ନୂଆଦିଲ୍ଲୀ: ଆଜି ୩୩ ବର୍ଷରେ ପାଦ ଥାପିଛନ୍ତି ଭାରତୀୟ ଷ୍ଟାର ସ୍ପିନର୍ ୟୁଜବେନ୍ଦ୍ର ଚହଲ । ବହୁ ଦିନରୁ ଭାରତ ପାଇଁ ସୀମିତ ଓଭର କ୍ରିକେଟରେ ଜଣେ ପ୍ରଭାବୀ ସ୍ପିନର ଭାବେ ପରିଚୟ ଲାଭ କରିଛନ୍ତି ଚହଲ । ଚମତ୍କାର ବୋଲିଂ ବ୍ୟତୀତ ଚହଲ ପଡ଼ିଆ ଭିତରେ ଓ ବାହେରେ ଭିନ୍ନ ଅନ୍ଦାଜରେ ଥଟ୍ଟାମଜା କରୁଥିବା ମଧ୍ୟ ଦେଖିବାକୁ ମିଳେ । ଏହି ଷ୍ଟାର ସ୍ପିନର ଜୁନ୍ ୨୦୧୬ରେ ଭାରତ ପକ୍ଷରୁ ଡେବ୍ୟୁ କରିଥିଲେ । ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ପ୍ରଥମ ଖେଳାଳୀ ଭାବେ ଭାରତ ପାଇଁ ୫ ୱିକେଟ୍ ନେଇ ଇତିହାସ ରଚିଥିଲେ ଚହଲ ।
-
147 intl. matches
— BCCI (@BCCI) July 23, 2023 " class="align-text-top noRightClick twitterSection" data="
212 intl. wickets
Fastest Indian bowler (in Men's cricket) to scalp 50 T20I wickets 👌
1st Indian bowler (in Men's cricket) to take a 5-wicket haul in T20Is 👏
Here's wishing #TeamIndia leg-spinner @yuzi_chahal a very Happy Birthday 😎🎂 pic.twitter.com/CmvEivAUdX
">147 intl. matches
— BCCI (@BCCI) July 23, 2023
212 intl. wickets
Fastest Indian bowler (in Men's cricket) to scalp 50 T20I wickets 👌
1st Indian bowler (in Men's cricket) to take a 5-wicket haul in T20Is 👏
Here's wishing #TeamIndia leg-spinner @yuzi_chahal a very Happy Birthday 😎🎂 pic.twitter.com/CmvEivAUdX147 intl. matches
— BCCI (@BCCI) July 23, 2023
212 intl. wickets
Fastest Indian bowler (in Men's cricket) to scalp 50 T20I wickets 👌
1st Indian bowler (in Men's cricket) to take a 5-wicket haul in T20Is 👏
Here's wishing #TeamIndia leg-spinner @yuzi_chahal a very Happy Birthday 😎🎂 pic.twitter.com/CmvEivAUdX
୨୩ ଜୁଲାଇ ୧୯୯୦ରେ ହରିୟାଣାର ଜିନ୍ଦ୍ରେ ଜନ୍ମଗ୍ରହଣ କରିଥିଲେ ୟୁଜି ଚହଲ । ନଭେମ୍ବର ୨୦୦୯ରେ ସେ କ୍ରିକେଟ୍ରେ ନିଜର ଫାଷ୍ଟ୍କ୍ଲାସ କ୍ୟାରିଅର୍ ଆରମ୍ଭ କରିଥିଲେ । ଦୀର୍ଘଦିନର ଅପେକ୍ଷା ପରେ ସେ ଭାରତୀୟ ଦଳରେ ଅନ୍ତର୍ଜାତୀୟ କ୍ରିକେଟ ପାଇଁ ସୁଯୋଗ ପାଇଥିଲେ । ଟି୨୦ ଅନ୍ତର୍ଜାତୀୟରେ ଭାରତ ପାଇଁ ଚହଲ ଚମତ୍କାର ପ୍ରଦର୍ଶନ କରି ଫର୍ମରେ ରହିଥିଲେ । ପୁରୁଷ ଟି-୨୦ ଭାରତ ପାଇଁ ଦ୍ରୁତତମ ୫୦ ୱିକେଟ୍ ନେଇଥିବା ଖେଳାଳୀମାନଙ୍କ ତାଲିକାରେ ନିଜ ନାଁ ସାମିଲ କରିଛନ୍ତି ଚହଲ ।
-
The ᴜɴᴅɪꜱᴘᴜᴛᴇᴅ ꜱᴘɪɴ ᴍᴀꜱᴛᴇʀ, ʀᴄʙ'ꜱ ʜɪɢʜᴇꜱᴛ ᴡɪᴄᴋᴇᴛ-ᴛᴀᴋᴇʀ is celebrating his birthday!
— Royal Challengers Bangalore (@RCBTweets) July 23, 2023 " class="align-text-top noRightClick twitterSection" data="
Have a great day, @yuzi_chahal ❤️🥳#PlayBold #ನಮ್ಮRCB #HappyBirthdayYuzi pic.twitter.com/tNXI5mINo3
">The ᴜɴᴅɪꜱᴘᴜᴛᴇᴅ ꜱᴘɪɴ ᴍᴀꜱᴛᴇʀ, ʀᴄʙ'ꜱ ʜɪɢʜᴇꜱᴛ ᴡɪᴄᴋᴇᴛ-ᴛᴀᴋᴇʀ is celebrating his birthday!
— Royal Challengers Bangalore (@RCBTweets) July 23, 2023
Have a great day, @yuzi_chahal ❤️🥳#PlayBold #ನಮ್ಮRCB #HappyBirthdayYuzi pic.twitter.com/tNXI5mINo3The ᴜɴᴅɪꜱᴘᴜᴛᴇᴅ ꜱᴘɪɴ ᴍᴀꜱᴛᴇʀ, ʀᴄʙ'ꜱ ʜɪɢʜᴇꜱᴛ ᴡɪᴄᴋᴇᴛ-ᴛᴀᴋᴇʀ is celebrating his birthday!
— Royal Challengers Bangalore (@RCBTweets) July 23, 2023
Have a great day, @yuzi_chahal ❤️🥳#PlayBold #ನಮ್ಮRCB #HappyBirthdayYuzi pic.twitter.com/tNXI5mINo3
ଅନ୍ତର୍ଜାତୀୟ କ୍ରିକେଟ ବ୍ୟତୀତ ଚହଲ ଆଇପିଏଲରେ ମଧ୍ୟ ଜଣେ ପ୍ରଭାବୀ ବୋଲର ସାବ୍ୟସ୍ତ ହୋଇଛନ୍ତି । ସେ ଏହି ଟୁର୍ଣ୍ଣାମେଣ୍ଟରେ ସବୁଠାରୁ ଅଧିକ ୱିକେଟ ନେଇଥିବା ବୋଲର । ବର୍ତ୍ତମାନ ସେ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ଦଳରେ ରହିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସେ ୧୪୫ ଆଇପିଏଲ୍ ମ୍ୟାଚ୍ ଖେଳିଥିବା ବେଳେ ୨୧.୬୮ ହାରରେ ୧୮୭ ୱିକେଟ ନେଇସାରିଛନ୍ତି । ଏଥିରେ ତାଙ୍କର ଇକୋନୋମି ରେଟ୍ ରହିଛି ୭.୬୭ । ଚହଲଙ୍କ ପରେ ଏହି ତାଲିକାରେ ଦ୍ବିତୀୟରେ ରହିଥିବା ୱେଷ୍ଟଇଣ୍ଡିଜ୍ର ଡ୍ବେନ୍ ବ୍ରାଭୋ ଏବେ ୧୮୩ ୱିକେଟ ସହ ଆଇପିଏଲରୁ ବିଦାୟ ନେଇ ସାରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...74 ବର୍ଷରେ ପାଦ ଥାପିଲେ ସୁନୀଲ ଗାଭାସ୍କର, ଦିନେ ଇଣ୍ଡିଜ୍ ବୋଲରଙ୍କ ବିଗାଡ଼ିଥିଲେ ଲାଇନ ଲେନ୍ଥ୍
୨୦୧୬ରୁ କ୍ରିକେଟ୍ରେ ନିଜର ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିବା ୟୁଜବେନ୍ଦ୍ର ଚହଲ ବର୍ତ୍ତମାନ ସୁଦ୍ଧା ୭୨ ଦିନିକିଆ ଏବଂ ୭୫ ଟି୨୦ ମ୍ୟାଚ୍ ଖେଳିସାରିଛନ୍ତି । ସେ ଟେଷ୍ଟ୍ରେ ଏପର୍ଯ୍ୟନ୍ତ ଭାରତୀୟ ଦଳ ପାଇଁ ସୁଯୋଗ ପାଇନାହାନ୍ତି । ଦିନିକିଆରେ ସେ ୨୭.୧୩ ହାରରେ ୧୨୧ ୱିକେଟ ହାସଲ କରିଛନ୍ତି । ସେହିଭଳି ଟି-୨୦ ଅନ୍ତର୍ଜାତୀୟରେ ଚହଲ ୨୪.୬୮ ହାରରେ ୯୧ଟି ୱିକେଟ ହାସଲ କରିସାରିଛନ୍ତି । ଚହଲ ବର୍ତ୍ତମାନ ଭାରତ ପକ୍ଷରୁ ଟି୨୦ରେ ସବୁଠାରୁ ଅଧିକ ୱିକେଟ ନେଇଥିବା ବୋଲର । ଏହି ତାଲିକାରେ ଭୁବନେଶ୍ବର କୁମାର ୯୦ ୱିକେଟ ସହିତ ଦ୍ବିତୀୟରେ ରହିଛନ୍ତି । ତେବେ ଆଜି ଟିମ୍ ଇଣ୍ଡିଆର ଏହି ଷ୍ଟାର ସ୍ପିନର ୩୩ ବର୍ଷରେ ପଦାର୍ପଣ କରିଛନ୍ତି । ପ୍ରଶଂସକଙ୍କଠାରୁ ଆରମ୍ଭ କରି ଶୁଭେଚ୍ଛୁ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ଆହୁରି ଅନେକ ସଫଳତା କାମନା କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ