ETV Bharat / sports

World Cup 2023: ଆଜି ଭାରତ-ଆଫଗାନିସ୍ତାନ ଲଢେଇ, ବିଜୟଧାରା ବଜାୟ ଲକ୍ଷ୍ୟରେ ରୋହିତ ସେନା - ବିଶ୍ବକପ 2023

ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପରେ ଆଜି ନବମ ମ୍ୟାଚ ଖେଳାଯିବ । ଏଥିରେ ଭାରତ ଓ ଆଫଗାନିସ୍ଥାନ ପରସ୍ପରକୁ ଭେଟିବେ । କଙ୍ଗାରୁ ଦଳକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଥିବା ଭାରତ ଆଜି ବିଜୟଧାରା ବଜାୟ ଲକ୍ଷ୍ୟରେ ରହିଛି । ଅଧିକ ପଢ଼ନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Oct 11, 2023, 10:13 AM IST

ନୂଆଦିଲ୍ଲୀ: ଆଇସିସି କ୍ରିକେଟ ମହାକୁମ୍ଭ ବିଶ୍ବକପ 2023ରେ ଆଜି ନବମ ଲିଗ୍‌ ମ୍ୟାଚ ଖେଳାଯିବ । ଏଥିରେ ଭାରତ ଓ ଆଫଗାନିସ୍ତାନ ପରସ୍ପରକୁ ଭେଟିବେ । ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଭାରତ ଆଜି ବିଜୟଧାରା ବଜାୟ ଲକ୍ଷ୍ୟରେ ରହିଛି । ସେପଟେ ଆଫଗାନିସ୍ତାନ ବିଜୟଖାତା ଖୋଲିବାକୁ ପ୍ରୟାସ କରିବ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ । ଅପରାହ୍ନ 2ଟାରୁ ମ୍ୟାଚ ଆରମ୍ଭ ହେବ ।

ଭାରତ ବନାମ ଆଫଗାନିସ୍ତାନ: କ୍ରିକେଟ ମହାସମର ବିଶ୍ବକପରେ ସବୁଠୁ ସଫଳ ଦଳ ଅଷ୍ଟ୍ରେଲିଆକୁ ପ୍ରଥମ ମ୍ୟାଚରେ ହରାଇବା ପରେ ଦୃଢ ମନୋବଳରେ ରହିଛି ଟିମ୍ ଇଣ୍ଡିଆ । ଆଜି ଆଫଗାନିସ୍ତାନକୁ ହରାଇ ବିଜୟଧାରା ବଜାୟ ରଖିବାକୁ ପ୍ରୟାସ କରିବ ରୋହିତ ସେନା । ଅଷ୍ଟ୍ରେଲିଆ ବିପକ୍ଷରେ ବୋଲିଂ ଓ ଫିଲ୍ଡିଂରେ ଦଳ ଭଲ ପ୍ରଦର୍ଶନ କରିଥିଲା । ବ୍ୟାଟିଂରେ ଓପନର ବିଫଳ ହୋଇଥିଲେ କିନ୍ତୁ ଅଭିଜ୍ଞ ବିରାଟ ଓ ଯୁବ ତାରକା ବ୍ୟାଟର କେଏଲ ରାହୁଲ ସ୍ଥିତି ସମ୍ଭାଳି ନେଇଥିଲେ । ଆଜି ଭାରତ ସମସ୍ତ ତ୍ରୁଟି ସୁଧାରି ଆଫଗାନିସ୍ତାନ ବିପକ୍ଷରେ ବାଜି ମାରିବାକୁ ଲକ୍ଷ୍ୟ ରଖିଛି । ଭାରତ ତାର ବୋଲିଂ ବିଭାଗରେ ପରିବର୍ତ୍ତନ କରିପାରେ । ଅଶ୍ବିନୀଙ୍କ ସ୍ଥାନରେ ମହମ୍ମଦ ସିରାଜ କିମ୍ବା ସାର୍ଦୁଳ ଠାକୁରଙ୍କୁ ସ୍ଥାନ ମିଳିପାରେ । 2019 ବିଶ୍ବକପରେ ଉଭୟ ଦଳ ଶେଷ ଥର ପାଇଁ ପରସ୍ପରକୁ ଭେଟିଥିଲେ । ଉକ୍ତ ମ୍ୟାଚକୁ ଭାରତ 11ରନରେ ଜିତିଥିଲାସ । ଏହାପୂର୍ବରୁ ଏସିଆ କପ୍‌ ଭାରତ ଆଫଗାନିସ୍ତାନ ମ୍ୟାଚ୍‌ ଟାଇ ହୋଇଥିଲା ।

ହୋମ୍‌ ଗ୍ରାଉଣ୍ଡରେ କୋହଲିଙ୍କ କମାଲକୁ ଅପେକ୍ଷା: ଅଷ୍ଟ୍ରେଲିଆ ବିପକ୍ଷରେ କିଙ୍ଗ୍‌ କୋହଲି ଦମଦାର ପ୍ରଦର୍ଶନ କରିଥିଲେ । 2 ରନରେ ଦଳ 3 ୱିକେଟ୍‌ ହରାଇ ସଙ୍କଟରେ ପଡିଥିବା ବେଳେ କୋହଲି ଓ କେଏଲ ରାହୁଲ ସ୍ଥିତି ସମ୍ଭାଳି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । କୋହଲି 85 ଓ କେଏଲ ରାହୁଲଙ୍କ ଅପରାଜିତ 97ରେ ଦଳ ବିଜୟ ହାସଲ କରିଥିଲା । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ କୋହଲିଙ୍କ ହୋମ ଗ୍ରାଉଣ୍ଡ । ଆଜି ଘରୋଇ ଗ୍ରାଉଣ୍ଡରେ କୋହଲିଙ୍କ କମାଲ ଅପେକ୍ଷାରେ ରହିଛନ୍ତି ତାଙ୍କ ସମର୍ଥକ । ଏହି ଗ୍ରାଉଣ୍ଡ କୋହଲିଙ୍କ ପାଇଁ ବେଶ ପରିଚିତ । କାରଣ ସେ ନିଜ କ୍ରିକେଟ୍‌ କ୍ୟାରିୟର ଆରମ୍ଭ କରିବା ଦିନଠାରୁ ଏଠାରେ ଖେଳିଛନ୍ତି । ୨୦୦୯ରୁ ୨୦୧୯ ମଧ୍ୟରେ ଅରୁଣ ଜେଟଲୀ ଷ୍ଟାଡିୟମରେ ବିରାଟ ଦିନିକିଆ ଫର୍ମାଟରେ ୭ଟି ମ୍ୟାଚରେ ୬ଟି ଇନିଂସ ଖେଳି ୨୨୨ ରନ୍ ସଂଗ୍ରହ କରିଛନ୍ତି । ବିରାଟ କୋହଲି ମଧ୍ୟ ଏହି ଗ୍ରାଉଣ୍ଡ୍‌ରେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ହାସଲ କରିଛନ୍ତି । ଆଜି ହୋମଗ୍ରାଉଣ୍ଡରେ ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇବାକୁ ସୁଯୋଗ ମିଳିବ ।

ଏହା ବି ପଢନ୍ତୁ...Cricket World Cup 2023: ସଫିକ୍‌-ରିଜ୍‌ୱାନଙ୍କ ଶତକୀୟ ପାଳି, ୬ ୱିକେଟ୍‌ରେ ଜିତିଲା ପାକିସ୍ତାନ

ଆଫଗାନିସ୍ତାନ ତାର ପ୍ରଥମ ମ୍ୟାଚରେ ବାଂଲାଦେଶଠୁ ପରାସ୍ତ ହୋଇଥିଲା । ଆଜି ଭାରତ ବିପକ୍ଷରେ ବିପର୍ଯ୍ୟୟ ଘଟାଇବାକୁ ପ୍ରୟାସ କରିବ । ଭାରତର ପଲ୍ଲା ଭାରି ଥିଲେ ବି ଆଫାଗାନିସ୍ତାନ ପାଖରେ ବିପର୍ଯ୍ୟୟ ଘଟାଇବାର ଦକ୍ଷତା ରହିଛି । ଆଫଗାନିସ୍ତାନ ସ୍ପିନର ଓ ଭାରତୀୟ ବ୍ୟାଟରଙ୍କ ମଧ୍ୟରେ ଲଢ଼େଇ ହେବ । ଦଳର ରାସିଦ ଖାନ ଓ ମୁଜିବ ଉର ରେହମାନଙ୍କ ଭଳି ସ୍ପିନରଙ୍କ ଉପରେ ନଜର ରହିବ । ଭାରତକୁ ହରାଇ ବିଶ୍ବକପ୍‌ରେ ବିଜୟଖାତା ଖୋଲିବା ଲକ୍ଷ୍ୟରେ ରହିଛି ଆଫଗାନିସ୍ତାନ । ଟସ୍‌ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।

ଏହା ବି ପଢନ୍ତୁ...Cricket World Cup 2023: ହୋମ୍‌ଗ୍ରାଉଣ୍ଡ୍‌ରେ କିଙ୍ଗ୍‌ କୋହଲିଙ୍କ ଧୂଆଁଧାର ରେକର୍ଡ, ଭାଙ୍ଗିବ ସଚିନ୍‌ଙ୍କ କିର୍ତ୍ତୀମାନ !

ଭାରତ ସମ୍ଭାବ୍ୟ ଦଳ: ରୋହିତ ଶର୍ମା(ଅଧିନାୟକ), ଈଶାନ କିଶାନ, ବିରାଟ କୋହଲି, ଶ୍ରେୟାସ ଆୟର/ସୂର୍ଯ୍ଯକୁମାର ଯାଦବ, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଆର ଅଶ୍ବିନୀ/ ସାର୍ଦୁଳ ଠାକୁର/ମହମ୍ମଦ ସାମି, କୁଳଦୀପ ଯାଦବ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ।

ଆଫଗାନିସ୍ତାନ ସମ୍ଭାବ୍ୟ ଦଳ: ରହମାନୁଲ୍ଲା ଗୁରବାଜ, ଇବ୍ରାହିମ ଜାଡ୍ରାନ, ରହମତ ଶାହ, ହସମତୁଲ୍ଲା ସାହିଦି (ଅଧିନାୟକ), ମହମ୍ମତ ନବି, ନଜିବୁଲ୍ଲା ଜାଡ୍ରାନ, ଅଜମତୁଲ୍ଲା ଓମାରଜାଇ, ରସିଦ ଖାନ, ନବୀନ ଉପ ହକ, ମୁଜିବ ଉପ ରେହମାନ, ଫଦଲହକ ଫାରୁକି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.