ETV Bharat / sports

ବିଶ୍ବକପ୍‌ ୨୦୨୩: ବଡ଼ ମ୍ୟାଚ୍‌ରେ ଭାରତକୁ ଝଟ୍‌କା, ଆହତ ହୋଇ ପାଭିଲିୟନ ଫେରିଲେ ଗିଲ୍‌

author img

By ETV Bharat Odisha Team

Published : Nov 15, 2023, 4:59 PM IST

ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ୍‌ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା ଲାଗିଛି । ଦଳର ଷ୍ଟାର ଓପନର ଶୁଭମନ ଗିଲ୍‌ ଦମଦାର ଅର୍ଦ୍ଧଶତକୀୟ ପାଳି ଖେଳିବା ପରେ ଆହତ ହୋଇ ପାଭିଲିୟନ ଫେରିଯାଇଛନ୍ତି । ଅଧିକ ପଢ଼ନ୍ତୁ

ଆହତ ହୋଇ ପାଭିଲିୟନ ଫେରିଲେ ଗିଲ୍‌
ଆହତ ହୋଇ ପାଭିଲିୟନ ଫେରିଲେ ଗିଲ୍‌

ମୁମ୍ବାଇ: ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ଭାରତକୁ ଝଟ୍‌କା । ଭଲ ଆରମ୍ଭ ସତ୍ତ୍ବେ ଆଉଟ୍‌ ନହୋଇ ପାଭିଲିୟନ ଫେରିଗଲେ ଷ୍ଟାର ଓପନର ଶୁଭମନ ଗିଲ୍‌ । ତେବେ ଗୋଡରେ ଆଘାତ କାରଣରୁ ଗିଲ୍‌ ପଡିଆ ବାହାରକୁ ଚାଲି ଯାଇଛନ୍ତି । ସେ ଏହି ମ୍ୟାଚ୍‌ରେ ଭଲ ଲୟରେ ମଧ୍ୟ ନଜର ଆସିଥିଲେ । ୭୯ ରନ୍‌ର ଦମଦାର ପାଳି ଖେଳିବା ପରେ ତାଙ୍କ ଗୋଡ଼ରେ ସମସ୍ୟା ଦେଖାଦେଇଥିଲା । ସେଟ୍‌ ବ୍ୟାଟର ଗିଲ୍‌ ହଠାତ ପାଭିଲିୟନ ଫେରିଯିବା ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି । ତେବେ ଆଘାତ ବେଶି ଗମ୍ଭୀର ହୋଇନଥିଲେ ସେ ପୁଣିଥରେ ବ୍ୟାଟିଂ କରିବାକୁ ଆସି ପାରନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବକପ୍‌ ୨୦୨୩: ଛକା ମାରିବାରେ ସବୁଠୁ ଆଗରେ ରୋହିତ୍‌, ଭାଙ୍ଗିଲେ ଗେଲ୍‌ଙ୍କ ରେକର୍ଡ

ମ୍ୟାଚ୍‌ର ୨୨.୪ ଓଭରରେ ମିଚେଲ୍‌ ସାଣ୍ଟନରଙ୍କ ବଲରେ କୋହଲି ସିଙ୍ଗିଲ୍‌ ନେଇଥିଲେ । ଏହି ସମୟରେ ଗିଲ୍‌ ନିଜ ଗୋଡ଼ରେ କଷ୍ଟ ଅନୁଭବ କରୁଥିବା ଦେଖିବାକୁ ମିଳିଥିଲା । ଏହାପରେ ସେ ତଳେ ପଡ଼ଯାଇଥିଲେ । ସପୋର୍ଟ ଷ୍ଟାଫ୍‌ ଆସି ତାଙ୍କୁ ପାଭିଲିୟନ ନେଇଯାଇଥିଲେ । ଅମ୍ପାୟାର ଗିଲ୍‌ଙ୍କୁ ରିଟାୟାର୍ଡ ହର୍ଟ୍‌ ଘୋଷଣା କରିଥିଲେ । ତାଙ୍କ ସ୍ଥାନରେ ଶ୍ରେୟସ ଆୟର ଖେଳିବାକୁ ଆସିଥିଲେ । ଆରମ୍ଭରୁ ରୋହିତ ଶର୍ମା ବିସ୍ଫୋରକ ଆରମ୍ଭ କରିଥିବାରୁ ଗିଲ୍‌ଙ୍କୁ ନିଜ ଖେଳ ପାଇଁ ଯଥେଷ୍ଟ ସମୟ ମିଳିଥିଲା । ରୋହିତ ଆଉଟ୍ ହେବା ପରେ ସେ ଭଲ ଷ୍ଟ୍ରାଇକ୍‌ରେ ବ୍ୟାଟିଂ କରିଥିଲେ । ବାହାରକୁ ଯିବା ବେଳକୁ ଗିଲ୍‌ ୬୫ ବଲରୁ ୮ ଚୌକା ଓ ୩ ଛକା ବଳରେ ୭୯ ରନ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...World Cup 2023: ପ୍ରଥମ ସେମିଫାଇନାଲ ଫାଇଟ ଆରମ୍ଭ, ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ପ୍ରକାଶ ଯୋଗ୍ୟ, ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ସେମିଫାଇନାଲ୍‌ ଖେଳୁଛି ଭାରତ । ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଭାରତୀୟ ଅଧିନାୟକ ରୋହିତ ଶର୍ମା । ଜବାବରେ ସେ ଦଳକୁ ଭଲ ଆରମ୍ଭ ମଧ୍ୟ ଦେଇଥିଲେ । ରୋହିତ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ । ସେ ସେ କେବଳ ୨୯ ବଲରୁ ୪ଟି ଲେଖାଏଁ ଚୌକା ଓ ଛକା ବଳରେ ୪୭ ରନର ଧୂଆଁଧାର ପାଳି ଖେଳି ପାଭିଲିୟନ ଫେରିଥିଲେ । ଟିମ୍‌ ସାଉଦୀଙ୍କ ବଲରେ ଏକ ବଡ଼ ସଟ୍‌ ଖେଳିବାକୁ ଯାଇ ବାଉଣ୍ଡରୀ ନିକଟରେ କିୱି ଅଧିନାୟକ କେନ୍‌ ୱିଲିୟମସନ୍‌ଙ୍କ ହାତରେ ଧରା ପଡ଼ିଥିଲେ ରୋହିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.