ETV Bharat / sports

Cricket World Cup 2023: ସହଜ ହେବନି ଆଫଗାନିସ୍ତାନର ବିପର୍ଯ୍ୟୟ ଘଟାଇବା ସ୍ବପ୍ନ, ନ୍ୟୁଜିଲାଣ୍ଡ ୨୮୮/୬ - ନ୍ୟୁଜିଲାଣ୍ଡ ୨୮୮

ଆଜି ବିଶ୍ବକପ୍‌ ୨୦୨୩ରେ ମୁହାଁମୁହିଁ ହୋଇଛନ୍ତି ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ । ପ୍ରଥମେ ବ୍ୟାଟିଂ କରି ବଡ଼ ଲକ୍ଷ୍ୟରେ ଥିବା ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍‌ ହରାଇ ୨୮୮ ରନରେ ପାଳି ଶେଷ କରିଛି । ଡିଫେଣ୍ଡିଂ ଚମ୍ପିଆନ୍‌ ଇଂଲଣ୍ଡକୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଥିବା ଆଫଗାନିସ୍ତାନ ଆଗରେ ବିଜୟ ପାଇଁ ୨୮୯ ରନ୍‌ ଟାର୍ଗେଟ ରହିଛି । ଅଧିକ ପଢ଼ନ୍ତୁ

ଆଫଗାନିସ୍ତାନ ଆଗରେ ବିଜୟ ପାଇଁ ୨୮୯ ରନ୍‌ ଟାର୍ଗେଟ
ନ୍ୟୁଜିଲାଣ୍ଡ ୨୮୮/୬
author img

By ETV Bharat Odisha Team

Published : Oct 18, 2023, 6:03 PM IST

Updated : Oct 18, 2023, 6:14 PM IST

ଚେନ୍ନାଇ: ବିଶ୍ବକପ୍‌ ୨୦୨୩ରେ ଆଜି ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଛି ମ୍ୟାଚ୍‌ । ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍‌ ହରାଇ ୨୮୮ ରନ କରିଛି କିୱି ଦଳ । ଦଳ ପକ୍ଷରୁ ଅଧିନାୟକ ଟମ୍‌ ଲାଥମଙ୍କ ସମେତ ୱିଲ୍‌ ୟଙ୍ଗ୍‌ ଓ ଗ୍ଲେନ୍‌ ଫିଲିପ୍ସଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ଦଳୀୟ ସ୍କୋର ୨୮୮ ରନରେ ପହଞ୍ଚି ପାରିଛି । ତେବେ ଗତ ମ୍ୟାଚ୍‌ରେ ଡିଫେଣ୍ଡିଂ ଚମ୍ପିଆନ୍‌ ଇଂଲଣ୍ଡକୁ ହରାଇ ବିଶ୍ବକପ୍‌ରେ ବିପର୍ଯ୍ୟୟ ସୃଷ୍ଟି କରିଥିବା ଆଫଗାନିସ୍ତାନକୁ ଏହି ସଂସ୍କରଣର ଦ୍ବିତୀୟ ବିଜୟ ପାଇଁ ୨୮୯ ରନ୍‌ ଆବଶ୍ୟକ ।

ନ୍ୟୁଜିଲାଣ୍ଡ ବ୍ୟାଟିଂ: ଆଜି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ନ୍ୟୁଜିଲାଣ୍ଡକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା ଆଫଗାନିସ୍ତାନ । ବଡ଼ ସ୍କୋର ଲକ୍ଷ୍ୟରେ ବ୍ୟାଟିଂ ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡ ଦଳୀୟ ସ୍କୋର ୩୦ ରନ ହୋଇଥିବା ବେଳେ ପ୍ରଥମ ୱିକେଟ ହରାଇଥିଲା । ୨୦ ରନ କରି ପ୍ୟାଭିଲିୟନ ଫେରିଥିଲେ ଡେଭନ କନୱେ । ଏହାପରେ ଅନ୍ୟତମ ଓପନର ୱିଲ ୟଙ୍ଗ୍‌ଙ୍କ ସହ ମିଶି ଦଳୀୟ ସ୍କୋରବୋର୍ଡକୁ ଗତି ଦେଇଥିଲେ ରଚିନ ରବୀନ୍ଦ୍ର । ହେଲେ ସେ କେବଳ ୩୨ ରନ କରିବାରେ ସକ୍ଷମ ହୋଇଥିଲେ । ଏହି ସମୟରେ କ୍ରମାଗତ ୩ ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା ନ୍ୟୁଜିଲାଣ୍ଡ । ରଚିନ ରବୀନ୍ଦ୍ରଙ୍କ ପରେ ୱିଲ୍‌ ୟଙ୍ଗ୍‌ ୫୪ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ୍‌ ହୋଇଥିଲେ । ତୁରନ୍ତ ଡେରାଇଲ୍‌ ମିଚେଲ୍‌ ମଧ୍ୟ ପିଚ୍‌ ଛାଡ଼ି ପ୍ୟାଭିଲିୟନ ଅଭିମୁଖେ ବାହାରିଥିଲେ ।

ଏହାପରେ ଦଳକୁ ସଙ୍କଟ ସ୍ଥିତିରୁ ବାହାର କରିଥିଲେ ଅଧିନାୟକ ଟମ୍‌ ଲାଥମ ଓ ଗ୍ଲେନ ଫିଲିପ୍ସ । ଉଭୟଙ୍କ ଶତକୀୟ ଭାଗିଦାରୀ ବଳରେ ଦଳ ସଙ୍କଟ ସ୍ଥିତିରୁ ବାହାରି ବଡ଼ ସ୍କୋର ଆଡ଼କୁ ଯାଇଥିଲା । ଦଳୀୟ ସ୍କୋର ୨୫୦ ପାର ହେବାପରେ କ୍ରମାଗତ ଭାବେ ଟମ୍‌ ଲାଥମ ଓ ଫିଲିପ୍ସ ଆଉଟ୍‌ ହୋଇଥିଲେ । ଲାଥମ ୭୪ ବଲରୁ ୬୮ ରନର ଗୁରୁତ୍ବପୂର୍ଣ୍ଣ ପାଳି ଖେଳି ଆଉଟ୍‌ ହୋଇଥିବାବେଳେ ୮୦ ବଲରୁ ୭୧ ରନ କରି ଗ୍ଲେନ୍‌ ଫିଲିପ୍ସ ଆଉଟ୍‌ ହୋଇଥିଲେ । ମିଚେଲ୍‌ ସାଣ୍ଟନର ଅପରାଜିତ ୭ ରନ କରିଥିବା ବେଳେ ୧୨ ବଲରୁ ବିସ୍ଫୋରକ ୨୫ ରନ କରି ଦଳୀୟ ସ୍କୋରକୁ ୨୮୮ ରେ ପହଞ୍ଚାଇଥିଲେ ମାର୍କ ଚାପମ୍ୟାନ୍‌

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଆଜି ଆଫଗାନିସ୍ତାନ-ନ୍ୟୁଜିଲାଣ୍ଡ ମୁକାବିଲା, ବିପର୍ଯ୍ୟୟ ଘଟାଇବା ଲକ୍ଷ୍ୟରେ ଆଫ୍‌ଗାନ୍‌ ଟିମ୍‌

ଆଫଗାନିସ୍ତାନ ବୋଲିଂ: ଆଫଗାନିସ୍ତାନ ପକ୍ଷରୁ ନବୀନ ଉଲ୍‌ ହକ୍‌ ଓ ଆଜମତୁଲ୍ଲା ଓମରଜାଇ ୨ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଛନ୍ତି । ଉଭୟ ଯଥାକ୍ରମେ ୪୮ ଓ ୫୬ ରନ ବ୍ୟୟ ମଧ୍ୟ କରିଥିଲେ । ଗତ ମ୍ୟାଚ୍‌ରେ ଦଳ ପାଇଁ ହିରୋ ସାଜିଥିବା ମୁଜିବୁର ରେହମାନ ଓ ରସିଦ ଖାନ୍‌ଙ୍କୁ ଏଥର ଗୋଟିଏ ଲେଖାଏଁ ସଫଳତା ମିଳିଥିଲା । ତେବେ ଗତ ମ୍ୟାଚ୍‌ରେ ଡିଫେଣ୍ଡିଂ ଚମ୍ପିଆନ୍‌ ଇଂଲଣ୍ଡ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ୨୮୪ ରନ କରିଥିବା ଦଳକୁ ଆଜି ମ୍ୟାଚ୍‌ରେ ୨୮୯ ରନ ଟାର୍ଗେଟ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 18, 2023, 6:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.