ETV Bharat / sports

Cricket World Cup 2023: ଶ୍ରୀଲଙ୍କାକୁ ପୁଣି ଝଟ୍‌କା, ବାଦ୍‌ ପଡ଼ିଲେ ଲାହିରୁ କୁମାରା, ଜାଣନ୍ତୁ କାହାକୁ ମିଳିଲା ସୁଯୋଗ

author img

By ETV Bharat Odisha Team

Published : Oct 29, 2023, 9:17 PM IST

ବିଶ୍ବକପ୍‌ ୨୦୨୩ରେ ଶ୍ରୀଲଙ୍କା ଦଳର ପିଛା ଛାଡ଼ୁନି ଆହତ ସମସ୍ୟା । ନିୟମିତ ଅଧିନାୟକ ଦସୁନ ଶଣକା ଓ ମଥିଶା ପାଥିରାନାଙ୍କ ପରେ ଆହତ ହୋଇ ବାଦ ପଡ଼ିଲେ ଦଳର ଇନ୍‌-ଫର୍ମ ଦ୍ରୁତ ବୋଲର ଲାହିରୁ କୁମାରା । ଦଳରେ ସାମିଲ ହେଲେ ଦୁଷ୍ମନ୍ତ ଚମିରା । ଅଧିକ ପଢ଼ନ୍ତୁ

ଶ୍ରୀଲଙ୍କା ଦଳରୁ ବାଦ୍‌ ପଡ଼ିଲେ ଲାହିରୁ କୁମାରା

ପୁଣେ: ଭାରତରେ ଜାରି ରହିଥିବା ଆଇସିସି ଦିନିକିଆ ବିଶ୍ବକପ୍‌ ୨୦୨୩ରେ ଶ୍ରୀଲଙ୍କାକୁ ପୁଣି ଲାଗିଛି ଝଟ୍‌କା । ଦଳର ଇନ୍‌-ଫର୍ମ ଦ୍ରୁତ ବୋଲର ଲାହିରୁ କୁମାରା ଚଳିତ ବିଶ୍ବକପ୍‌ର ଅବଶିଷ୍ଟ ମ୍ୟାଚ୍‌ରୁ ବାଦ ପଡ଼ିଛନ୍ତି । ବାମ ଜଙ୍ଘ ମାଂସପେଶୀରେ ଆଘାତ କାରଣରୁ ସେ ବିଶ୍ବକପ୍‌ରୁ ବାହାର ହୋଇଛନ୍ତି । ସୋମବାର ପୁଣେରେ ଆଫଗାନିସ୍ତାନ ବିପକ୍ଷ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ ପୂର୍ବରୁ ଅଭ୍ୟାସ ସମୟରେ ଲାହିରୁ କୁମାରାଙ୍କ ବାମ ଜଙ୍ଘରେ ଆଘାତ ଲାଗିଛି ଏବଂ ତାଙ୍କ ସ୍ଥାନରେ ଶ୍ରୀଲଙ୍କାର ଅନ୍ୟତମ ଦ୍ରୁତ ବୋଲର ଦୁଷ୍ମନ୍ତ ଚମିରାଙ୍କୁ ଦଳରେ ସାମିଲ କରାଯାଇଛି । ଶ୍ରୀଲଙ୍କା ଦଳରେ ଚମିରାଙ୍କୁ ସାମିଲ କରିବା ନେଇ ଇଭେଣ୍ଟ ଟେକ୍ନିକାଲ କମିଟି ମଞ୍ଜୁର କରିଛନ୍ତି ।

ଚମିରା ୪୪ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି । ଶ୍ରୀଲଙ୍କା ପାଇଁ ୧୦୦ରୁ ଅଧିକ ମ୍ୟାଚ୍ ଖେଳିବା ସହିତ ତାଙ୍କର ବ୍ୟାପକ ଅଭିଜ୍ଞତା ରହିଛି । ହେଲେ ଲାହିରୁ କୁମାରାଙ୍କ ଅନୁପସ୍ଥିତିକୁ ଦଳ ବିଶେଷ ଭାବେ ଅନୁଭବ କରିବ । କାରଣ ଗତ ଗୁରୁବାର ବେଙ୍ଗାଲୁରୁରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଦଳକୁ ଜିତାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଲାହିରୁ କୁମାରା । ସେହି ମ୍ୟାଚ୍‌ରେ କେବଳ ୩୫ ରନ୍‌ ବ୍ୟୟରେ ସେ ୩ଟି ବହୁମୂଲ୍ୟ ୱିକଟ୍‌ ହାସଲ କରି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ବାଦପଡ଼ିଲେ ପଥିରାନା, ଶ୍ରାଲଙ୍କା ସ୍କ୍ବାଡ୍‌ରେ ଭେଟେରାନ ଅଲରାଉଣ୍ଡର ମାଥ୍ୟୁସ

ତେବେ ଚଳିତ ବିଶ୍ବକପ୍‌ରୁ କୁମାରାଙ୍କୁ ହରାଇବା ଶ୍ରୀଲଙ୍କା ପାଇଁ ତୃତୀୟ କ୍ଷତି । ଏହା ପୂର୍ବରୁ ପ୍ରଥମେ ଦଳର ନିୟମିତ ଅଧିନାୟକ ଦସୁନ ଶଣକା ଆହତ ହୋଇ ବିଶ୍ବକପ୍‌ରୁ ବାଦ ପଡ଼ିଛନ୍ତି । ଶଣକାଙ୍କ ସ୍ଥାନରେ ଚମିକା କରୁଣାରତ୍ନେ ଦଳରେ ସାମିଲ ହୋଇଥିଲେ । ଶଣକାଙ୍କ ସ୍ଥାନରେ ଅଭିଜ୍ଞ ଖେଳାଳି କୁସଲ ମେଣ୍ଡିସ ଦଳର ଅଧିନାୟକ ଭୂମିକା ତୁଲାଉଛନ୍ତି । ଏହାପରେ ଜୁନିଅର ମାଲିଙ୍ଗା ଭାବେ ପରିଚିତ ମଥିଶା ପାଥିରାନା କାନ୍ଧରେ ଆଘାତ ପାଇ ବିଶ୍ବକପ୍‌ ୨୦୨୩ରୁ ବାଦ ପଡ଼ିଥିଲେ । ପରେ ତାଙ୍କ ସ୍ଥାନରେ ବରିଷ୍ଠ ଖେଳାଳି ଏଞ୍ଜେଲୋ ମାଥ୍ୟୁସଙ୍କୁ ଦଳରେ ସ୍ଥାନ ମିଳିଥିଲା । ଅକ୍ଟୋବର ୧୦ ତାରିଖରେ ହାଇଦ୍ରାବାଦରେ ଖେଳାଯାଇଥିବା ପାକିସ୍ତାନ ବିପକ୍ଷ ମ୍ୟାଚରେ ପାଥିରାନାଙ୍କ କାନ୍ଧରେ ଆଘାତ ଲାଗିଥିଲା । ଏହାପରେ ସେ ୫ ଥରର ବିଶ୍ବ ବିଜେତା ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ ପାଇଁ ଦଳରେ ଉପଲବ୍ଧ ହୋଇପାରିନଥିଲେ ।

  • " class="align-text-top noRightClick twitterSection" data="">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.