ETV Bharat / sports

Cricket World Cup 2023: ଏଥର ହେବନାହିଁ ଉଦଘାଟନୀ ଉତ୍ସବ, ଆଜି ଅଧିନାୟକଙ୍କର ଫଟୋ ସେସନ୍‌ - ବିଶ୍ବକପ 2023

ଆଇସିସି କ୍ରିକେଟ ବିଶ୍ବକପ ପାଇଁ ଆଉ ମାତ୍ର କିଛି ଘଣ୍ଟା ବାକି ରହିଛି । ଏଥର ବିଶ୍ବକପର ଉଦଘାଟନୀ ଉତ୍ସବ ହେବନାହିଁ । କେବଳ ସମସ୍ତ 10 ଦଳଙ୍କ ଅଧିନାୟକଙ୍କ ଫଟୋ ସେସନ ହେବ । ଅଧିକ ପଢ଼ନ୍ତୁ

Cricket World Cup 2023
ଏଥର ହେବନାହିଁ ଉଦଘାଟନୀ ଉତ୍ସବ
author img

By ETV Bharat Odisha Team

Published : Oct 4, 2023, 1:51 PM IST

ଅହମ୍ମଦାବାଦ: କ୍ରିକେଟ ବିଶ୍ବକପ୍‌କୁ ଆଉ ମାତ୍ର କିଛି ଘଣ୍ଟା ବାକି ରହିଛି । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରୁ ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ୍‌ ଆରମ୍ଭ ହେବାକୁ ଯାଉଛି । ଚଳିତ ଦିନିକିଆ କ୍ରିକେଟ ବିଶ୍ବକପର ଉଦଘାଟନୀ ଉତ୍ସବ ହେବନାହିଁ । ଏନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ନିଷ୍ପତ୍ତି ହୋଇଛି । କେବଳ କ୍ୟାପ୍ଟେନ୍ସ ଡେ' ଉତ୍ସବ ପାଳନ ହେବ । ଆଜି(ବୁଧବାର) ଅପରାହ୍ନ 2ଟା 30ରେ ସବୁ 10 ଦଳର ଅଧିନାୟକଙ୍କ ଏକ ଫଟୋ ସେସନ ହେବ । ଗୁଜୁରାଟ କ୍ରିକେଟ୍‌ ଆସୋସିଏସନ୍‌ କ୍ଲବରେ କ୍ୟାପ୍ଟେନ୍ସ ଡେ' ଉତ୍ସବ ହେବ ଏହାପରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅଧିନାୟକଙ୍କର ଫଟୋ ସେସନ୍‌ ହେବ ।

ଏହା ବି ପଢନ୍ତୁ...Cricket World Cup 2023: ମ୍ୟାଚ୍‌ର ଫଳାଫଳ ବାହାରିବା ପର୍ଯ୍ୟନ୍ତ ଖେଳାଯିବ ସୁପର ଓଭର, ରିଜର୍ଭ ଡେ' ନିୟମ ରହିଛି ଏମିତି

ସମସ୍ତ ଦଳର ଅଧିନାୟକ ଆଜି ସକାଳୁ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପହଞ୍ଚି ଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଗୁଜୁରାଟ ରାଜ୍ୟ ଗୃହ ବିଭାଗ ସେମାନଙ୍କୁ ସ୍ୱାଗତ କରିଥିଲେ । ଅକ୍ଟୋବର 14 ତାରିଖରେ ଭାରତ ତାର ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନ ସହ ମୁକାବିଲା ରହିଛି । ତେଣୁ ଷ୍ଟାଡିୟମରେ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିଛି । ମ୍ୟାଚ୍‌ରେ ଦର୍ଶକଙ୍କୁ ପାଣି ବୋତଲ ଆଣିବାକୁ ଅନୁମତି ନାହିଁ । ଦୁଇ ଦେଶର ଖେଳାଳି ରହିବାକୁ ଥିବା ହୋଟେଲରେ ମଧ୍ୟ ପୋଲିସ ଛାଉଣି ରହିବ । ଉଦଘାଟନୀ ଉତ୍ସବ ହେବା ନେଇ କୌଣସି ସୂଚନା ନଥିବା ବିସିସିଆଇ ସୁତ୍ରରୁ ଜଣାପଡିଛି । ତେଣୁ ଉଦଘାଟନୀ ଉତ୍ସବ ବାତିଲ କରାଯିବା ଖବରକୁ ବୋର୍ଡ ଖଣ୍ଡନ କରିଛି । ଆଜି ହେବାକୁ ଥିବା କ୍ୟାପ୍ଟେନ୍ସ ଡେ'ରେ ବିଶ୍ବକପରେ ଅଂଶଗ୍ରହଣ କରିବାକୁ ଥିବା ସବୁ ଦଳର ଅଧିନାୟକ ଯୋଗ ଦେବେ । ଦଳୀୟ ଜର୍ସି ପିନ୍ଧି ଏକ ଫଟୋ ସେସନରେ ସାମିଲ ହେବ । ଏହାପରେ ସବୁ ଅଧିନାୟକ ନିଜର ପ୍ରଥମ ମ୍ୟାଚ୍‌ ଖେଳିବାକୁ ବିଭିନ୍ନ ସହରକୁ ଯାତ୍ରା କରିବେ ।

ଏହା ବି ପଢନ୍ତୁ...Cricket World Cup 2023: ଦ୍ବିତୀୟ ୱାର୍ମଅପ୍‌ ମ୍ୟାଚ୍‌ ବି ଧୋଇଗଲା, ବିନା ଅଭ୍ୟାସରେ ବିଶ୍ବକପ୍‌ ମୈଦାନକୁ ଓହ୍ଲାଇବ ଭାରତ

ପ୍ରକାଶ ଥାଉ କି, ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ବଲ ବ୍ୟାଟର ଯୁଦ୍ଧ କ୍ରିକେଟ୍‌ ବିଶ୍ବକପ 2023 । 10 ଦଳ ମଧ୍ୟରେ 10ଟି ଭେନ୍ୟୁରେ ମୋଟ 48ଟି ମ୍ୟାଚ ଖେଳାଯିବ । ନଭେମ୍ବର 19 ତାରିଖରେ ଫାଇନାଲ ଫାଇଟ ଅନୁଷ୍ଠିତ । ନ୍ୟୁଜିଲାଣ୍ଡ ଓ ଡିଭେଣ୍ଡି ଚମ୍ପିଆନ ଇଂଲଣ୍ଡ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉଦଘାଟନୀ ମ୍ୟାଚ୍‌ ଖେଳାଯିବ । ଭାରତ ପାଞ୍ଚ ଥର ଚମ୍ପିଆନ ଅଷ୍ଟ୍ରେଲିଆ ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ । ଘରୋଇ ମାଟିରେ ତୃତୀୟ ଥର ବିଶ୍ବ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛି ଟିମ୍‌ ଇଣ୍ଡିଆ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.