ETV Bharat / sports

Cricket World Cup 2023: ଏଥର ଇଂଲଣ୍ଡ ପାଇଁ ସହଜ ହେବନି ରାସ୍ତା, ଜାଣନ୍ତୁ କଣ ରହିଛି ଦଳର ସାମର୍ଥ୍ୟ ଓ ଦୁର୍ବଳତା

author img

By ETV Bharat Odisha Team

Published : Oct 1, 2023, 5:38 PM IST

ଦିନିକିଆ ବିଶ୍ବକପ୍‌ର ଗତ ସଂସ୍କରଣର ବିଜେତା ଇଂଲଣ୍ଡ ପାଇଁ ଏଥର ସହଜ ହେବନି ବିଜୟର ରାସ୍ତା । ଜାଣନ୍ତୁ କଣ ରହିଛି ଦଳର ସାମର୍ଥ୍ୟ ଓ ଦୁର୍ବଳତା । ଅଧିକ ପଢ଼ନ୍ତୁ

ଇଂଲଣ୍ଡ ପାଇଁ ଏଥର ସହଜ ହେବନି ରାସ୍ତା
ଇଂଲଣ୍ଡ ପାଇଁ ଏଥର ସହଜ ହେବନି ରାସ୍ତା

ହାଇଦ୍ରାବାଦ: ଯଦିଓ କ୍ରିକେଟ୍‌ ଖେଳର ଉଦ୍ଭାବନ ପାଇଁ ଶ୍ରେୟ ଇଂଲଣ୍ଡକୁ ଦିଆଯାଇଥାଏ, ତଥାପି ସେମାନେ ୨୦୧୫ ପର୍ଯ୍ୟନ୍ତ କ୍ରୀଡା ଇତିହାସରେ ଦିନିକିଆ ବିଶ୍ବକପ ଟ୍ରଫି ଉଠାଇବାକୁ ସକ୍ଷମ ହୋଇନଥିଲେ । ୨୦୧୦ରେ କେବଳ ଗୋଟିଏ ଥର ଟି20 ବିଶ୍ବକପ ଜିତିବାରେ ସଫଳ ହୋଇଥିଲା ଇଂରାଜୀ ଦଳ । କିନ୍ତୁ ତଥାପି ନିଜକୁ ଏକ ଚମ୍ପିଆନ୍ ଦଳ ଭାବରେ ପ୍ରତିଷ୍ଠିତ କରିବାକୁ ଦଳକୁ ବେଶ ସଂଘର୍ଷ କରିବାକୁ ପଡ଼ିଥିଲା । ଇଂଲଣ୍ଡ ଟିମ୍‌ ମ୍ୟାନେଜ୍‌ମେଣ୍ଟ ଦ୍ବାରା ଅନେକ ମାନସମନ୍ଥନ ପରେ କ୍ରୀଡା ଇତିହାସରେ ଏକ ନୂତନ ପୃଷ୍ଠା ଓଲଟାଇଥିଲା ଇଂଲଣ୍ଡ କ୍ରିକେଟ ଟିମ୍‌ । କାରଣ ଇଂଲଣ୍ଡ ଯେ କେବଳ ୨୦୧୯ ଦିନିକିଆ ବିଶ୍ବକପ୍ ଜିତିଥିଲା ତାହା ନୁହେଁ, ବରଂ ସୀମିତ ଓଭର କ୍ରିକେଟ୍‌ରେ ମଧ୍ୟ ପ୍ରାଧାନ୍ୟ ବିସ୍ତାର କରିଥିଲା ଇଂରାଜୀ ଦଳ ।

ଦଳର ରଣନୀତିରେ ଏଭଳି ପରିବର୍ତ୍ତନର ଶ୍ରେୟ ହେଉଛି ୫୦ ଓଭର ଫର୍ମାଟକୁ ଆକ୍ରମଣାତ୍ମକ ଭାବେ ଗ୍ରହଣ କରିବା । ଇଂରାଜୀ ବ୍ୟାଟରଙ୍କ ଏଭଳି ଆଭିମୁଖ୍ୟ ପ୍ରତିପକ୍ଷଙ୍କୁ ଅସୁବିଧାରେ ପକାଇଥିଲା । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆରମ୍ଭ ହେବାକୁଥିବା ବିଶ୍ବକପ୍‌ ୨୦୨୩ ଟାଇଟଲ ପାଇଁ ଇଂଲଣ୍ଡ ମଧ୍ୟ ଅନ୍ୟତମ ପସନ୍ଦର ଦଳ, ଜୋସ୍ ବଟଲରଙ୍କ ନେତୃତ୍ବରେ ଏହି ସଂସ୍କରଣରେ ମଧ୍ୟ ସେମାନେ ନିଜ ଟାଇଟଲ୍ ରକ୍ଷା କରିବେ ବୋଲି ଅନେକ ଆଶା କରନ୍ତି । ଗତ ସଂସ୍କରଣର ଉପବିଜେତା ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜର ବିଶ୍ବକପ୍‌ ଅଭିଯାନ ଆରମ୍ଭ କିରିବ । ତେବେ ଦଳକୁ ଏଥର ଟାଇଟଲ ବଜାୟ ରଖିବା ଏତେଟା ସହଜ ହେବ ନାହିଁ । ଦଳର ସାମର୍ଥ୍ୟ, ଦୁର୍ବଳତା, ଆହ୍ବାନ ଓ ସୁଯୋଗ ଉପରେ ନଜର ପକାନ୍ତୁ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ବିଶ୍ବକପରେ ଟିମ୍ ଇଣ୍ଡିଆର ଯାତ୍ରା, ତୃତୀୟ ଥର ଚମ୍ପିଆନ ହେବା ଲକ୍ଷ୍ୟରେ ଭାରତ

ସାମର୍ଥ୍ୟ: ବ୍ରେଣ୍ଡନ୍ ମ୍ୟାକୁଲମ୍‌ଙ୍କ ଦ୍ବାରା ପ୍ରଶିକ୍ଷିତ ଇଂଲଣ୍ଡ କ୍ରିକେଟ ଟିମ୍‌ ନିକଟ ଅତୀତରେ ଏକ ଭୟଙ୍କର ବ୍ୟାଟିଂ ୟୁନିଟ୍ ନିର୍ମାଣ କରିଛି । ଯେଉଁଥିରେ ମୋଇନ୍ ଅଲ୍ଲୀ, ଜନି ବେୟାରଷ୍ଟୋ ଏବଂ ଲିଆମ୍ ଲିଭିଙ୍ଗଷ୍ଟୋନଙ୍କ ଭଳି ଶକ୍ତିଶାଳୀ ବ୍ୟାଟର ଅଛନ୍ତି, ଯେଉଁମାନେ ପ୍ରତିପକ୍ଷ ବୋଲରଙ୍କ ଆକ୍ରମଣକୁ କଡ଼ା ଟକ୍କର ଦେଇପାରିବେ । ଜନି ବେୟାରଷ୍ଟୋ ଏବଂ ଜାସନ ରୟଙ୍କୁ ପାଳି ଆରମ୍ଭ ପାଇଁ ପଠାଇ ଇଂଲଣ୍ଡ ଏକ ଅତ୍ୟଧିକ ଆକ୍ରମଣାତ୍ମକ ଓପନିଂ ମିଶ୍ରଣ ଚୟନ କରିପାରିବ । ଜୋ ରୁଟ୍ ଏବଂ ହ୍ୟାରି ବ୍ରୁକଙ୍କ ଭଳି ବ୍ୟାଟର ମିଡିଲ ଅର୍ଡରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିପାରନ୍ତି, ଯେତେବେଳେ କି ଅନ୍ୟମାନଙ୍କ ମଧ୍ୟରେ ମଧ୍ୟକ୍ରମ ସମେତ ନିମ୍ନକ୍ରମରେ ପରିସ୍ଥିତିକୁ ବେଶ ଭଲ ଭାବେ ସମ୍ଭାଳିବାର ଦକ୍ଷତା ରହିଛି । ଫଳରେ ବ୍ୟାଟିଂ ୟୁନିଟ୍ ମଧ୍ୟ ଖୁବ ସନ୍ତୁଳିତ ଦେଖାଯାଉଛି । ଏହାସହ ଦଳ ପାଖରେ ଦକ୍ଷ ଅଲରାଉଣ୍ଡର ମଧ୍ୟ ରହିଛନ୍ତି । ଲିଆମ୍ ଲିଭିଙ୍ଗଷ୍ଟୋନଙ୍କ ଭଳି ଏକ ପାର୍ଟ ଟାଇମ୍ ସ୍ପିନର ଅଛନ୍ତି, ଯିଏ ଉଭୟ ଲେଗ୍‌ ଓ ଅଫ୍‌ରେ ବୋଲିଂ କରିପାରନ୍ତି ।

ଦୁର୍ବଳତା: ଅତ୍ୟଧିକ ଆକ୍ରୋଶମୂଳକ ହୋଇ ଖେଳିବା ମଧ୍ୟ ସର୍ବଦା ନିଜ ଦଳକୁ କ୍ଷତି ଦେଇପାରେ ଏବଂ ଏହା ଇଂଲଣ୍ଡର ବ୍ୟାଟରମାନଙ୍କୁ ନିଜ ୱିକେଟ୍ ଫିଙ୍ଗିବାରେ ଆକର୍ଷିତ କରିପାରେ । ଯଦିଓ ଭାରତୀୟ ପିଚ୍ ଫ୍ଲାଟ୍‌ ହେବାର ଅଧିକ ସମ୍ଭାବନା ଅଛି, ହେଲେ ଟୁର୍ଣ୍ଣାମେଣ୍ଟ ବଢ଼ିବା ସହିତ ପିଚ୍‌ ଗୁଡ଼ିକ ମନ୍ଥର ମଧ୍ୟ ହୋଇପାରେ । ଏପରି ପରିସ୍ଥିତିରେ, ବଲକୁ ଛକା ପାଇଁ ବାଉଣ୍ଡରି ପର୍ଯ୍ୟନ୍ତ ପଠାଇବା ବ୍ୟାଟରଙ୍କ ପାଇଁ ବିପଜ୍ଜନକ ହୋଇପାରେ । ଏହା ସହିତ ସ୍ପିନରମାନଙ୍କୁ ମୁକାବିଲା କରିବା ବିଶ୍ବକପ୍‌ରେ ଏକ ଅତ୍ୟାବଶ୍ୟକ କୌଶଳ ହେବ । ହେଲେ ଇଂଲଣ୍ଡ ଏପର୍ଯ୍ୟନ୍ତ ସେହି ପରୀକ୍ଷା ଦେଇନାହିଁ । ତେଣୁ, ଭାରତୀୟ ପିଚ୍‌ରେ ସ୍ପିନରଙ୍କୁ ଆକ୍ରମଣ କରିବା ସେମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ବିକଳ୍ପ ହୋଇନପାରେ । ଦଳ ପକ୍ଷରୁ ଆଦିଲ ରସିଦ, ମୋଇନ୍ ଅଲ୍ଲୀ ଏବଂ ଲିଆମ୍ ଲିଭିଙ୍ଗଷ୍ଟୋନ୍ ସ୍ପିନ୍ ବିଭାଗ ପରିଚାଳନା କରିବାକୁ ଯାଉଛନ୍ତି, କିନ୍ତୁ କେବଳ ରସିଦ୍ ହେଉଛନ୍ତି ଅଭିଜ୍ଞ ସ୍ପିନର । ତେଣୁ ପ୍ରତିଯୋଗିତାରେ ଆଗକୁ ଆଉ ଜଣେ ବିଶେଷଜ୍ଞ ସ୍ପିନରଙ୍କ ଅଭାବ ଇଂରାଜୀ ଦଳକୁ ପ୍ରଭାବିତ କରିପାରେ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଜାଣନ୍ତୁ ଟିମ୍‌ ଇଣ୍ଡିଆର ସାମର୍ଥ୍ୟ ଓ ଦୁର୍ବଳତା

ସୁଯୋଗ: ଟେଷ୍ଟ କ୍ରିକେଟରେ ଧୂଆଁଧାର ପ୍ରଦର୍ଶନ ପରେ ଯୁବ ତାରକା ହ୍ୟାରି ବ୍ରୁକଙ୍କ ପାଇଁ ରନ୍ ବର୍ଷା କରି ଦିନିକିଆରେ ଦବଦବା ସୃଷ୍ଟି କରିବାକୁ ସବୁଠାରୁ ବଡ଼ ସୁଯୋଗ ମିଳିବ । ଟେଷ୍ଟ କ୍ରିକେଟରେ ତାଙ୍କର ହାରାହାରି ସ୍କୋର ୬୨.୧୫ ରହିଛି । କିନ୍ତୁ ଏହା ଦିନିକିଆରେ ହ୍ରାସ ପାଇଛି । ଏଥିରେ ତାଙ୍କର ହାରାହାରି ସ୍କୋର ରହିଛି ୨୦.୫୦ । କିନ୍ତୁ ନିଜକୁ ଭଲ ବ୍ୟାଟର ଭାବେ ପ୍ରମାଣିତ କରିବା ପାଇଁ ଏବଂ ବହୁ ରନ୍ ସ୍କୋର କରିବା ପାଇଁ ବିଶ୍ବକପ ତାଙ୍କର ସବୁଠାରୁ ବଡ ସୁଯୋଗ ହୋଇପାରେ ।

ଆହ୍ବାନ: ଭାରତରେ ଖେଳିଥିବା ୬୬ଟି ଦିନିକିଆ ମ୍ୟାଚ୍‌ରୁ ଇଂଲଣ୍ଡ ମାତ୍ର ୨୬ଟି ମ୍ୟାଚ୍‌ ଜିତିଛି ଏବଂ ଦଳର ବିଜୟ ହାର ମାତ୍ର ୩୯.୩୯ ରହିଛି । ଏହା ପଛର ମୁଖ୍ୟ କାରଣ ହେଉଛି ଭାରତ ମାଟିରେ ଇଂଲଣ୍ଡ ବ୍ୟାଟରମାନେ ସ୍ପିନ୍ ବୋଲିଂ ବିପକ୍ଷରେ ସଂଘର୍ଷ କରିଥାନ୍ତି । ଅନ୍ୟ ଉପମହାଦେଶୀୟ ଦଳ ବିପକ୍ଷରେ ମଧ୍ୟ ଏହା ଇଂଲଣ୍ଡ ଦଳକୁ ବହୁତ ଅସୁବିଧାରେ ପକାଇପାରେ, କାରଣ ସେମାନଙ୍କ ନିକଟରେ ମଧ୍ୟ ଦକ୍ଷ ସ୍ପିନ୍ ଆଟାକ୍‌ ରହିଛି । ଆହୁରି ମଧ୍ୟ ସ୍ପିନ୍ ବିଭାଗରେ ଏକା ଆଦିଲ ରସିଦଙ୍କ ଉପରେ ଅତ୍ୟଧିକ ଭରସା କରିବା ଦଳର ପ୍ରଦର୍ଶନ ଉପରେ ପ୍ରଭାବ ପକାଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.