ETV Bharat / sports

ବିଶ୍ବକପରେ କିଏ ହେବେ ଟିମ୍ ଇଣ୍ଡିଆର ଟ୍ରମ୍ପ କାର୍ଡ ? ଖୁଲାସା କଲେ ଶେନ୍‌ ଓ୍ବାର୍ଣ୍ଣ - ବିଶ୍ବକପ୍‌

ଆଗାମୀ 30 ତାରିଖରୁ ଇଂଲଣ୍ଡରେ ଆରମ୍ଭ ହେବ କ୍ରିକେଟ୍‌ ମହାକୁମ୍ଭ । ତେବେ ଅଷ୍ଟ୍ରେଲିଆ ଟିମ୍‌ର ଦିଗଜ୍‌ ଖେଳାଳୀ ଶେନ୍‌ ଓ୍ବାର୍ଣ୍ଣ ଚଳିତ ବିଶ୍ବକପ୍‌ରେ ଭାରତୀୟ କ୍ରିକେଟ୍‌ ଟିମ ତାଙ୍କ ପ୍ରିୟ ଟିମ୍ ବୋଲି କହିଛନ୍ତି ।

ଫଟୋ ସୌଜନ୍ଯ: ସୋସିଆଲ ମିଡିଆ
author img

By

Published : May 14, 2019, 1:31 PM IST

Updated : May 14, 2019, 5:24 PM IST

ହାଇଦ୍ରାବାଦ: ଚଳିତ ବିଶ୍ବକପ୍‌ରେ ଭାରତୀୟ କ୍ରିକେଟ୍‌ ଟିମ୍‌ ହେଉଛି ଅଷ୍ଟ୍ରେଲିଆ ଟିମ୍‌ର କିମ୍ବଦନ୍ତୀ ଖେଳାଳୀ ଶେନ୍‌ ଓ୍ବାର୍ଣ୍ଣଙ୍କ ପ୍ରିୟ ଟିମ୍‌ । ଏପରି ନିଜର ମତ ରଖିଛନ୍ତି ଶେନ୍‌ ଓ୍ବାର୍ଣ୍ଣ । ଏଥିସହ ଭାରତୀୟ କ୍ରିକେଟ୍‌ ଟିମ୍‌ର ଟ୍ରମ୍ପ କାର୍ଡର ଖୁଲାସା ମଧ୍ୟ କରିଛନ୍ତି ।

pandya
ଫଟୋ ସୌଜନ୍ଯ: ସୋସିଆଲ ମିଡିଆ@hardikpandya7
ଏକ ଘରୋଇ ଖବରକାଗଜର ସାମ୍ବାଦିକଙ୍କ ଇଣ୍ଟରଭ୍ୟୁରେ ସେ କହିଛନ୍ତି ଯେ, ଭାରତୀୟ ଟିମ୍‌ରେ ବିରାଟ କୋହଲି, ଶିଖର ଧଓ୍ବନ ଓ ମହେନ୍ଦ୍ର ସିଂ ଧୋନିଙ୍କ ପରି ମୁଖ୍ୟ ଖେଳାଳି ଅଛନ୍ତି । କିନ୍ତୁ ବିଶ୍ବକପ୍‌ରେ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଟ୍ରମ୍ପ କାର୍ଡ ଭାବେ ବିବେଚିତ ହେବେ । ଋଷଭ ପନ୍ତ ବି ବିଶ୍ବକପ୍‌ରେ ସାମିଲ ହୋଇଥିଲେ ଭଲ ହୋଇଥାନ୍ତା । କାରଣ ପନ୍ତ ବିଶ୍ବକପ୍‌ରେ ଜଣେ ଏକ୍ସ-ଫ୍ୟାକ୍ଟର ହୋଇ ପାରିଥାନ୍ତେ । ବର୍ତ୍ତମାନ ଭାରତୀୟ କ୍ରିକେଟ୍‌ ଟିମ୍‌ର ଫର୍ମକୁ ଦେଖି ବିଶ୍ବକପ୍‌ରେ ତାଙ୍କର ପ୍ରିୟ ଟିମ୍‌ ଭାରତକୁ କହିଛନ୍ତି । ସେ କହିଛନ୍ତି ଯେ, ମୋ ହିସାବରେ ବିଶ୍ବକପ୍‌ରେ ଭାରତ ଓ ଇଂଲଣ୍ଡ ସମସ୍ତଙ୍କର ପସନ୍ଦୀୟ ଟିମ୍‌ ହେବ । କାରଣ ଏହି 2 ଦଳ ବର୍ତ୍ତମାନ ନିଜର ସର୍ବଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିଛନ୍ତି ।

ଏଥିସହ ଅଷ୍ଟ୍ରେଲିଆ କ୍ରିକେଟ୍‌ ଟିମ୍‌ ସମ୍ବନ୍ଧରେ ସେ କହିଛନ୍ତି ଯେ, ଅଷ୍ଟ୍ରେଲିଆ 5ଥର ବିଶ୍ବକପ୍‌ର ବିଜେତା ହୋଇଛି । ଏଥସହ କ୍ରମାଗତ ଭାବେ ମଧ୍ୟ ଅଷ୍ଟ୍ରେଲିଆ ବିଶ୍ବକପ୍‌ ଟାଇଟଲ୍‌ ନିଜ ନାଁରେ କରିଛି । ପୂର୍ବ ବିଶ୍ବକପ୍‌ ଟୁର୍ଣ୍ଣାମେଣ୍ଟର ବିଜେତା ମଧ୍ୟ ଅଷ୍ଟ୍ରେଲିଆ । ମତେ ଲାଗୁଛି ଯେ ଯହି ଅଷ୍ଟ୍ରେଲିଆ ଏହି ଟୁର୍ଣ୍ଣାମେଣ୍ଟରେ ଭଲ ଖେଳେ ତେବେ ଏହି ଟିମ୍‌କୁ ହରାଇବା କଷ୍ଟକର ହେବ ।

Intro:Body:

sdfd

Conclusion:
Last Updated : May 14, 2019, 5:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.