ETV Bharat / sports

ପୂର୍ବତନ କ୍ରିକେଟର ନମନ ଓଝାଙ୍କ ବାପା ଗିରଫ

ପୂର୍ବତନ କ୍ରିକେଟର ନମନ ଓଝାଙ୍କ ବାପା ବିନୟ ଓଝା ଗିରଫ ହୋଇଛନ୍ତି। 2013ରେ ବ୍ୟାଙ୍କ ଅଫ ମହାରାଷ୍ଟ୍ରର ଜୋଲଖାଡା ଶାଖାରେ ହୋଇଥିବା 1 କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ବିନୟ ଓଝା । ଅଧିକ ପଢନ୍ତୁ

ପୂର୍ବତନ କ୍ରିକେଟର ନମନ ଓଝାଙ୍କ ବାପା ଗିରଫ
ପୂର୍ବତନ କ୍ରିକେଟର ନମନ ଓଝାଙ୍କ ବାପା ଗିରଫ
author img

By

Published : Jun 7, 2022, 2:38 PM IST

ଭୋପାଳ: ପୂର୍ବତନ କ୍ରିକେଟର ନମନ ଓଝାଙ୍କ ବାପା ବିନୟ ଓଝା ଗିରଫ ହୋଇଛନ୍ତି । 2013ରେ ବ୍ୟାଙ୍କ ଅଫ ମହାରାଷ୍ଟ୍ରର ଜୋଲଖାଡା ଶାଖାରେ ହୋଇଥିବା 1 କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ବିନୟ ଓଝା । ସେହି ବ୍ୟାଙ୍କର ମ୍ୟାନେଜର ଥିଲେ ବିନୟ । ତାଙ୍କୁ ମାମଲା ନେଇ କୋର୍ଟ ଚାଲାଣ କରାଯାଇଥିଲା । କୋର୍ଟ ତାଙ୍କୁ ଗୋଟିଏ ଦିନ ପାଇଁ ପୋଲିସ ରିମାଣ୍ଡରେ ପଠାଇଛନ୍ତି । ସେପଟେ ବାପାଙ୍କ ଜାମିନ ନେଇ ପ୍ରୟାସ କରିଛନ୍ତି ପୁଅ ନମନ । ମାତ୍ର ତାଙ୍କୁ ଜାମିନ ମିଳିନାହିଁ ।

କଣ ଥିଲା ପୂରା ଘଟଣା...

2013ରେ ଜୋଲଖେଡ ଶାଖା ବ୍ୟାଙ୍କ ଅଫ ମହାରାଷ୍ଟ୍ରରେ ପାଖାପାଖି 1 କୋଟି 25 ଲକ୍ଷ ଟଙ୍କାର ଗାଏବ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା । ମାମଲାରେ 2014ରେ ତତ୍କାଳୀନ ମ୍ୟାନେଜର ବିନୟ ଓଝାଙ୍କ ନାମରେ ମାମଲା ଦାୟର ହୋଇଥିଲା । କେସ ଦାୟର ହେବା ପରେ ସେ ଫେରାର ଥିଲେ । ପୋଲିସ 8 ବର୍ଷ ହେବ ତାଙ୍କୁ ଖୋଜୁଥିଲା । ମାମଲାରେ ଜଡିତ ଅନ୍ୟ ଲୋକଙ୍କ ନାମରେ 409, 420, 467, 468, 471, 120 ବି, 34 ଏବଂ ଆଇଟିବି ଆକ୍ଟ ଧାରାରେ ମାମଲା ରୁଜ୍ଜୁ ହୋଇଥିଲା । ବାକି ଅଭିଯୁକ୍ତଙ୍କୁ ପୋଲିସ ଆଗରୁ ଗିରଫ କରି ସାରିଛି ।

ଭାରତର ଜଣେ ଜଣାଶୁଣା କ୍ରିକେଟର ହେଉଛନ୍ତି ନମନ ଓଝା । ସେ ତାଙ୍କ କ୍ୟାରିୟରରେ ଗୋଟିଏ ଦିନିକିଆ ଓ 2ଟି ଟି-ଟ୍ବେଣ୍ଟି ମ୍ୟାଚ ଖେଳଛନ୍ତି । ଏହାଛଡା ସେ 113ଟି ଆଇପିଏଲ ମ୍ୟାଚ ଖେଳିଛନ୍ତି । ଟେଷ୍ଟରେ ନମନ 56 ରନ, ଦିନିକିଆରେ 1 ରନ ଓ ଟି-ଟ୍ବେଣ୍ଟିରେ 12 ରନ କରିଛନ୍ତି । ଆଇପିଏଲରେ 1554 ରନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.