୍ ସଂଗ୍ରହ କରିଛି । ଫଳରେ କୋଲକାତା ନାଇଟ ରାଇଡର୍ସ(KKR) ସାମ୍ନାରେ ୧୩୨ ରନ୍ର ବିଜୟ ଲକ୍ଷ୍ୟ ରହିଛି ।
ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ଭେଟେରାନ ମହେନ୍ଦ୍ର ସିଂହ ଧୋନି ଅପରାଜେୟ ଅର୍ଦ୍ଧଶତକ ଇଂନିସ ଖେଳିବା ସହିତ କ୍ୟାପଟେନ୍ ରବିନ୍ଦ୍ର ଜାଡେଜାଙ୍କ ସହ ମିଶି ଚେନ୍ନାଇକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ । ଜାଡେଜା ଅପରାଜିତ ୨୬ ରନ୍ର ଧୈର୍ଯ୍ୟପୂର୍ଣ୍ଣ ଇଂନିସ ଖେଳିଥିଲେ । ଚେନ୍ନାଇ ପ୍ରଥମ ୫ ଓଭରରେ ମାତ୍ର ୨୮ ରନ୍ ସଂଗ୍ରହ କରିପାରିଥିଲା । CSK ଇଂନିସର ପ୍ରଥମ ଓଭରର ତୃତୀୟ ବଲ୍ରେ ଉମେଶ ଯାଦବ ଓପନର ଋତୁରାଜ ଗାଏକ୍ବାଡଙ୍କୁ ପାଭିଲିୟନ ପଠାଇ ଦେଇଥିଲେ । ପରେ ରବିନ ଉଥାପ୍ପାଙ୍କ ସହିତ ବ୍ୟାଟିଂ ପାଇଁ ଡେଭନ କନୱେ ଆସିଥିଲେ ମଧ୍ୟ ଫେଲ୍ ମାରିଥିଲେ । ଉଥାପ୍ପା ୨୮ ଓ ରାୟୁଡୁ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନ୍ଆଉଟ୍ ହୋଇଥିଲେ । କୋଲକାତା ପକ୍ଷରୁ ଉମେଶ ଯାଦବ ଦୁଇଟି ୱିକେଟ ଅକ୍ତିଆର କରିଥିଲେ । ବରୁଣ ଚକ୍ରବର୍ତ୍ତୀ ଓ ଆନ୍ଦ୍ର ରସେଲଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ