ETV Bharat / sports

ଆଇପିଏଲ 2021; ଚେନ୍ନାଇର ଲଗାତାର ତୃତୀୟ ବିଜୟ

ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରର୍ଦଶନ କରି କୋଲକାତାକୁ 18 ରନରେ ପରାସ୍ତ କରିିଛି ସିଏସକେ । ଆଇପିଏଲରେ ଲଗାତାର ତୃତୀୟ ବିଜୟ ହାସଲ କରିଛି ଚେନ୍ନାଇ । ଅଧିକ ପଢନ୍ତୁ...

କୋଲକାତାକୁ 18ରନରେ ପରାସ୍ତ କଲା ଚେନ୍ନାଇ
କୋଲକାତାକୁ 18ରନରେ ପରାସ୍ତ କଲା ଚେନ୍ନାଇ
author img

By

Published : Apr 22, 2021, 7:56 AM IST

ମୁମ୍ବାଇ: ୱାଙ୍ଖଡେରେ ଦେଖିବାକୁ ମିଳିଛି ଚେନ୍ନାଇ ଚମକ । ବ୍ୟାଟିଂର ଜୋରଦାର ଝଲକ ଦେଖାଇଛି ଚେନ୍ନାଇ ସୁପର କିଙ୍ଗସ । ବୁଧବାର ଖେଳାଯାଇଥିବା ଆଇପିଏଲ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସକୁ 18 ରନରେ ପରାସ୍ତ କରିଛି ଚେନ୍ନାଇ ସୁପର କିଙ୍ଗସ ।

ପ୍ରଥମେ ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା କୋଲକାତା ନାଇଟ ରାଇର୍ଡସ । ପଡିଆକୁ ଆସିଥିଲେ ଚେନ୍ନାଇର ବ୍ୟାଟ୍ସମ୍ୟାନ ଫାଫ୍ ଡୁ ପ୍ଲେସି ଓ ଋତୁରାଜ ଗାଏକୱାର୍ଡ । ଦୁଇ ଓପନର ପଡିଆରେ ଆରମ୍ଭ କରି ଦେଇଥିଲେ ରନ ବର୍ଷା । 6 ଓଭର ପାୱାରପ୍ଲେରେ ସିଏସକେ 54ରନ କରିଥିଲା । ଋତୁରାଜ 33 ବଲ ଓ ଡୁପ୍ଲେସି 35 ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ । 12 ଓଭରରେ 115ରନ ଓପନିଂ ଭାଗିଦାରୀ ପରେ ଋତୁରାଜ ଆଉଟ ହୋଇଥିଲେ । ଋତୁରାଜ 42ଟି ବଲରେ 64ରନ ସଂଗ୍ରହ କରିଥିଲେ । ଡୁ ପ୍ଲେସିଙ୍କ ରନ ବର୍ଷା ଜାରି ରହିଥିଲା । ଡୁ ପ୍ଲେସିଙ୍କୁ ଆଉଟ କରିବା କୋଲକାତା ବୋଲରଙ୍କ ପାଇଁ ସ୍ବପ୍ନ ହୋଇଥିଲା । 60 ବଲରେ 95 ରନ କରି ଅପରାଜିତ ରହିଥିଲେ ଡୁ ପ୍ଲେସି । ମହେନ୍ଦ୍ର ସିଂ ଧୋନୀ ଦୁଇଟି ଚୌକା ଓ 1ଟି ଛକା ମାରି 17 ରନ କରିଥିଲେ । ସମୁଦାୟ 20 ଓଭରରେ ଚେନ୍ନାଇ 220 ରନ ସଂଗ୍ରହ କରି କୋଲକାତାକୁ 221 ରନର ଟାର୍ଗେଟ ଦେଇଥିଲା ।

221ରନ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା କୋଲକାତା ନାଇଟ ରାଇର୍ଡସ । ପ୍ରଥମରୁ ହିଁ ବିପର୍ଯ୍ୟୟର ଶିକାର ହୋଇଥିଲା କୋଲକାତା । ଦୀପକ ଚହରଙ୍କ ଘାତକ ସୁଇଂ ଆଗରେ ବିଫଳ ହୋଇଥିଲା କୋଲକାତା ବ୍ୟାଟ୍ସମ୍ୟାନ । ଶୁଭମନ ଗିଲ ଖାତା ଖୋଲି ନ ପାରି ଆଉଟ ହୋଇଥିବାବେଳେ ନିତୀଶ 9, ରାହୁଲ ତ୍ରିପାଠୀ 8, ମୋର୍ଗାନ 7 ଓ ସୁନିଲ ନାରାଏନ 4 ରନ କରି ଆଉଟ ହୋଇଥିଲେ । ଏହା ପରେ ଦିନେଶ କାର୍ତ୍ତିକ ଓ ରସେଲ ଦୃଢ ବ୍ୟାଟିଂ କରିଥିଲେ । ଦୁଇଜଣଙ୍କ ବ୍ୟାଟିଂ ପାଇଁ ଦଳୀୟ ସ୍କୋର 112ରେ ପହଞ୍ଚିଥିଲା । କାର୍ତ୍ତିକ ଓ କମିନ୍ସ କ୍ରିଜରେ ଦଳୀୟ ସ୍କୋରକୁ 146ରେ ପହଞ୍ଚାଇଥିଲେ । ବିଜୟ ଆଶା ଉଜ୍ଜୀବିତ ରହିଥିଲା । କାର୍ତ୍ତିକ 40 ରନ କରି ଆଉଟ ହେବା ପରେ ଦଳରେ ସାମାନ୍ୟ ନିରାଶ ହୋଇଥିଲା । 16 ତମ ଓଭରରେ କମିନ୍ସ 30 ରନ ସଂଗ୍ରହ କରିଥିଲେ । ଶେଷ ଦୁଇ ଓଭରରେ ବିଜୟ ପାଇଁ 28 ରନ ଆବଶ୍ୟକ ଥିଲା । ଶେଷ ଓଭରରେ ଜିତିବା ପାଇଁ ଆବଶ୍ୟକ ଥିଲା 20 ରନ । ଦୁଇ ରନ ନେବାକୁ ଯାଇ କ୍ରିଷ୍ଣା ରନ ଆଉଟ ହୋଇଥିଲେ । କୋଲକାତା 202ରନ କରି ଅଲଆଉଟ ହୋଇଥିଲା । ଫଳରେ ଚେନ୍ନାଇ ମ୍ୟାଚଟିକୁ ହାତେଇ ନେଇଛି । ଲଗାତାର ତୃତୀୟ ବିଜୟ ହାସଲ କରିଛି ଚେନ୍ନାଇ ।

ବ୍ୟୁରୋ ରିପାେର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.