ETV Bharat / sports

Cricket World Cup 2023: ବିଶ୍ବକପରେ ଟିମ୍ ଇଣ୍ଡିଆର ଯାତ୍ରା, ତୃତୀୟ ଥର ଚମ୍ପିଆନ ହେବା ଲକ୍ଷ୍ୟରେ ଭାରତ

author img

By ETV Bharat Odisha Team

Published : Oct 1, 2023, 9:55 AM IST

ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପକୁ ଆଉ ମାତ୍ର 4 ଦିନ । ଅକ୍ଟୋବର 5 ତାରିଖକୁ ଆରମ୍ଭ ହେବାକୁ ଥିବା କ୍ରିକେଟର ମହାକୁମ୍ଭ ବିଶ୍ବକପରେ ଘରୋଇ ମାଟିରେ ତୃତୀୟ ଥର ପାଇଁ ଚମ୍ପିଆନ ହେବାକୁ ଲକ୍ଷ୍ୟ ରଖିଛି ମେନ ଇନ୍‌ ବ୍ଲୁ' । ଚଳିତ ବର୍ଷ ଭାରତ ବିଶ୍ବ ବିଜୟୀ ହେବା ନେଇ ଶ୍ରେଷ୍ଠ ଦାବିଦାର ରହିଛି । ତେବେ ନଜର ପକାନ୍ତୁ ଗତ 12 ବର୍ଷ ମଧ୍ୟରେ ବିଶ୍ବକପରେ ଭାରତୀୟ କ୍ରିକେଟ ଟିମର ପ୍ରଦର୍ଶନ କିପରି ରହିଛି

Team Indias journey in Cricket World Cup
ବିଶ୍ବକପରେ ଟିମ୍ ଇଣ୍ଡିଆର ଯାତ୍ରା

ନୂଆଦିଲ୍ଲୀ: କ୍ରିକେଟ ବିଶ୍ବକପ ପାଇଁ ହାତରେ ଆଉ ମାତ୍ର 3 ଦିନ ବାକି ରହିଛି । ଅକ୍ଟୋବର 5 ତାରିଖରୁ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି ଆଇସିସି ଦିନିକିଆ କ୍ରିକେଟ ମହାକୁମ୍ଭ ବିଶ୍ବକପ 2023 । ଶେଷଥର 2011ରେ ଭାରତରେ ବିଶ୍ବକପ ଆୟୋଜିତ ହୋଇଥିଲା ଯେଉଁଥିରେ ଭାରତ ଶ୍ରୀଲଙ୍କାକୁ ହରାଇ ବିଶ୍ବ ବିଜୟୀ ହୋଇଥିଲା । ଏଥର ବି ବିଶ୍ବକପରେ ଭାରତ ବାଜି ମାରିବା ନେଇ ଶ୍ରେଷ୍ଠ ଦାବିଦାର ରହିଛି । 1975ରୁ ସମୁଦାୟ 12 ଥର କ୍ରିକେଟ୍‌ ବିଶ୍ବକପ ଅନୁଷ୍ଠିତ ହୋଇଛି । ଭାରତ 2 ଥର ବିଶ୍ବ ଚମ୍ପିଆନ୍‌ ହୋଇଛି । 1983 ଓ 2011ରେ ବାଜି ମାରିଥିଲା ଭାରତ । ତେବେ ଏଥର ଭାରତ ବାଜି ମାରିବା ନେଇ ଆକଳନ କରାଯାଇଛି । ତେବେ ଗତ 12 ବର୍ଷ ମଧ୍ୟରେ ବିଶ୍ବକପ୍‌ରେ ଟିମ୍‌ ଇଣ୍ଡିଆର ପ୍ରଦର୍ଶନ କିପରି ରହିଥିଲା ତାକୁ ନେଇ ବିସ୍ତୃତ ରିପୋର୍ଟ ।

1975 ବିଶ୍ବକପ-ପଞ୍ଚମ ରାଙ୍କରେ ଥିଲା ଭାରତ

ବିଶ୍ବକପର ପ୍ରଥମ ସଂସ୍କରଣ ଇଂଲଣ୍ଡରେ ଆୟୋଜିତ ହୋଇଥିଲା । ଭାରତୀୟ ଦଳର ନେତୃତ୍ୱ ନେଇଥିଲେ ଏସ ଭେଙ୍କଟାରାଘବନ । ଏଥିରେ ଭାରତର ପ୍ରଦର୍ଶନ ଭଲ ନଥିଲା । ଦକ୍ଷିଣ ଆଫ୍ରିକା ବିପକ୍ଷରେ ମୋଟ 3ଟି ମ୍ୟାଚରୁ ଭାରତ ମାତ୍ର ଗୋଟିଏ ମ୍ୟାଚ ଜିତି ପଞ୍ଚମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା । ଏହି ସଂସ୍କରଣରେ ୱେଷ୍ଟ ଇଣ୍ଡିଜ ଚମ୍ପିଆନ ହୋଇଥିଲା ।

ସ୍କ୍ବାଡ: ଶ୍ରୀନିବାସରାଘବନ ଭେଙ୍କଟାରାଘବନ (ଅଧିନାୟକ), ସୟଦ ଆବିଦ୍ ଅଲି, ମୋହିନ୍ଦର ଅମରନାଥ, ବିଶାନ ସିଂହ ବେଦୀ(ଉପ-ଅଧିନାୟକ), ଫାରୁକ୍ ଇଞ୍ଜିନିୟର (ୱିକେଟ୍ କିପର), ଅଶୁଂମାନ ଗାଏକ୍ବାଡ, ସୁନୀଲ ଗାଭାସ୍କର, କରସନ ଗାଭ୍ରି, ମଦନ ଲାଲ, ବ୍ରଜଶେ ପଟେଲ, ଏକନାଥ ସୋଲକର, ଗୁଣ୍ଡପ୍ପା ବିଶ୍ବନାଥ, ସାୟଦ କିରମାନୀ, ପାର୍ଥସାରଥୀ ଶର୍ମା ।

1979 ବିଶ୍ବକପ- ସପ୍ତମ ସ୍ଥାନରେ ଥିଲା ଭାରତ

1979 କ୍ରିକେଟ ବିଶ୍ବକପ ଇଂଲଣ୍ଡରେ ଆୟୋଜିତ ହୋଇଥିଲା । ଭାରତର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ଭାରତ ୱେଷ୍ଟଇଣ୍ଡିଜଠୁ 9 ୱିକେଟର ଓ ନ୍ୟୁଜିଲାଣ୍ଡଠୁ 8 ୱିକେଟରେ ପରାସ୍ତ ହୋଇଥିଲା । ଶ୍ରୀଲଙ୍କାଠୁ ପରାସ୍ତ ହୋଇ ଭାରତ ସପ୍ତମ ସ୍ଥାନରେ ତାର ଅଭିଯାନ ଶେଷ କରିଥିଲା । ଏହି ସଂସ୍କରଣରେ ୱେଷ୍ଟଇଣ୍ଡିଜ୍‌ ଲଗତାର ଦ୍ବିତୀୟ ଥର ପାଇଁ ବିଶ୍ବ ଚମ୍ପିଆନ ହୋଇଥିଲା ।

ସ୍କ୍ବାଡ: ଶ୍ରୀନିବାସରାଘବନ ଭେଙ୍କଟାରାଘବନ (କ୍ୟାପଟେନ), ମୋହିନ୍ଦର ଅମରନାଥ, ବିଶହାନ ସିଂହ ବେଦୀ, ଅଶୁଂମାନ ଗାଏକ୍ବାଡ, ସୁନୀଲ ଗାଭାସ୍କର (ଉପଅଧିନାୟକ), କରସାନ ଗାଭ୍ରି, କପିଲ ଦେବ, ସୁରିନ୍ଦର ଖତ୍ରା (ୱିକେଟ୍ ରକ୍ଷକ), ବ୍ରିଜେଶ ପଟେଲ, ଦିଲୀପ ଭେଙ୍ଗସାର୍କର, ଗୁଣ୍ଡପା ବିଶ୍ବନାଥ, ଭାରତ ରେଡ୍ଡୀ, ୟୁଝୁବେନ୍ଦ୍ର ସିଂହ, ଯଶପାଲ ଶର୍ମା

1983 ବିଶ୍ବକପ- ବିଶ୍ବ ବିଜୀୟ ହୋଇଥିଲା ଭାରତ

1983 ବିଶ୍ବକପ ତୃତୀୟ ଥର ପାଇଁ ସଫଳତା ପୂର୍ବକ ଇଂଲଣ୍ଡରେ ଆୟୋଜିତ ହୋଇଥିଲା । ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ଅଭ୍ୟାସ ମ୍ୟାଚରେ ଇଂଲଣ୍ଡଠୁ ପରାସ୍ତ ହୋଇଥିଲା । ମୁଖ୍ୟ ରାଉଣ୍ଡ ମ୍ୟାଚରେ ଭାରତ ଜବରଦସ୍ତ କମବ୍ୟାକ କରିଥିଲା । ଫର୍ମକୁ ଫେରିଥିଲା ଭାରତୀୟ ଖେଳାଳି । ଲିଗ ରାଉଣ୍ଡରେ ୱେଷ୍ଟ ଇଣ୍ଡିଜକୁ ପରାସ୍ତ କରିଥିଲା ଭାରତ । ଏହା ପରେ ଫାଇନାଲରେ ୱେଷ୍ଟଇଣ୍ଡିଜକୁ 43ରନରେ ପରାସ୍ତ କରି କପିଳ ଦେବଙ୍କ ନେତୃତ୍ବରେ ଭାରତ ପ୍ରଥମ ଥର ବିଶ୍ବ ବିଜୟୀ ହୋଇଥିଲା ।

ସ୍କ୍ବାଡ: କପିଳ ଦେବ (ଅଧିନାୟକ),ମହିନ୍ଦର ଅମରନାଥ (ଉପଅଧିନାୟକ), କିର୍ତ୍ତୀ ଆଜାଦ, ରୋଜର ବିନ୍ନି, ସୁନୀଲ ଗାଭାସ୍କର, ସୟଦ କିର୍ମାନି (ୱିକେଟକିପର), ମଦନ ଲାଲ, ସନ୍ଦୀପ ପାଟିଲ, ବଲୱିନ୍ଦର ସାନ୍ଧୁ, ଯଶପାଲ ଶର୍ମା, ରବି ଶାସ୍ତ୍ରୀ, କୃଷ୍ଣମାଚାରୀ ଶ୍ରୀକାନ୍ତ, ସୁନୀଲ ୱାଲସନ, ଦିଲୀପ ଭେଙ୍ଗସରକର ।

1987 ବିଶ୍ବକପ-ସେମିଫାଇନାଲ ଖେଳିଥିଲା ଭାରତ

ଭାରତ ଓ ପାକିସ୍ତାନ 1987 ବିଶ୍ବକପର ମିଳିତ ଆଯୋଜକ ଥିଲେ । ପ୍ରଥମ ଥର ପାଇଁ ବିଶ୍ବକପ 60 ଓଭର ବ୍ୟତୀତ 50 ଓଭର ଖେଳ ହୋଇଥିଲା । କପିଲ ଦେବଙ୍କ ନେତୃତ୍ବରେ ଭାରତ ଦମଦାର ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଥିଲା । ସେମିଫାଇନାଲରେ ଇଂଲଣ୍ଡଠୁ ପରାସ୍ତ ହୋଇଥିଲା । ନ୍ୟୁଜିଲାଣ୍ଡ ବିପକ୍ଷରେ ପେସ ବୋଲର ଚେତନ ଶର୍ମା ବିଶ୍ବକପରେ ପ୍ରଥମ ହ୍ୟାଟ୍ରିକ ୱିକେଟ୍‌ ନେଇଥିଲେ । ଫାଇନାଲରେ ଅଷ୍ଟ୍ରେଲିଆ ଇଂଲଣ୍ଡକୁ ହରାଇ ପ୍ରଥମ ଥର ପାଇଁ ଚମ୍ପିଆନ ହୋଇଥିଲା ।

ସ୍କ୍ବାର୍ଡ: କପିଲ ଦେବ (ଅଧିନାୟକ), କୃଷ୍ଣମାଚାରୀ ଶ୍ରୀକାନ୍ତ, ଦିଲୀପ ଭେଙ୍ଗସରକାର (ଉପ-ଅଧିନାୟକ), ମହମ୍ମଦ ଅଜହରୁଦ୍ଦିନ, ରୋଜର ବିନ୍ନି, ସୁନୀଲ ଗାଭାସ୍କର, ମନିନ୍ଦର ସିଂ, କିରଣ ମୋରେ (ୱିକେଟ୍ କିପର), ଚନ୍ଦ୍ରକାନ୍ତ ପଣ୍ଡିତ, ମନୋଜ ପ୍ରଭାକର, ଚେତନ ଶର୍ମା, ରବି ଶାସ୍ତ୍ରୀ, ନବଜୋତ ସିଂହ ସିଦ୍ଧୁ, ଲକ୍ଷ୍ମଣ ସିବରାମକ୍ରିଷ୍ଣନ୍ ।

1992 ବିଶ୍ବକପ- ସପ୍ତମ ସ୍ଥାନରେ ଥିଲା ଭାରତ

1992 ବିଶ୍ବକପରେ ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ମିଳିତ ଆଯୋଜକ ଥିଲେ । ମହମ୍ମଦ ଅଝାରୁଦ୍ଦିନଙ୍କ ନେତୃତ୍ବରେ ଭାରତର ପ୍ରଦର୍ଶନ ଆଶାରୂପକ ଥିଲା । ଇଂଲଣ୍ଡ ଓ ଅଷ୍ଟ୍ରେଲିଆଠୁ ଛୋଟ ମାର୍ଜିନରେ ପରାସ୍ତ ହୋଇଥିଲା । ଏହି ସଂସ୍କରଣରେ ପ୍ରଥମ ଥର ପାଇଁ ସଚିନ ତେନ୍ଦୁଲକର ବିଶ୍ବକପ୍‌ ଖେଳିଥିଲେ । ଏହି ସଂସ୍କରଣରେ ଭାରତ ସପ୍ତମ ସ୍ଥାନରେ ରହି ତାର ଅଭିଯାନ ଶେଷ କରିଥିଲା । ଇମ୍ରାନ ଖାନଙ୍କ ନେତୃତ୍ବରେ ଇଂଲଣ୍ଡକୁ ହରାଇ ପାକିସ୍ତାନ ଚମ୍ପିଆନ ହୋଇଥିଲା ।

ସ୍କ୍ବାର୍ଡ: ମହମ୍ମଦ ଅଜହରୁଦ୍ଦିନ(ଅଧିନାୟକ), ସୁବ୍ରତୋ ବାନାର୍ଜୀ, ସଚିନ ତେନ୍ଦୁଲକର, ଅଜୟ ଜାଡେଜା, ବିନୋଦ କାମ୍ବଲି, କପିଲ ଦେବ, ରବି ଶାସ୍ତ୍ରୀ (ଉପଅଧିନାୟକ), ସଞ୍ଜୟ ମାଞ୍ଜରେକର, କିରଣ ମୋରେ (ୱିକେଟ୍ ରକ୍ଷକ) ମନୋଜ ପ୍ରଭାକର, ଭେଙ୍କଟପତି ରାଜୁ, କୃଷ୍ଣମାଚାରୀ ଶ୍ରୀକାନଥ, ଜୁଭାଗାଲ ପ୍ରବୀଣ ଆମ୍ରେ ।

ଏହା ବି ପଢନ୍ତୁ...Cricket World Cup 2023: ବିଶ୍ବକପ୍‌ ପୂର୍ବରୁ ହାଜ୍‌ଲେଉଡ୍‌ଙ୍କ ପ୍ରଂଶସା, କହିଲେ ରୋହିତ ଓ ବିରାଟ ହେଉଛନ୍ତି ଦଶନ୍ଧିର ଶ୍ରେଷ୍ଠ ବ୍ୟାଟର

1996 ବିଶ୍ବକପ- ସେମିଫାଇନାଲ ଖେଳିଥିଲା ଭାରତ

1996 ସଂସ୍କରଣରେ ଭାରତ ସହ ଆୟୋଜକ ଥିଲା । ମହମ୍ମଦ ଆଝାରୁଦ୍ଦିନ ଅଧିନାୟକତ୍ବରେ ଭାରତ ସେମିଫାଇନାଲ ଖେଳିଥିଲା । ବିଜୟୀ ହେବାର ଶ୍ରେଷ୍ଠ ଦାବିଦାର ମଧ୍ୟ ଥିଲା ଭାରତ । କେନିଆ ଓ ୱେଷ୍ଟ ଇଣ୍ଡିଜକୁ ପରାସ୍ତ କରି ଭଲ ଆରମ୍ଭ କରିଥିଲା ଭାରତ । କ୍ବାର୍ଟର ଫାଇନାଲରେ ଭାରତ ପାକିସ୍ତାନକୁ ପରାସ୍ତ କରିଥିଲା । ମାତ୍ର ସେମିଫାଇନାଲରେ ଶ୍ରୀଲଙ୍କାଠୁ ପରାସ୍ତ ହୋଇଥିଲା । ଏହି ସଂସ୍କରଣର ଫାଇନାଲରେ ଶ୍ରୀଲଙ୍କା ଅଷ୍ଟ୍ରେଲିଆକୁ ହରାଇ ପ୍ରଥମ ଥର ପାଇଁ ବିଶ୍ବ ବିଜୟୀ ହୋଇଥିଲା । ମ୍ୟାଚ୍‌ ହାରିବା ପରେ ଷ୍ଟାଡିୟମରେ ନିଆଁ ଲଗାଇ ଦେଇଥିଲେ ପ୍ରଶଂସକ ।

ସ୍କ୍ବାଡ୍‌: ମହମ୍ମଦ ଆଝାରୁଦ୍ଦିନ (ଅଧିନାୟକ), ସଚିନ ତେନ୍ଦୁଲକର(ଉପଅଧିନାୟକ), ବିନୋଦ କାମ୍ବି, ଅଶିଷ କପୁର, ସଞ୍ଜୟ ମାଞ୍ଜେରକର, ଭେଙ୍କଟେଶ ପ୍ରସାଦ, ନବଜୋତ ସିଂହ ସିଦ୍ଧୁ, ଅନିଲ କୁମ୍ବଲେ, ନୟନ ମୋଙ୍ଗିଆ, ମନୋଜ ପ୍ରଭାକର, ଜଭାଗଲ ଶ୍ରୀନାଥ, ଅଜୟ ଜାଡେଜା, ସାଲିଲ ଅନକୋଲା, ଭେଙ୍କଟାପାଥି ରାଜୁ ।

1999 ବିଶ୍ବକପ-ଷଷ୍ଠ ସ୍ଥାନରେ ଥିଲା ଭାରତ

ଇଂଲଣ୍ଡରେ 1999 ବିଶ୍ବକପ ଆୟୋଜିତ ହୋଇଥିଲା । ମହମ୍ମଦ ଆଝାରୁଦ୍ଦିନ ଭାରତୀୟ ଦଳର ନେତୃତ୍ବ ନେଇଥିଲେ । ଏହି ସଂସ୍କରଣରେ ଭାରତ ଷଷ୍ଠ ସ୍ଥାନରେ ରହି ତାର ଅଭିଯାନ ଶେଷ କରିଥିଲା । ଲିଗ୍‌ ମ୍ୟାଚରେ ପାକିସ୍ତାନ ଓ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା ଭାରତ ମାତ୍ର କ୍ବାର୍ଟର ଫାଇାନାଲରେ ହାରିଥିଲା । ଦ୍ବିତୀୟ ଥର ପାଇଁ ଅଷ୍ଟ୍ରେଲିଆ ବିଶ୍ବକପ୍‌ ଚମ୍ପିଆନ ହୋଇଥିଲା । ପାକିସ୍ତାନ ଉପବିଜେତା ହୋଇଥିଲା ।

ସ୍କ୍ବାଡ: ମହମ୍ମଦ ଆଝାରୁଦ୍ଦିନ (ଅଧିନାୟକ), ସୌରଭ ଗାଙ୍ଗୁଲି, ଅଜୟ ଜାଡେଜା (ଉପଅଧିନାୟକ), ସାଦାଗୋପାନ ରମେଶ, ରାହୁଲ ଦ୍ରାବିଡ, ରବିନ୍ ସିଂ, ଅଜିତ ଅଗରକର, ଅନିଲ କୁମ୍ବଲେ, ନୟନ ମୋଙ୍ଗିଆ (ୱିକେଟକିପର), ସଚିନ ତେନ୍ଦୁଲକର, ଭେଙ୍କଟେଶ ପ୍ରସାଦ, ନିଖିଲ ଚୋପ୍ରା, ଦେବାଶିଷ ମହାନ୍ତି, ଜଭାଗଲ ଶ୍ରୀନାଥ, ଅମୟ ଖୁରେସିଆ ।

2003 ବିଶ୍ବକପ- ଫାଇନାଲ ଖେଳିଥିଲା ଭାରତ

2003 ବିଶ୍ବକପରେ ଭାରତର ନେତୃତ୍ବ ନେଇଥିଲେ ସୌରଭ ଗାଙ୍ଗୁଲି । ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାରେ ବିଶ୍ବକପ ଆୟୋଜିତ ହୋଇଥିଲା । ଏହି ସଂସ୍କରଣରେ ଭାରତ ଦମଦାର ପ୍ରଦର୍ଶନ କରିଥିଲା । ଅଷ୍ଟ୍ରେଲିଆକୁ ଛାଡ଼ି ବାକି ସବୁ ଦଳକୁ ପରାସ୍ତ କରିଥିଲା ଭାରତ । ଏହି ସଂସ୍କରଣ ପାଇନାଲ ମୁକାବିଲାରେ ଅଷ୍ଟ୍ରେଲିଆ ଭାରତକୁ 125ରନରେ ପରାସ୍ତ କରିଥିଲା ଫଳରେ ଭାରତର ଚମ୍ପିଆନ ହେବା ଆଶା ମଉଳି ଯାଇଥିଲା ।

ସ୍କ୍ବାଡ: ସୌରଭ ଗାଙ୍ଗୁଲି(ଅଧିନାୟକ), ବୀରେନ୍ଦ୍ର ସେହ୍ବାଗ, ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ଯୁବରାଜ ସିଂହ, ମହମ୍ମଦ କୈଫ, ହରଭଜନ ସିଂହ, ଦିନେଶ ମୋଙ୍ଗିଆ, ଅନିଲ କୁମ୍ବେଲ, ପାର୍ଥିବ ପଟେଲ, ଜଭାଗାଲ ଶ୍ରୀନାଥ, ଜାହିର ଖାନ, ସଞ୍ଜୟ ବାଙ୍ଗର, ଆଶିଷ ନେହେରା, ଅଜିତ ଅଗରକର ।

2007 ବିଶ୍ବକପ- ନବମ ସ୍ଥାନରେ ଥିଲା ଭାରତ

2007 ବିଶ୍ବକପ ୱେଷ୍ଟଇଣ୍ଡିଜରେ ଆୟୋଜିତ ହୋଇଥିଲା । ଏଥିରେ ଭାରତ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ସୌରଭ ଗାଙ୍ଗୁଲି ଓ ଯୁବରାଜଙ୍କ ଭଳି ଷ୍ଟାର ଖେଳାଳି ଥିବା ସତ୍ତ୍ବେ ଗ୍ରୁପ ପର୍ଯ୍ୟାୟରୁ ବାଂଲାଦେଶ ବିପକ୍ଷରେ ପରାସ୍ତ ହୋଇ ଭାରତ ବାଦ ପଡିଥିଲା । ନବମ ସ୍ଥାନରେ ରହି ଭାରତ ତାର ଅଭିଯାନ ଶେଷ କରିଥିଲା । ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ରାହୁଲ ଦ୍ରାବିଡ ଅଧିନାୟକତ୍ବ ପଦରୁ ଇସ୍ତଫା ବି ଦେଇଥିଲେ । ରିଙ୍କି ପଏଣ୍ଟିଙ୍କ ନେତୃତ୍ବାଧୀନ ଅଷ୍ଟ୍ରେଲିଆ ଚତୁର୍ଥ ଥର ପାଇଁ ବିଶ୍ବକପ ଚମ୍ପିଆନ ହୋଇଥିଲା ।

ସ୍କ୍ବାଡ: ରାହୁଲ ଦ୍ରାବିଡ(ଅଧିନାୟକ), ବୀରେନ୍ଦ୍ର ସେହ୍ବାଗ, ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ରବିନ ଉଥପ୍ପା, ଯୁବରାଜ ସିଂହ (ଉପଅଧିନାୟକ), ମହେନ୍ଦ୍ର ସିଂହ ଧୋନୀ (ୱିକେଟକିପର), ଦିନେଶ କାର୍ତ୍ତିକ, ଇର୍ଫାନ ଫଠାନ, ଅଜିତ ଅଗରକର, ହରଭଜନ ସିଂହ, ଅନୀଲ କୁମ୍ବଲେ, ଜାହିର ଖାନ, ଏସ ଶ୍ରୀଶାନ୍ତ, ମୁନ୍ନାଫ ପଟେଲ ।

2011 ବିଶ୍ବକପ_ବିଶ୍ବ ବିଜୟୀ ହୋଇଥିଲା ଭାରତ

2011 ବିଶ୍ବକପ ସଂସ୍କରଣ ଭାରତ, ବାଂଲାଦେଶ ଓ ଶ୍ରୀଲଙ୍କାରେ ହୋଇଥିଲା । ଭାରତ ଦ୍ବିତୀୟ ଥର ପାଇଁ ବିଶ୍ବକପ ଚମ୍ପିଆନ ହୋଇଥିଲା । ୱାଙ୍ଖଡେ ଷ୍ଟାଡିୟମରେ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଫାଇନାଲ ମ୍ୟାଚ୍‌ ଖେଳା ଯାଇଥିଲା । ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ବରେ ଭାରତ ବିଶ୍ବ ବିଜୟୀ ହୋଇଥିଲା । କ୍ବାର୍ଟର ଫାଇନାଲରେ ଅଷ୍ଟ୍ରେଲିଆ ଓ ସେମିଫାଇନାଲରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀଙ୍କୁ ପାକିସ୍ତାନକୁ ପରାସ୍ତ କରିଥିଲା । କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ତାଙ୍କର ଶେଷ ବିଶ୍ବକପ ଖେଳିଥିଲେ । ତାଙ୍କର ବିଶକପ ଚମ୍ପିଆନ ହେବା ସ୍ବପ୍ନ ପୂରଣ ହୋଇଥିଲା । ଷ୍ଟାର କ୍ରିକେଟର ଯୁବରାଜ ସିଂହ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ ।

ସ୍କ୍ବାଡ: ମହେନ୍ଦ୍ର ସିଂହ ଧୋନୀ (ଅଧିନାୟକ), ବୀରେନ୍ଦ୍ର ସେହ୍ବାଗ, ଗୌତମ ଗମ୍ଭୀର, ସଚିନ ତେନ୍ଦୁଲକର, ଯୁବରାଜ ସିଂହ ବିରାଟ କୋହଲି, ସୁରେଶ ରୈନା, ଯୁସୁଫ ପଠାନ, ଜାହିର ଖାନ, ହରଭଜନ ସିଂହ, ଆଶିଷ ନେହେରା, ମୁନ୍ନାଫ ପଟେଲ, ଏସ ଶ୍ରୀଶାନ୍ତ, ପିୟୁଷ ଚାୱାଲା, ରବିଚନ୍ଦ୍ରନ ଅଶ୍ବିନୀ ।

2015 ବିଶ୍ବକପ-ସେମି ଫାଇନାଲ ଖେଳିଥିଲା ଭାରତ

2015 ବିଶ୍ବକପ ଉଭୟ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡର ମିଳିତ ଆୟୋଜନ କରିଥିଲେ । ଭାରତ ଏହି ସଂସ୍କରଣରେ ସେମିଫାଇନାଲ ଖେଳିଥିଲା । ସେମିଫାଇନାଲରେ ଆୟୋଜକ ଅଷ୍ଟ୍ରେଲିଆ ଭାରତକୁ ପରାସ୍ତ କରିଥିଲା । ଭାରତ ପକ୍ଷରୁ ବିରାଟ କୋହଲି, ଶିଖର ଧାୱନ ଓ ପେସ ବୋଲର ଯଶପ୍ରୀତ ବୁମରା ସଂସ୍କରଣରେ ଦମଦାର ପ୍ରଦର୍ଶନ କରିଥିଲେ । ଏହି ସଂସ୍କରଣରେ ପଞ୍ଚମ ଥର ଲାଗି ଅଷ୍ଟ୍ରେଲିଆ ଚମ୍ପିଆନ ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ଉପବିଜେତା ହୋଇଥିଲା ।

ସ୍କ୍ବାଡ: ମହେନ୍ଦ୍ର ସିଂହ ଧୋନୀ (ଅଧିନାୟକ), ବିରାଟ କୋହଲି (ଉପଅଧିନାୟକ), ରବିଚନ୍ଦ୍ରନ ଅଶ୍ବିନୀ, ଷ୍ଟୁଆର୍ଟ ବିନ୍ନି, ଶିଖର ଧାୱନ, ରବିନ୍ଦ୍ର ଜାଡେଜା, ଭୁବନେଶ୍ବର କୁମାର, ଅକ୍ଷର ପଟେଲ, ଆଜିଙ୍କ୍ୟ ରାହାଣେ, ସୁରେଶ ରୈନା, ଅମ୍ବତି ରାୟୁଡୁ, ମହମ୍ମଦ ସାମି, ମୋହିତ ଶର୍ମା, ରୋହିତ ଶର୍ମା, ଉମେଶ ଯାଦବ ।

2019 ବିଶ୍ବକପ- ପୁଣି ସେମି ଫାଇନାଲ ଖେଳିଥିଲା ଭାରତ

2019 ବିଶ୍ବକପ ସଂସ୍କରଣ ଇଂଲଣ୍ଡରେ ହୋଇଥିଲା । ବିରାଟ କୋହଲି ଭାରତର ନେତୃତ୍ବ ନେଇଥିଲେ । ଭାରତ ସେମିଫାଇନାରେ ପହଞ୍ଚିଥିଲା । ଉପବିଜେତା ହୋଇଥିବା ନ୍ୟୁଜିଲାଣ୍ଡଠୁ ବର୍ଷା ପ୍ରଭାବିତ ସେମିଫାଇନାଲରେ ପରାସ୍ତ ହୋଇଥିଲା ଭାରତ । ମହେନ୍ଦ୍ର ସିଂହ ଧୋନୀ ଯେଉଁଭଳି ଭାବେ ରନ ଆଉଟ ହୋଇଥିଲେ ତାହା ଏବେ କ୍ରିକେଟପ୍ରେମୀଙ୍କ ମନରୁ ଯାଇନାହିଁ । ବ୍ଯାଟର ରୋହିତ ଶର୍ମା ଏହି ଟୁର୍ଣ୍ଣାମେଣ୍ଟରେ 5ଟି ଶତକ ହାସଲ କରିଥିଲେ । ଏହି ସଂସ୍କରଣରେ ଇଂଲଣ୍ଡ ପ୍ରଥମ ଥର ପାଇଁ ଚମ୍ପିଆନ ହୋଇଥିଲା ।

ସ୍କ୍ବାଡ: ବିରୋଟ କୋହଲି(ଅଧିନାୟକ), ରୋହିତ ଶର୍ମା(ଉପଅଧିନାୟକ), ମହେନ୍ଦ୍ର ସିଂହ ଧୋନୀ (ୱିକେଟ କିପର), କେଏଲ ରାହୁଲ, ଦିନେଶ କାର୍ତ୍ତିକ, ଋଷବ ପନ୍ତ, ଶିଖର ଧାୱନ, ବିଜୟ ଶଙ୍କର, କେଦାର ଯାଦବ, ୟୁଝବେନ୍ଦ୍ର ଚହଲ, କୁଳଦୀପ ଯାଦବ, ଭୁବନେଶ୍ବର କୁମାର, ଯଶପ୍ରୀତ ବୁମରା, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.