ETV Bharat / sports

'ବିଶ୍ବକପ ଦଳରୁ ବାହାର ହେବେନି କେଦାର ଯାଦବ'

ବିଶ୍ବକପ ଦଳରେ କେଦାର ଯାଦବଙ୍କ ସ୍ଥାନ ସୁରକ୍ଷିତ ରହିବ । କହିଛନ୍ତି ଭାରତୀୟ ଦଳର ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ ।

author img

By

Published : May 9, 2019, 3:13 PM IST

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ

ନୂଆଦିଲ୍ଲୀ: ବିଶ୍ବକପ ଦଳରେ କେଦାର ଯାଦବଙ୍କ ସ୍ଥାନ ସୁରକ୍ଷିତ ରହିବ । କେଦାରଙ୍କ କାନ୍ଧରେ ଲାଗିଥିବା ଆଘାତ ଏତେ ଗୁରୁତର ନୁହେଁ । ଏହା କହିଛନ୍ତି ଭାରତୀୟ ଦଳର ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ ।

ମେ 22ରେ 15ଜଣିଆ ଭାରତୀୟ ବିଶ୍ବକପ ଦଳ ଇଂଲଣ୍ଡ ଯାତ୍ରା କରିପାରେ । ତାହା ପୂର୍ବରୁ ଯାଦବ ସଂପୂର୍ଣ୍ଣ ଫିଟ ହେବା ନେଇ ଅନୁମାନ କରାଯାଉଛି । ଚୟନକର୍ତ୍ତା ଟିମ ବିଶ୍ବକପ ଦଳ ଭାରତ ଛାଡିବା ପର୍ଯ୍ୟନ୍ତ ଖେଳାଳିଙ୍କ ଉପରେ ନଜର ରଖିଛି । ଘୋଷଣା ହୋଇଥିବା ଦଳରେ କୌଣସି ପରିବର୍ତ୍ତନ ଏଯାବତ ହୋଇନାହିଁ ।

ଶେଷ ଲିଗ ମ୍ୟାଚ ଚେନ୍ନାଇ ସୁପରକିଙ୍ଗ୍ସ ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ମଧ୍ୟରେ ଥିଲା । ଏହି ମ୍ୟାଚରେ ଫିଲ୍ଡିଂ କରିବା ସମୟରେ କେଦାର ଯାଦବଙ୍କ କାନ୍ଧରେ ଆଘାତ ଲାଗିଥିଲା । ଯାଦବଙ୍କୁ ଭାରତୀୟ ଦଳର ଫିଜିଓଙ୍କ ପାଖରୁ ସ୍କାନିଂ ପାଇଁ ନିଆଯାଇଛି । ଫଳରେ ଚେନ୍ନାଇ ଦଳର କୋଚ ଷ୍ଟିଫେନ ଫ୍ଳେମିଙ୍ଗ, ଯାଦବ ଆଇପିଏଲରୁ ବାହାର ହୋଇଥିବା ସୂଚନା ଦେଇଛନ୍ତି ।

Intro:Body:

dffd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.