ETV Bharat / sports

World Cup 2023: କେହି ବଡ ଦଳ ନୁହଁନ୍ତି କହିଲେ କିଙ୍ଗ୍ କୋହଲି - ଆଇସିସି ବିଶ୍ବକପ 2023

ଦିନିକିଆ କ୍ରିକେଟ ବିଶ୍ବକପରେ ବଡ ଦଳକୁ ନେଇ କିଛି ଏମିତି କହିଛନ୍ତି ଭାରତୀୟ କ୍ରିକେଟ ଦଳର କିଙ୍ଗ୍ ବିରାଟ କୋହଲି । ଅଧିକ ପଢନ୍ତୁ

World Cup 2023
Virat Kohli on big teams
author img

By ETV Bharat Odisha Team

Published : Oct 19, 2023, 9:18 AM IST

ପୁନେ: ଚଳିତ ବିଶ୍ବକପରେ ଦୁଇଟି ବିପର୍ଯ୍ୟୟ ହୋଇଛି । ଡିଫେଣ୍ଡିଂ ଚମ୍ପିଆନ ଇଂଲଣ୍ଡକୁ ଆଫଗାନିସ୍ତାନ ପରେ ଦକ୍ଷିଣ ଆଫ୍ରିକାକୁ ନେଦରଲାଣ୍ଡସ ପରାସ୍ତ କରିଥିଲା । ଏହା ପରେ ବଡ଼ ଦଳର ବିପର୍ଯ୍ୟୟ ହୋଇଥିବା ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏହାପରେ ଭାରତୀୟ ବ୍ୟାଟର ବିରାଟ କୋହଲି କହିଛନ୍ତି ବିଶ୍ବକପର ଏହି ମେଗା ଇଭେଣ୍ଟ୍‌ରେ କେହି ଦଳ ବଡ଼ ନୁହଁନ୍ତି । ବାଂଲାଦେଶ ଅଧିନାୟକ ସାକିବ୍‌ ଅଲ୍‌ ହସନ୍‌ଙ୍କ ଦକ୍ଷତାକୁ ନେଇ ଆଲୋଚନା ସମୟରେ ଏପରି କହିଛନ୍ତି କିଙ୍ଗ୍ କୋହଲି ।

ଏକ ସାକ୍ଷାତକାରରେ ବିରାଟ କୋହଲି କହିଛନ୍ତି,"ବଡ଼ ପ୍ରତିଯୋଗିତାରେ କେହି ଦଳ ବଡ଼ ନୁହଁନ୍ତି । ଯେତେବେଳେ ବଡ଼ ଦଳମାନଙ୍କ ଉପରେ ଅଧିକ ଧ୍ୟାନ ଦିଆଯାଏ ସେତେବେଳେ ବିପର୍ଯ୍ୟୟ ଘଟେ । ସାକିବ ଜଣେ ସ୍ମାର୍ଟ୍‌ କ୍ରିକେଟର । ତାଙ୍କ ବିପକ୍ଷରେ ରନ୍‌ କରିବା ବହୁତ ଗୁରୁତ୍ବପୂର୍ଣ୍ଣ ହେବ । ମୁଁ ତାଙ୍କ ବିପକ୍ଷରେ ଅନେକ ମ୍ୟାଚ ଖେଳିଛି । ସେ ଜଣେ ଅଭିଜ୍ଞ ବୋଲର । ତାଙ୍କର ବ୍ୟାଟରଙ୍କ ଉପରେ ଜବରଦସ୍ତ ନିୟନ୍ତ୍ରଣ ଦକ୍ଷତା ରହିଛି ।"

ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ସାକିବ ଅଲ ହାସନଙ୍କ ଦକ୍ଷତା ବିଷୟରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି. "ସାକିବ ଜଣେ ସ୍ମାର୍ଟ କ୍ରିକେଟର । ସେ ତାଙ୍କ କାନ୍ଧରେ ବାଂଲାଦେଶକୁ ଦଳକୁ ଆଗକୁ ନେଇଛନ୍ତି ।" ଅନ୍ୟପଟେ ସାକିବ ବିରାଟ କୋହଲିଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, "ବିରାଟ କୋହଲି ସ୍ବତନ୍ତ୍ର ବ୍ୟାଟର । ସେ ଜଣେ ଶ୍ରେଷ୍ଠ ବ୍ୟାଟର । ମୁଁ ତାଙ୍କୁ 5ଥ ଆଉଟ କରିଥିବାରୁ ସୌଭାଗ୍ୟ ମନେ କରୁଛି । ତାଙ୍କ ୱିକେଟ ନେବା ଏହା ମୋ ପାଇଁ ବହୁତ ଖୁସିର କଥା ।" ଆଜି ଭାରତ ଓ ବାଂଲାଦେଶ ମଧ୍ଯରେ ପୁନେରେ ମ୍ୟାଚ୍‌ ଖେଳାଯିବ । 2007 ବିଶ୍ବକପ୍‌ରେ ବାଂଲାଦେଶଠୁ ଭାରତ ପରାସ୍ତ ହୋଇଥିଲା । ଏହାପରେ 3ଟି ବିଶ୍ବକପ୍‌ ମୁକାବିଲାରେ ଭାରତ ଲାଗାତାର ଜିତି ଆସୁଛି ।

ଏହା ବି ପଢନ୍ତୁ...Cricket World Cup 2023: ପିସିବିର ଅଭିଯୋଗ ନେଇ ପ୍ରଶ୍ନକୁ ଏଡ଼ାଇଦେଲେ ମହାମ୍ବ୍ରେ, କହିଲେ ମୁଁ ଜାଣିନି

ଏହା ବି ପଢନ୍ତୁ...ICC ODI Ranking: ଷଷ୍ଠ ସ୍ଥାନକୁ ଉଠିଲେ ରୋହିତ, ବୋଲିଂରେ ଶ୍ରେଷ୍ଠ 10ରେ ସିରାଜ-କୂଳଦୀପ

ପ୍ରକାଶ ଥାଉ କି, ଆଇସିସି ଦିନିକିଆ କ୍ରିକେଟ୍‌ ବିଶ୍ବକପରେ କୋଟଲାରେ ଡିଫେଣ୍ଡିଂ ଚମ୍ପିଆନ ଇଂଲଣ୍ଡ ଓ ଆଫଗାନିସ୍ତାନ୍‌ ମଧ୍ୟରେ ଖେଳାଯାଇଥିବା ଏକ ମ୍ୟାଚ୍‌ରେ ଇଂଲଣ୍ଡକୁ 69ରନରେ ପରାସ୍ତ କରିଥିଲା ଆଫଗାନିସ୍ତାନ । ଏହାପରେ ଗତ 17 ତାରିଖରେ ଧର୍ମଶାଳାରେ ଦକ୍ଷିଣ ଆଫ୍ରିକା ଓ ନେଦରଲାଣ୍ଡସ ମଧ୍ୟରେ ଏକ ମ୍ୟାଚ ଖେଳାଯାଇଥିଲା । ଏଥିରେ ଆଫଗାନିସ୍ତାନ ଦକ୍ଷିଣ ଆଫ୍ରିକାକୁ 38ରନରେ ପରାସ୍ତ କରିଥିଲା । ଏହାପରେ ବଡ଼ ଦଳର ବିପର୍ଯ୍ୟୟ କ୍ଷୁଦ୍ର ଦଳଠୁ ହାରିଲା ବଡ଼ ଦଳ ଭଳି ଚର୍ଚ୍ଚା ଆରମ୍ଭ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.