ETV Bharat / sports

Cricket World Cup 2023: ଏହି ତିନି ଜଣଙ୍କୁ ନିଜ ପ୍ରିୟ ଖେଳାଳି କହିଲେ ବାବର ଆଜମ - ନିଜ ପ୍ରିୟ ଖେଳାଳିଙ୍କୁ ନେଇ ମୁହଁ ଖୋଲିଲେ ବାବର ଆଜମ

ନିଜ ପ୍ରିୟ ଖେଳାଳିଙ୍କୁ ନେଇ ମୁହଁ ଖୋଲିଲେ ବାବର ଆଜମ। ରୋହିତ ଶର୍ମା, ବିରାଟ କୋହଲି ଓ ଖେଳାଳି କେନ ୱିଲିୟମସନ ବାବରଙ୍କ ପ୍ରିୟ ଖେଳାଳି। ଅଧିକ ପଢନ୍ତୁ

Babar azam favourite player
Babar azam favourite player
author img

By ETV Bharat Odisha Team

Published : Oct 29, 2023, 12:56 PM IST

ହାଇଦ୍ରାବାଦ: ବିଶ୍ବକପରେ ଭାରତର ଠାରୁ ପରାଜୟ ପରେ ଆଉ ବିଜୟଧାରାକୁ ଫେରିବାରେ ସକ୍ଷମ ହୋଇପାରୁନାହିଁ ପାକିସ୍ତାନ । କ୍ରମଶଃ ଗୋଟିଏ ପରେ ଗୋଟିଏ ମ୍ୟାଚ୍‌ରେ ପରାଜିତ ହେଉଥିବା ବେଳେ ଅଧିନାୟକ ବାବର ଆଜମଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି । ଏହାରି ମଧ୍ୟରେ ନିଜ ପ୍ରିୟ ଖେଳାଳିଙ୍କ ବିଷୟରେ ଗଣମାଧ୍ୟମରେ କହିଛନ୍ତି ବାବର । ଭାରତର ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଓ ନ୍ୟୁଜିଲାଣ୍ଡର ଖେଳାଳି କେନ ୱିଲିୟମସନ ବାବାରଙ୍କ ପ୍ରିୟ ଖେଳାଳି । ଏହି ତିନି ଜଣ ବିଶ୍ବର ସବୁଠାରୁ ଭଲ ଖେଳାଳି ବୋଲି ଗଣମାଧ୍ୟମରେ ସାକ୍ଷାତକାର ସମୟରେ କହିଛନ୍ତି ବାବର ଆଜମ ।

  • Babar Azam said, "the best thing I like about Virat, Rohit and Kane is how they get the team out of difficult situations and score runs against tough bowling. This is what I try to learn from them". (Star Sports). pic.twitter.com/488wr7ib3u

    — Mufaddal Vohra (@mufaddal_vohra) October 29, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ-World Cup 2023: ଆହତରୁ ମୁକୁଳିବା କଷ୍ଟଦାୟକ ସମୟ ଥିଲା କହିଲେ ରାହୁଲ

ସ୍ପୋର୍ଟସ ଚ୍ୟାନେଲ ସହ କଥାବାର୍ତ୍ତା ସମୟରେ ବାବର କହିଥିଲେ ଯେ, ବିରାଟ କୋହଲି, ରୋହିତ ଶର୍ମା ଏବଂ କେନ୍‌ ୱିଲିୟମସନ୍‌ ମୋର ପ୍ରିୟ ଖେଳାଳି । ଏହି ତିନିଜଣ ଦୁନିଆର ସବୁଠାରୁ ସର୍ବଶ୍ରେଷ୍ଠ ଖେଳାଳି । ସେମାନେ ମ୍ୟାଚ୍‌ ପରିସ୍ଥିତିକୁ ବହୁତ ଭଲ ଭାବରେ ବୁଝନ୍ତି । କଠିନ ପରିସ୍ଥିତିରୁ କିପରି ନିଜ ଟିମକୁ ବାହାର କରିବାକୁ ପଡ଼େ ଓ କିପରି ଭଲ ରନ୍‌ କରାଯାଇପାରିବ ତାହା ସେମାନଙ୍କୁ ଜଣା । ପୂର୍ବରୁ ବିରାଟ କୋହଲିଙ୍କୁ ନିଜର ଫେବରେଟ୍‌ ପ୍ଲେୟାର କହୁଥିଲେ ବାବର । ଏବେ ଆଉ ଦୁଇ ଜଣଙ୍କ ନାଁ ଜୋଡ଼ି ହୋଇଯାଇଛି ।

ଏହା ମଧ୍ୟ ପଢନ୍ତୁ-World Cup 2023: ଭାରତ ପାଇଁ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବଡ ଚ୍ୟାଲେଞ୍ଜ ହେବେ କହିଲେ ଗାଙ୍ଗୁଲି

  • Babar Azam said - "I love watching Virat Kohli, Rohit Sharma and Kane Williamson's batting. The best thing I like about them is how they get the team out of difficult situations & conditions. Because these things matters a lot. And this is what I try to learn from them". pic.twitter.com/Gt1MgDfFIc

    — CricketMAN2 (@ImTanujSingh) October 29, 2023 " class="align-text-top noRightClick twitterSection" data=" ">

ବିଶ୍ୱକପ୍‌ ବର୍ତ୍ତମାନ ପର୍ଯ୍ୟନ୍ତ ପାକିସ୍ତାନ 6ଟି ମ୍ୟାଚ୍‌ ଖେଳିଛି । ପ୍ରଥମ ଦୁଇଟି ମ୍ୟାଚ୍‌ରେ ବିଜୟ ପରେ କ୍ରମାଗତ ଭାବେ 4ଟି ମ୍ୟାଚରେ ପରାଜିତ ହୋଇଛି। ଫଳରେ ସେମିଫାଇନାଲରେ ପହଞ୍ଚିବାର ଆଶା ଏକ ପ୍ରକାର ଧୂଳିଶାତ ହୋଇଛି । ଦଳର ଏଭଳି ନୈରାଶ୍ୟଜନକ ପ୍ରଦର୍ଶନ କାରଣରୁ ଅଧିନାୟକ ବାବର ଆଜମଙ୍କ ନେତୃତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପାକିସ୍ତାନର ପୂର୍ବତନ କ୍ରିକେଟର ବାବରଙ୍କୁ ତୀବ୍ର ସମାଲୋଚନା କରୁଥିବାବେଳେ ବିଶ୍ବକପ୍‌ ପରେ ତାଙ୍କୁ ଅଧିନାୟକ ପଦରୁ ହଟାଯିବା ନେଇ ମଧ୍ୟ ରିପୋର୍ଟ ପ୍ରକାଶ ପାଇଥିଲା ।

ଅକ୍ଟୋବର 27 ତାରିଖରେ ଚେନ୍ନାଇ ଚେପକ ଷ୍ଟାଡିୟମରେ ସାଉଥ ଆଫ୍ରିକା ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ପାକିସ୍ତାନଠୁ 16 ବଲ୍‌ରେ ମ୍ୟାଚ୍‌ ଜିତିନେଇଥିଲା ସାଉଥ ଆଫ୍ରିକା । ଗତ 2013 ଓ 2019 ବିଶ୍ବକପ୍‌ରେ ପାକିସ୍ତାନଠୁ କ୍ରମାଗତ ଭାବେ ହାରିଆସୁଥିବା ସାଉଥ ଆଫ୍ରିକା ଏହି ମ୍ୟାଚ୍‌ ଜିତିବାକୁ ଦୃଢ଼ ସଂଘର୍ଷ କରିଥିଲା । ଶେଷରେ ବିଜୟୀ ମଧ୍ୟ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.