ETV Bharat / sports

21 ବଲରେ ଶତକ ମାରିଥିଲେ ଧ୍ରୁବ, ଜାଣନ୍ତୁ କେମିତି ହେଲା ଟିମ୍ ଇଣ୍ଡିଆରେ ସିଲେକ୍ସନ - ଧ୍ରୁବ ଜୁରେଲ

Dhruv Jurel: ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ ଖେଳିବେ ଆଗ୍ରାର ଧ୍ରୁବ ଜୁରେଲ । ପ୍ରଥମ ଥର ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ଧ୍ରୁବ । ଅଧିକ ପଢ଼ନ୍ତୁ

Dhruv Jurel
ଧ୍ରୁବ ଜୁରେଲ
author img

By ETV Bharat Odisha Team

Published : Jan 13, 2024, 12:41 PM IST

ଲକ୍ଷ୍ନୌ: ଆଗକୁ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ । ଏଥିପାଇଁ 16 ଜଣିଆ ସ୍କ୍ବାଡ ଘୋଷଣା କରିଛି ବିସିସିଆଇ। ଭାରତୀୟ ଦଳରେ ନୂଆ ଚେହେରା ଭାବେ ଧ୍ରୁବ ଜୁରେଲଙ୍କୁ ସ୍ଥାନ ମିଳିଛି । ଏହାପରେ ଲାଇମ ଲାଇଟକୁ ଆସିଛନ୍ତି ଓ୍ବିକେଟ କିପର ଧ୍ରୁବ । କିପରି ଭାରତୀୟ ଦଳରେ ତାଙ୍କୁ ଚୟନ କରାଗଲା ସେନେଇ ସବୁଠି ଚର୍ଚ୍ଚା । ଧ୍ରୁବଙ୍କ ଘର ଉତ୍ତରପ୍ରଦେଶ ଆଗ୍ରାର ତାଜନଗରୀ । ସେ ପୂର୍ବରୁ ଭାରତୀୟ ଏ ଦଳରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ ଖେଳିଛନ୍ତି ।

ଧ୍ରୁବଙ୍କ ପ୍ରଦର୍ଶନରେ ଚୟନକର୍ତ୍ତା ଖୁସ୍: ଦୀପକ ଚହର ଏବଂ ରାହୁଲ ଚହରଙ୍କ ପରେ ଆଗ୍ରାରୁ ତୃତୀୟ କ୍ରିକେଟର ଭାବେ ଭାରତୀୟ ଟିମରେ ସାମିଲ ହୋଇଛନ୍ତି ଧ୍ରୁବ । ଉତ୍ତରପ୍ରଦେଶ ପାଇଁ ରଣଜୀ ଟ୍ରଫି ଖେଳିବା ସମୟରେ ଧ୍ରୁବଙ୍କ ପ୍ରଦର୍ଶନ ଜବରଦସ୍ତ ରହିଥିଲା । ତାଙ୍କର ପ୍ରଦର୍ଶନ ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିଥିଲା। ଏହି ଆଧାରରେ ଧ୍ରୁବଙ୍କୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଚୟନ କରାଯାଇଛି। ଧ୍ରୁବ ଏହା ପୂର୍ବରୁ ଆଇପିଏଲ ମଧ୍ୟ ଖେଳିଛନ୍ତି । ଗତ ସିଜିନରେ ସେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିଥିଲେ । ତାଙ୍କର ପ୍ରଦର୍ଶନ ମଧ୍ୟ ଭଲ ରହିଥିଲା ।

ଏହା ମଧ୍ୟ ପଢନ୍ତୁ-ଇଂଲଣ୍ଡ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ଧ୍ରୁବ ଜୁରେଲ ନୂଆ ମୁହଁ

2001 ଜାନୁୟାରୀ 1ରେ ଜୁରେଲଙ୍କ ଜନ୍ମ । ପିଲାଟି ଦିନରୁ କ୍ରିକେଟ ପ୍ରତି ତାଙ୍କର ଆଗ୍ରହ ରହିଥିଲା । ଆଗ୍ରାର ସ୍ପ୍ରିଙ୍ଗଲ କ୍ରିକେଟ୍ ଏକାଡେମୀରେ ସେ ପ୍ରଶିକ୍ଷଣ ନେଇଥିଲେ। କ୍ରିକେଟ ପ୍ରତି ଥିବା ଦୁର୍ବଳତା ତାଙ୍କ ଆଖିରୁ ଯେମିତି ନିଦ ହଜାଇ ଦେଇଥିଲା । କଠିନ ପରିଶ୍ରମ ଆଜି ତାଙ୍କୁ ଭାରତୀୟ ଦଳରେ ସାମିଲ ହେବାର ସୁଯୋଗ ଦେଇଛି ।

21 ବଲରୁ ଶତକୀୟ ପାଳି: ଦିଲ୍ଲୀରେ ଖେଳାଯାଉଥିବା ଏକ ଟି ଟ୍ବେଣ୍ଟ ମ୍ୟାଚରେ 21 ବଲରେ ଶତକ ହାସଲ କରିଥିଲେ ଧ୍ରୁବ ଜୁରେଲ । 2017 ମସିହାରେ ହିନ୍ଦୁସ୍ଥାନ କଲେଜରେ ମଧ୍ୟପ୍ରଦେଶ ଓ ଆଗ୍ରା ଟିମ୍ ମଧ୍ୟରେ ଏହି ମ୍ୟାଚ ଖେଳାଯାଇଥିଲା । ଧ୍ରୁବ ମ୍ୟାନ ଅଫ ଦ ସିରିଜ ଘୋଷିତ ହୋଇଥିଲେ । 2018 ମସିହାରେ ସେ ୟୁପି ପାଇଁ କୁଚ୍ ବିହାର ଟ୍ରଫି ଖେଳିଥିଲେ । 11ଟି ମ୍ୟାଚ୍ ଖେଳି ସେ 762 ରନ କରିଥିଲେ । ଏଥିରେ ତିନିଟି ଶତକ ସାମିଲ। ଓ୍ବିକେଟ କିପିଂ କରି 51 ଓ୍ବିକେଟ ନେଇଥିଲେ । ତାଙ୍କର ପ୍ରଦର୍ଶନ ଯୋଗୁଁ ୟପି କୁଚ୍ ବିହାର ଟ୍ରଫି ହାତେଇଥିଲା ।

19ବର୍ଷରୁ କମ ଟିମରେ ଅଧିନାୟକ: 19 ବର୍ଷରୁ କମ୍ ପୁରୁଷ ବିଶ୍ବକପରେ ଭାରତୀୟ ଦଳ ତରଫରୁ ଖେଳିଥିଲେ ଧ୍ରୁବ। ବର୍ତ୍ତମାନ ସେ ସିନିୟର ଭାରତୀୟ କ୍ରିକେଟ ଟିମରେ ସାମିଲ ହୋଇଛନ୍ତି । ଆଗାମୀ ଟେଷ୍ଟ ମ୍ୟାଚ ଖେଳିବାକୁ ସେ ପ୍ରସ୍ତୁତ ହେଉଛନ୍ତି । 2023-24 ସିଜନରେ ଧ୍ରୁବ ଜୁରେଲ ଉତ୍ତରପ୍ରଦେଶ ପାଇଁ ରଣଜୀ ଟ୍ରଫି ମ୍ୟାଚ୍ ଖେଳି ଚମତ୍କାର ପ୍ରଦର୍ଶନ କରିଥିଲେ। ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଉଥିବା ଏକ ମ୍ୟାଚରେ ସେ 19 ବର୍ଷରୁ କମ ଭାରତୀୟ ଦଳରେ ଅଧିନାୟକ ରହିଥିଲେ ।

IPLରେ ପ୍ରଭାବୀ ପ୍ରଦର୍ଶନ: 19 ବର୍ଷରୁ କମ୍ ଭାରତୀୟ ଦଳରେ ଖେଳିବା ପରେ ଆଉ ପଛକୁ ଫେରି ଚାହିଁନଥିଲେ ଧ୍ରୁବ। 2023 ଆଇପିଏଲ ସିଜିନରେ ରାଜସ୍ଥାନ ରୟାଲ୍ସ ଟିମରେ ଖେଳିଥିଲେ । ଆଇପିଏଲର ତାଙ୍କର ପ୍ରଦର୍ଶନ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.