ETV Bharat / sports

Cricket World Cup 2023: ଶ୍ରୀଲଙ୍କା ଉପରେ ବଡ଼ ଆକ୍ସନ ନେଲା ଆଇସିସି, ପ୍ରଥମ ଦଳ ଭାବେ ଲାଗିଲା ଫାଇନ - ଧିମା ଓଭର ବୋଲିଂ ପାଇଁ ଶ୍ରୀଲଙ୍କାକୁ ଫାଇନ

ବିଶ୍ବକପ୍‌ ୨୦୨୩ରେ ପ୍ରଥମ ଦଳ ଭାବେ ଶ୍ରୀଲଙ୍କା ଉପରେ ବଡ଼ ଆକ୍ସନ ନେଇଛି ଆଇସିସି । ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ଧିମା ଓଭର ବୋଲିଂ ପାଇଁ ଦଳର ମ୍ୟାଚ୍‌ ଫି'ରୁ ୧୦ ପ୍ରତିଶତ ଜରିମାନା ଲଗାଇଛି ଆଇସିସି । ଅଧିକ ପଢ଼ନ୍ତୁ

ଧିମା ଓଭର ବୋଲିଂ ପାଇଁ ଶ୍ରୀଲଙ୍କାକୁ ଫାଇନ
ଧିମା ଓଭର ବୋଲିଂ ପାଇଁ ଶ୍ରୀଲଙ୍କାକୁ ଫାଇନ
author img

By ETV Bharat Odisha Team

Published : Oct 8, 2023, 10:48 PM IST

ହାଇଦ୍ରାବାଦ: ବିଶ୍ବକପ୍‌ ୨୦୨୩ ଆରମ୍ଭ ହୋଇଯାଇଥିବାବେଳେ ଶ୍ରୀଲଙ୍କା ଉପରେ ବଡ଼ ଆକ୍ସନ ନେଇଛି ଆଇସିସି । ଚଳିତ ବିଶ୍ବକପ୍‌ ସଂସ୍କରଣର ପ୍ରଥମ ଦଳ ଭାବେ ଶ୍ରୀଲଙ୍କା ଉପରେ ଜରିମାନା ଲଗାଇଛି ଆଇସିସି । ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ଧିମା ଓଭର ବୋଲିଂ ପାଇଁ ଏହି ଆକ୍ସନ ନେଇଛି ଆଇସିସି । ଶନିବାର ଖେଳାଯାଇଥିବା ଏହି ମ୍ୟାଚ୍‌ରେ ନିର୍ଦ୍ଧାରିତ ସମୟରେ ୨ ଓଭର ପଛରେ ରହିଥିଲା ଶ୍ରୀଲଙ୍କା ଦଳ । ଏହି ଦୋଷକୁ ଦଳର ଅଧିନାୟକ ଦାସୁନ ସଣକା ସ୍ବୀକାର କରିନେଇଛନ୍ତି । ଫଳରେ ଏହା ଉପରେ ପୁନର୍ବାର ଶୁଣାଣି କରିବାକୁ ପଡ଼ିନାହିଁ ।

ଶନିବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଏକ ହାଇ ସ୍କୋରିଂ ମ୍ୟାଚ୍‌ ଦେଖିବାକୁ ମିଳିଥିଲା । ଟସ୍‌ ଜିତି ପ୍ରଥମେ ବାଂଲାଦେଶକୁ ବ୍ୟାଟିଂ ନିମନ୍ତ୍ରଣ ଦେଇଥିଲା ଶ୍ରୀଲଙ୍କା । ହେଲେ ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକାର ବ୍ୟାଟର ବିସ୍ଫୋରକ ଖେଳ ପ୍ରଦର୍ଶନ କରିଥିଲେ । ଦଳର ୩ ଜଣ ବ୍ୟାଟର ଶତକ ହାସଲ କରିଥିଲେ । ଡିକକ୍ ୮୪ ବଲରୁ ୧୨ ଚୌକା ଓ ୩ ଛକା ସହ ୧୦୦ ରନ କରି ପାଭିଲିୟନ ଫେରିଥିଲେ । ରସି ଭାନ ଡର୍‌ ଡସେନ ୧୧୦ ବଲରୁ ୧୩ ଚୌକା ଓ ୨ ଛକା ସହ ୧୦୮ ରନର ଦମଦାର ଇନିଂସ ଆଉଟ୍‌ ହୋଇଥିଲେ । ଏହାପରେ କୌଣସି ଚାପ ନଥିବାରୁ ଏଡେନ୍‌ ମାକ୍ରମ ବିସ୍ଫୋରକ ବ୍ୟାଟିଂ କରିଥିଲେ । କେବଳ ୫୪ଟି ବଲ୍‌ ଖେଳି ସେ ୩ ଛକା ଓ ୧୪ ଚୌକା ସହିତ ୧୦୬ ରନ୍‌ କରିଥିଲେ । ଯାହା ଫଳରେ ଦଳୀୟ ସ୍କୋରବୋର୍ଡ ଏକ ବଡ଼ ଟାର୍ଗେଟ ଆଡ଼କୁ ଯାଇଥିଲା । ଫଳରେ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ ହରାଇ ୪୨୮ ରନର ବିଶାଳ ସ୍କୋର ସହ ବିଶ୍ବ ରେକର୍ଡ କରିଥିଲା ଦକ୍ଷିଣ ଆଫ୍ରିକା ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ସଙ୍ଘର୍ଷ କରି ହାରିଲା ଶ୍ରୀଲଙ୍କା, ୧୦୨ ରନରେ ଦକ୍ଷିଣ ଆଫ୍ରିକାର ବଡ଼ ବିଜୟ

ଦକ୍ଷିଣ ଆଫ୍ରିକା ବ୍ୟାଟରଙ୍କ ବିସ୍ଫୋରକ ବ୍ୟାଟିଂରେ ଶ୍ରୀଲଙ୍କା ବୋଲରଙ୍କ ଲାଇନ୍‌-ଲେନ୍ଥ ବିଗିଡ଼ି ଯାଇଥିଲା । କୌଣସି ବୋଲର୍‌ ଆଖିଦୃଶିଆ ପ୍ରଦର୍ଶନ କରିପାରିନଥିଲେ । ପଥିରାନା ୧୦ ଓଭର୍‌ ବୋଲିଂ କରି ସର୍ବାଧିକ ୯୫ ରନ୍‌ ବ୍ୟୟ କରି ଗୋଟିଏ ୱିକେଟ୍‌ ଅକ୍ତିଆର କରିଥିଲେ । ସେହିପରି ଦିଲ୍‌ସାନ ୨ଟି ଓ ରାଜିଥା ଏବଂ ଦୁନିଥ୍‌ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ । ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟିଂ ପାଇଁ ଉପଯୁକ୍ତ ରଣନୀତି ଆପଣାଇବାରେ ବିଫଳ ହୋଇଥିଲେ ଶ୍ରୀଲଙ୍କାର ଅଧିନାୟକ ସଣକା । ଫଳରେ ନିର୍ଦ୍ଧାରିତ ସମୟରେ ମଧ୍ୟ ଓଭର ସାରିପାରିନଥିଲେ । ଯେଉଁଥିପାଇଁ ଖେଳାଳିଙ୍କ ମ୍ୟାଚ୍‌ ଫି'ରୁ ୧୦ ପ୍ରତିଶତ ଲେଖାଏଁ ଜରିମାନା ଲାଗିଛି । ଆଇସିସି ମ୍ୟାଚ୍‌ ରେଫରୀ ଜବଗଲ ଶ୍ରୀନାଥ୍‌ ଶ୍ରୀଲଙ୍କା ଉପରେ ଏହି ଜରିମାନା ଲଗାଇଛନ୍ତି ।

ସେପଟେ ୪୨୯ ରନର ବିଶାଳ ବିଜୟ ଲକ୍ଷ୍ୟ ନେଇ ଆସିଥିବା ଶ୍ରୀଲଙ୍କା ପକ୍ଷରୁ ମେଣ୍ଡିସ ୪୨ ବଲରୁ ୪ ଚୌକା ଓ ୮ ଛକା ସହିତ ୭୬ ରନର ବିସ୍ଫୋରକ ପାଳି ଖେଳି ଆଉଟ୍‌ ହୋଇଥିଲେ । ଚରିଥ ଅସଲଙ୍କା ୬୫ ବଲରୁ ୮ ଚୌକା ଓ ୪ ଛକା ବଳରେ ୭୯ ରନ କରିଥିବାବେଳେ ଅଧିନାୟକ ସଣକା ମଧ୍ୟ ବେଶ ବୁଝି ବିଚାରି ଲମ୍ବା ପାଳି ଖେଳିବାକୁ ପ୍ରୟାସ କରିଥିଲେ । ସେ ୬୨ ବଲରୁ ୬୮ ରନର ପାଳି ଖେଳି ଆଉଟ୍‌ ହୋଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କେବଳ କସୁନ ରଜିଥା ୩୩ ରନ କରିପାରିଥିଲେ । ଫଳରେ ଦଳ କେବଳ ୩୨୬ ରନ ହିଁ କରିବାରେ ସକ୍ଷମ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.