ETV Bharat / sports

Cricket World Cup 2023: ଇଂଲଣ୍ଡ ସ୍କ୍ବାଡ୍‌ରେ ପରିବର୍ତ୍ତନ, ଆହତ ରିସି ଟପ୍‌ଲିଙ୍କ ସ୍ଥାନରେ ବ୍ରାଇଡନ କାର୍ସେ

author img

By ETV Bharat Odisha Team

Published : Oct 23, 2023, 4:04 PM IST

ବିଶ୍ବକପ୍‌ ୨୦୨୩ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ଆହତ ହୋଇ ବିଶ୍ବକପ୍‌ରୁ ବାଦ ପଡ଼ିଥିଲେ ଇଂଲଣ୍ଡର ଷ୍ଟାର ବୋଲର ରିସି ଟପ୍‌ଲି । ଏବେ ଟପ୍‌ଲିଙ୍କ ସ୍ଥାନରେ ଇଂଲଣ୍ଡର ୧୫ ଜଣିଆ ବିଶ୍ବକପ୍‌ ସ୍କ୍ବାଡ୍‌ରେ ଦ୍ରୁତ ବୋଲର ବ୍ରାଇଡେନ କେର୍ସଙ୍କୁ ସାମିଲ କରାଯାଇଛି । ଅଧିକ ପଢ଼ନ୍ତୁ

ଆହତ ରିସି ଟପ୍‌ଲିଙ୍କ ସ୍ଥାନରେ ଆସିଲେ ବ୍ରାଇଡନ କାର୍ସେ

ହାଇଦ୍ରାବାଦ: ଜାରି ରହିଥିବା ଆଇସିସି ବିଶ୍ବକପ୍‌ ୨୦୨୩ରେ ଇଂଲଣ୍ଡ ସ୍କ୍ବାଡ୍‌ରେ ହୋଇଛି ପରିବର୍ତ୍ତନ । ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ଦଳର ଷ୍ଟାର ବୋଲର ରିସି ଟପ୍‌ଲି ଆହତ ହେବାପରେ ଏହି ପରିବର୍ତ୍ତନ ହୋଇଥିବା ନେଇ ଆଇସିସି ପକ୍ଷରୁ ସୋମବାର ସୂଚନା ଦିଆଯାଇଛି । ଆଇସିସି ଏବଂ ଇଂଲଣ୍ଡ କ୍ରିକେଟ୍‌ ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆହତ ରିସି ଟପ୍‌ଲିଙ୍କ ସ୍ଥାନରେ ଇଂଲଣ୍ଡର ୧୫ ଜଣିଆ ବିଶ୍ବକପ୍‌ ସ୍କ୍ବାଡ୍‌ରେ ଦ୍ରୁତ ବୋଲର ବ୍ରାଇଡେନ କେର୍ସଙ୍କୁ ସାମିଲ କରାଯାଇଛି । ଗତ ଅକ୍ଟୋବର ୨୧ ତାରିଖ (ଶନିବାର) ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ରିସି ଟପ୍‌ଲି ଆହତ ହୋଇଥିଲେ ।

ଚଳିତ ବିଶ୍ବକପ୍‌ରେ ଡିଫେଣ୍ଡିଂ ଚମ୍ପିଆନ ଇଂଲଣ୍ଡର ଶୋଚନୀୟ ପ୍ରଦର୍ଶନ ଜାରି ରହିଛି । ଏ ପର୍ଯ୍ୟନ୍ତ ଦଳ ଖେଳିଥିବା ୪ଟି ମ୍ୟାଚ୍‌ରୁ ୩ଟି ପରାଜୟ ସହିତ ପଏଣ୍ଟ୍ସ ଟେବୁଲର ନବମ ସ୍ଥାନରେ ରହିଛି ଇଂଲଣ୍ଡ । ସେହିଭଳି ଦକ୍ଷିଣ ଆଫ୍ରିକା ବିପକ୍ଷରେ ମଧ୍ୟ ଦଳର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୩୯୯ ରନର ବିଶାଳ ସ୍କୋର କରିଥିଲା । ଫଳରେ ବିଜୟ ପାଇଁ ଇଂଲଣ୍ଡ ଆଗରେ ୪୦୦ ରନର ବିଶାଳ ଟାର୍ଗେଟ ରହିଥିଲା । ହେଲେ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ବଟଲର ବାହିନୀ । କେବଳ ୧୦୦ ରନରେ ୮ଟି ୱିକେଟ୍‌ ହରାଇଥିଲା ଇଂଲିସ୍‌ ଦଳ । ଶେଷରେ ଗସ୍‌ ଆଟକିନସନ୍‌ ଓ ମାର୍କ ଉଡ୍‌ ବିସ୍ଫୋରକ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୧୭୦ରେ ପହଞ୍ଚାଇଥିଲେ । ହେଲେ ଦଳର ଷ୍ଟାର ବୋଲର ରିସି ଟପ୍‌ଲି ଆହତ କାରଣରୁ ବ୍ୟାଟିଂ ପାଇଁ ଉପଲବ୍ଧ ନଥିଲେ । ସେ ଇଂଲଣ୍ଡ ବୋଲିଂ ବେଳେ ଆହତ ହୋଇଥିଲେ । ଫଳରେ ୧୭୦ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା ଇଂଲଣ୍ଡ ।

  • " class="align-text-top noRightClick twitterSection" data="">

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ, ୨୨୯ ରନ୍‌ରେ ବଡ଼ ବିଜୟ ହାସଲ କଲା ଦକ୍ଷିଣ ଆଫ୍ରିକା

ଏହି ମ୍ୟାଚ୍‌ରେ ନିଜେ ବୋଲିଂ କରି ଫିଲ୍ଡଂ କରୁଥିବାବେଳେ ଟପ୍‌ଲିଙ୍କ ବାମ ହାତର ଏକ ଆଙ୍ଗୁଠିରେ ଗଭୀର ଆଘାତ ଲାଗିଥିଲା । ଏହି ଆଙ୍ଗୁଠି ଭାଙ୍ଗିଯାଇଥିବା ଏକ୍ସ-ରେ ରୁ ସ୍ପଷ୍ଟ ହେବାପରେ ସେ ବିଶ୍ବକପ୍‌ରୁ ବାଦ ପଡ଼ିଛନ୍ତି । ଫଳରେ ତାଙ୍କ ବଦଳରେ ଇଂଲଣ୍ଡର ୧୫ ଜଣିଆ ସ୍କ୍ବାଡ୍‌ରେ ଦ୍ରୁତ ବୋଲର ବ୍ରାଇଡେନ କେର୍ସଙ୍କୁ ସାମିଲ କରାଯାଇଛି । ଆବଶ୍ୟକ ପଡ଼ିଲେ ଦଳରେ ସାମିଲ କରାଯିବା ନେଇ ପୂର୍ବରୁ ବ୍ରାଇଡନ କ୍ରେସ୍‌ଙ୍କ ନାମକୁ ଇଭେଣ୍ଟ ଟେକ୍‌ନିକାଲ୍‌ କମିଟି ଦ୍ବାରା ଅନୁମୋଦିତ କରାଯାଇଥିଲା । ବ୍ରାଇଡନ୍ କାର୍ସେ ନିଜ କ୍ୟାରିୟରରେ ଦେଶ ପାଇଁ ମାତ୍ର ୧୨ଟି ODI ଖେଳିଛନ୍ତି । କିନ୍ତୁ ଗତ ଜୁଲାଇରେ ସେ ପାକିସ୍ତାନ ବିପକ୍ଷରେ ୫ ୱିକେଟ୍‌ ସଫଳତା ନେଇ ଚର୍ଚ୍ଚାକୁ ଆସିଥିଲେ । ପରବର୍ତ୍ତୀ ସମୟରେ ନେଦରଲ୍ୟାଣ୍ଡ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିଥିଲେ ବ୍ରାଇଡନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.