ETV Bharat / sports

ବିରି ମାଡ଼ ଦେଖି କୋଳଥ ଚୋପା ! ମୁମ୍ବାଇ ଅବସ୍ଥା ଏମିତି, ସେପଟେ CSK ଖୋଜୁଛି ମାହିଙ୍କ ବିକଳ୍ପ

author img

By ETV Bharat Odisha Team

Published : Dec 16, 2023, 10:43 PM IST

CSK looking for alternative of MS Dhoni: ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ମୁମ୍ବାଇ ଇଣ୍ଡିଆନ୍ସରେ ଅଧିନାୟକ ପରିବର୍ତ୍ତନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ରୋହିତଙ୍କ ସ୍ଥାନରେ ପାଣ୍ଡ୍ୟାଙ୍କୁ ଅଧିନାୟକ କରିବାରୁ ଦଳ ଲକ୍ଷ ଲକ୍ଷ ପ୍ରଶଂସକ ହରାଇଛି । ଏନେଇ ଧୋନୀଙ୍କ ବିକଳ୍ପ ଖୋଜୁଥିବା ଚେନ୍ନାଇ ସୁପର କିଙ୍ଗସ୍‌ ଏବେ ଚିନ୍ତାରେ ପଡ଼ିଛି । ଅଧିକ ପଢ଼ନ୍ତୁ

CSK ଖୋଜୁଛି ମାହିଙ୍କ ବିକଳ୍ପ
CSK ଖୋଜୁଛି ମାହିଙ୍କ ବିକଳ୍ପ

ହାଇଦ୍ରାବାଦ: ୫ ଥର ଆଇପିଏଲ୍‌ ଟ୍ରଫି ଜିତାଇଥିବା ଅଧିନାୟକ ରୋହିତ ଶର୍ମାଙ୍କୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନୂତନ ଅଧିନାୟକ ଭାବେ ନିଯୁକ୍ତ କରିବା ମୁମ୍ବାଇ ଇଣ୍ଡିଆନ୍ସକୁ କିଛିମାତ୍ରାରେ ମହଙ୍ଗା ପଡ଼ିଛି । କାରଣ ଏଭଳି ଘୋଷଣା ପରେ କ୍ରମାଗତ ଭାବରେ ଦଳ ଏହାର ସୋସିଆଲ୍‌ ମିଡିଆରୁ ଲକ୍ଷ ଲକ୍ଷ ଫଲୋୟର୍ସ ହରାଇବାରେ ଲାଗିଛି । କେଉଁଠି ପ୍ରଶଂସକମାନେ ଜର୍ସି ପୋଡ଼ିଲେଣି ତ କେଉଁଠି କ୍ୟାପ୍‌ । ଏଭଳି ସ୍ଥିତିରେ ଚିନ୍ତାରେ ପଡ଼ିଛି ନୂଆ ଅଧିନାୟକ ସନ୍ଧାନରେ ଥିବା ଚେନ୍ନାଇ ସୁପର କିଙ୍ଗସ୍‌ । କାରଣ ସମ୍ଭବତଃ ଆଇପିଏଲ୍‌ ୨୦୨୪ ଧୋନୀଙ୍କର ଖେଳାଳି ଭାବେ ଶେଷ ଆଇପିଏଲ୍‌ ହୋଇପାରେ । ତେଣୁ ଏହାପରେ କାହାକୁ ସିଏସ୍‌କେ ଅଧିନାୟକ କରିବ, ସେନେଇ ଏବେଠାରୁ ମାନସମନ୍ଥନ ଆରମ୍ଭ କରିଛି ।

ବାସ୍ତବରେ, ମୁମ୍ବାଇ ପରି ଚେନ୍ନାଇ ମଧ୍ୟ ଆଇପିଏଲ୍‌ ୨୦୨୨ରେ ଏକ ଏସ୍କପେରିମେଣ୍ଟ କରିଥିଲା । ଭବିଷ୍ୟତକୁ ଦୃଷ୍ଟିରେ ରଖି ଧୋନୀଙ୍କ ଉପସ୍ଥିତିରେ ରବୀନ୍ଦ୍ର ଜାଡେଜାଙ୍କୁ ଅଧିନାୟକ କରିଥିଲା ସିଏସ୍‌କେ । ହେଲେ ଟିମ୍‌ ମ୍ୟାନେଜ୍‌ମେଣ୍ଟର ଏହି ପଦକ୍ଷେପ ସଫଳ ହୋଇନଥିଲା । ସିଜିନ୍‌ ଆଧାରେ ପରିସ୍ଥିତି ଏଭଳି ହେଲା ଯେ, ଧୋନୀଙ୍କୁ ପୁଣିଥରେ ଅଧିନାୟକ ପଦ ଗ୍ରହଣ କରିବାକୁ ପଡିଲା । ଏହାପରେ ଆଇପିଏଲ୍‌ ୨୦୨୩ରେ ଧୋନୀ ହିଁ ଚେନ୍ନାଇ ସୁପର କିଙ୍ଗ୍ସର ନେତୃତ୍ବ ନେଇଥିଲେ ଓ ଦଳକୁ ଚମ୍ପିଆନ୍‌ କରାଇଥିଲେ । ବର୍ତ୍ତମାନ ଆଇପିଏଲ୍‌ ୨୦୨୪ ପାଇଁ ମଧ୍ୟ ଚେନ୍ନାଇ ସୁପର କିଙ୍ଗ୍ସ ମହେନ୍ଦ୍ର ସିଂ ଧୋନୀଙ୍କୁ ଏହାର ଅଧିନାୟକ ରଖିଛି ।

ଏହା ମଧ୍ୟ ପଢ଼ନ୍ତୁ...କ୍ୟାପ୍ଟେନ୍‌ ସର୍ତ୍ତ ରଖି ଆସିଥିଲେ ପାଣ୍ଡ୍ୟା ! ଦିନକରେ ୫ଲକ୍ଷ ଫଲୋୟର୍ସ ହରାଇଲା MI

ତେବେ ସମ୍ଭବତଃ ଧୋନୀ ଆଇପିଏଲ୍‌ ୨୦୨୪ ପରେ କ୍ରିକେଟ୍‌ର ସବୁ ଆଇପିଏଲ୍‌ରୁ ଅବସର ନେଇପାରନ୍ତି । ଏଭଳି ସ୍ଥିତିରେ ତାଙ୍କ ସ୍ଥାନରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ କିଏ ହେବେ, ଏହା ବର୍ତ୍ତମାନ ଫ୍ରାଞ୍ଚାଇଜ୍‌ ଆଗରେ ସବୁଠାରୁ ବଡ଼ ପ୍ରଶ୍ନ ହୋଇ ଛଡ଼ା ହୋଇଛି । ଯଦିଓ ଆର୍‌ସିବିର ଅଧିନାୟକ ଛାଡ଼ିବା ନେଇ ବିରାଟ କୋହଲି ନିଜେ ଘୋଷଣା କରିବା ପରେ ଦଳକୁ ମୁମ୍ବାଇ ଭଳି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିନଥିଲା । ସିଏସ୍‌କେ କ୍ଷେତ୍ରରେ ମଧ୍ୟ ଧୋନୀ ସେଭଳି କରିବେ । ଫଳରେ ଦଳ ପ୍ରଶଂସକଙ୍କ କ୍ଷୋଭର ଶିକାର ହେବ ନାହିଁ । ହେଲେ ନୂଆ ଅଧିନାୟକ ସନ୍ଧାନରେ ଥିବା ଦଳ ଏବେ ଚିନ୍ତାରେ । ଅନ୍ୟପଟେ କିଛି କ୍ରିକେଟ୍‌ ବିଶେଷଜ୍ଞଙ୍କ ମତରେ ଚେନ୍ନାଇରେ ଜାଡେଜାଙ୍କ ବ୍ୟତୀତ ଏଭଳି କିଛି ଖେଳାଳି ଅଛନ୍ତି, ଯେଉଁମାନଙ୍କ ଉପରେ ଚେନ୍ନାଇ ଦଳ ବେଟ୍‌ ଲଗାଇପାରେ । ସେହି ଖେଳାଳିମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଋତୁରାଜ ଗାଏକ୍‌ୱାଡ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.