ETV Bharat / sports

Cricket World Cup 2023: 'କିଙ୍ଗ୍‌ କୋହଲି' ଜନ୍ମଦିନରେ ବିଶ୍ବକପ୍‌ ଶତକ ହାସଲ କରିବାରେ ପ୍ରଥମ ଭାରତୀୟ

ନିଜର ୩୫ତମ ଜନ୍ମଦିନକୁ ବେଶ ସ୍ମରଣୀୟ କରିଛନ୍ତି କ୍ରିକେଟ୍‌ର କିଙ୍ଗ୍‌ ବିରାଟ କୋହଲି । ସେ ନିଜ ଜନ୍ମଦିନରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ୪୯ତମ ଦିନିକିଆ ଶତକ ହାସଲ କରି ନିଜ ଆଦର୍ଶ ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି । ଏହା ସହିତ ଜନ୍ମଦିନରେ ବିଶ୍ବକପ୍‌ ଶତକ ହାସଲ କରିବାରେ ସେ ପ୍ରଥମ ଭାରତୀୟ ହେବାର ଗୌରବ ଅର୍ଜନ କରିଛନ୍ତି । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Nov 5, 2023, 10:34 PM IST

ଜନ୍ମଦିନରେ ବିଶ୍ବକପ୍‌ ଶତକ ହାସଲ କରିବାରେ ପ୍ରଥମ ଭାରତୀୟ କୋହଲି

କୋଲକାତା: ଜନ୍ମଦିନକୁ ଜବରଦସ୍ତ ଷ୍ଟାଇଲ୍‌ରେ ସେଲିବ୍ରେଟ୍‌ କରିଛନ୍ତି କ୍ରିକେଟ୍‌ ଜଗତର କିଙ୍ଗ୍‌ ବିରାଟ କୋହଲି । ବିଶ୍ବକପ୍‌ ୨୦୨୩ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ସେ ୪୯ତମ ଦିନିକିଆ ଶତକ ହାସଲ କରି ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକରଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି । ତେବେ ଏହି ରେକର୍ଡ ସହ ଆଉ ଏକ ବିରଳ ରେକର୍ଡ ମଧ୍ୟ କରିଛନ୍ତି କିଙ୍ଗ୍‌ କୋହଲି । ପ୍ରଥମ ଭାରତୀୟ କ୍ରିକେଟର ଭାବେ ନିଜ ଜନ୍ମଦିନରେ ବିଶ୍ବକପ୍‌ ଶତକ ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି ବିରାଟ । ଏହା ସହିତ ଜନ୍ମଦିନରେ ଦିନିକିଆ ଶତକ ହାସଲ କରିବାରେ ସେ ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲି ଓ ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି ।

ନିଜ ଜନ୍ମଦିନରେ ଦିନିକିଆ ଶତକ ହାସଲକାରୀ ରେକର୍ଡ ଉପରେ ନଜର ପକାଇଲେ ମୁମ୍ବାଇ ପାଇଁ ଘରୋଇ କ୍ରିକେଟ୍‌ ଖେଳିଥିବା ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲି ନିଜ ଜନ୍ମଦିନରେ ଦିନିକିଆ କ୍ରିକେଟ୍‌ରେ ଶତକ ହାସଲ କରିବାର ରେକର୍ଡ ନିଜ ନାମରେ ରଖିଛନ୍ତି । ସେ ୧୯୯୩ରେ ଶ୍ରୀଲଙ୍କା ବିପକ୍ଷ ଏକ ମ୍ୟାଚ୍‌ରେ ନିଜ ଜନ୍ମଦିନରେ ଅପରାଜିତ ୧୦୦ ରନର ପାଳି ଖେଳିଥିଲେ । ଏହାପରେ ମହାନ କ୍ରିକେଟର ସଚିନ ତେନ୍ଦୁଲକର ଏହି ରେକର୍ଡ ୧୯୯୮ରେ ନିଜ ନାଁରେ କରିଥିଲେ । ନିଜ ଜନ୍ମଦିନରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୩୪ ରନର ବିସ୍ଫୋରକ ପାଳି ଖେଳିଥିଲେ ତେନ୍ଦୁଲକର । ଏହି ଦିନ କ୍ରିକେଟ୍‌ରେ 'Desert Storm' ଭାବେ ମନେ ରଖାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ୪୯ତମ ଦିନିକିଆ ଶତକ ପାଇଁ କୋହଲିଙ୍କୁ ସଚିନଙ୍କ ଶୁଭେଚ୍ଛା, କହିଲେ ଶୀଘ୍ର ମୋ ରେକର୍ଡ ଭାଙ୍ଗ

ବିଦେଶୀ ବ୍ୟାଟରଙ୍କ ବର୍ଥ ଡେ' ରେକର୍ଡ ଉପରେ ନଜର ପକାଇଲେ ଶ୍ରୀଲଙ୍କାର କିମ୍ବଦନ୍ତୀ କ୍ରିକେଟର ସନଥ ଜୟସୁରିୟା ୨୦୦୮ ମସିହାରେ ବାଂଲାଦେଶ ବିପକ୍ଷରେ ନିଜ ଜନ୍ମଦିନରେ ଶତକ ହାସଲ କରିଥିଲେ । ୨୦୧୧ରେ ପାକିସ୍ତାନ ବିପକ୍ଷରେ ନିଜ ଜନ୍ମଦିନରେ ଅପରାଜିତ ୧୩୧ ରନର ଧୂଆଁଧାର ପାଳି ଖେଳିଥିଲେ ପୂର୍ବତନ ନ୍ୟୁଜିଲାଣ୍ଡ ବ୍ୟାଟର ରସ୍‌ ଟେଲର । ସେହିଭଳି ନ୍ୟୁଜିଲାଣ୍ଡ ବ୍ୟାଟର ଟମ୍‌ ଲାଥମ ୨୦୨୨ରେ ନେଦରଲ୍ୟାଣ୍ଡ ବିପକ୍ଷରେ ୧୪୦ ରନର ଅପରାଜିତ ପାଳି ଖେଳି ଏହି ତାଲିକାରେ ନିଜ ନାଁ ଯୋଡ଼ିଥିଲେ । ଚଳିତ ବିଶ୍ବକପ୍‌ ୨୦୨୩ରେ ପାକିସ୍ତାନ ବିପକ୍ଷରେ ନିଜ ଜନ୍ମଦିନରେ ଶତକୀୟ ପାଳି ଖେଳିଥିଲେ ଅଷ୍ଟ୍ରେଲୀୟ ଓପନର ମିଚେଲ୍‌ ମାର୍ଶ । ବେଙ୍ଗାଲୁରୁରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ସେ ୧୨୧ ରନର ଦମଦାର ପାଳି ଖେଳିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.