ETV Bharat / sports

Cricket World Cup 2023: ୱିକେଟ୍‌-କିପିଂ ପାଇଁ ଈଶାନ କିଷାନଙ୍କୁ ରାହୁଲଙ୍କ ଆଗରେ ରଖିଲେ ନୟନ ମୋଙ୍ଗିଆ, ଜାଣନ୍ତୁ କାରଣ

ବିଶ୍ବକପ୍‌ ୨୦୨୩ରେ ଭାରତୀୟ ଚୂଡ଼ାନ୍ତ ଏକାଦଶରେ ୱିକେଟ୍‌-କିପର୍‌ ଭାବେ କାହାକୁ ମିଳିବ ସ୍ଥାନ, କେଏଲ୍‌ ରାହୁଲ ନା ଈଶାନ କିଷାନ ? ଏନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ପୂର୍ବତନ ଭାରତୀୟ ୱିକେଟ କିପର ନୟନ ମୋଙ୍ଗିଆ ପ୍ରଥମ ପସନ୍ଦ ଭାବେ ଈଶାନ କିଷାନଙ୍କୁ ବାଛିଛନ୍ତି । ଜାଣନ୍ତୁ କାରଣ

author img

By ETV Bharat Odisha Team

Published : Oct 3, 2023, 7:03 PM IST

ଈଶାନ କିଷାନଙ୍କୁ ରାହୁଲଙ୍କ ଆଗରେ ରଖିଲେ ନୟନ ମୋଙ୍ଗିଆ

ଅହମ୍ମଦାବାଦ: ଆସନ୍ତା ଅକ୍ଟୋବର ୫ (ଗୁରୁବାର) ଆରମ୍ଭ ହେବାକୁ ଯାଉଥିବା ଦିନିକିଆ କ୍ରିକେଟ୍‌ ବିଶ୍ବକପ୍‌ରେ ଏଥର ଟ୍ରଫି ଉଠାଇବା ପାଇଁ ଭାରତୀୟ କ୍ରିକେଟ ଦଳ ପ୍ରାୟ ସସ୍ତଙ୍କର ପ୍ରଥମ ପସନ୍ଦ ଅଟେ । ଏହି ହାଇପ୍ରୋଫାଇଲ ଟୁର୍ଣ୍ଣାମେଣ୍ଟରେ ମେନ୍‌-ଇନ୍‌-ବ୍ଲ୍ୟୁ ୨୦୧୧ର ପ୍ରଦର୍ଶନକୁ ପୁନରାବୃତ୍ତି କରିବେ ବୋଲି ପ୍ରଶଂସକମାନେ ଆଶା କରିଛନ୍ତି । ତେବେ ଏହି ବିଶ୍ବକପ୍‌ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳର ମିଶ୍ରଣକୁ ନେଇ ଚର୍ଚ୍ଚା ଲାଗି ରହିଛି । ଚୂଡ଼ାନ୍ତ ଏକାଦଶରେ ୱିକେଟ୍‌-କିପରଭାବେ କେଏଲ୍‌ ରାହୁଲ ନା ଯୁବ ତାରକା ଈଶାନ କିଷାନଙ୍କୁ ଚୟନକର୍ତ୍ତା ଭରସାକୁ ନେବେ, ସେନେଇ ମଧ୍ୟ ଆଲୋଚନା ଆରମ୍ଭ ହୋଇଛି । ତେବେ ପୂର୍ବତନ ଭାରତୀୟ ୱିକେଟ-କିପର ନୟନ ମୋଙ୍ଗିଆ ଏଥର ବିଶ୍ବକପ୍‌ ପାଇଁ ଭାରତୀୟ ଚୂଡ଼ାନ୍ତ ଏକାଦଶରେ ୱିକେଟ-କିପର ଭୂମିକାରେ କେଏଲ୍‌ ରାହୁଲ ନୁହେଁ, ବରଂ ଈଶାନ କିଷାନଙ୍କୁ ଦେଖିବାକୁ ଚାହୁଁଥିବା କହିଛନ୍ତି ।

'ଦଳରେ ରାହୁଲ-ଈଶାନ ଉଭୟ ରହିବା ଲାଭଦାୟକ': ଇଟିଭି ଭାରତ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ମୋଙ୍ଗିଆ କହିଛନ୍ତି, "ଭାରତୀୟ ଚୂଡ଼ାନ୍ତ ଏକାଦଶରେ ଜଣେ ନିୟମିତ ୱିକେଟ୍‌-କିପର ରହିବା ଉଚିତ । କାରଣ ଏହା ବୋଲରମାନଙ୍କୁ ଆତ୍ମବିଶ୍ୱାସ ଯୋଗାଇବ । ମୁଁ ଈଶାନ କିଷାନଙ୍କୁ ୱିକେଟ-କିପର ଭୂମିକା ପାଇଁ ପସନ୍ଦ କରିବି । ସେ ମଧ୍ୟ ଜଣେ ଦକ୍ଷ ବାମହାତୀ ବ୍ୟାଟର । କିନ୍ତୁ ଦଳରେ ଉଭୟ ଈଶାନ୍ କିଷାନ୍ ଏବଂ କେଏଲ୍ ରାହୁଲ ରହିବା ଦଳକୁ ଅନେକ ସମୟରେ ଲାଭଦାୟକ ହେବ । ଏଭଳି ଶୃଙ୍ଖଳାରେ ସମସ୍ତ ଖେଳାଳିଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଦଳରେ ଆକ୍ରମଣାତ୍ମକ ବ୍ୟାଟର, ଅଲରାଉଣ୍ଡର ତଥା ଘାତକ ବୋଲର ରହିବା ଜରୁରୀ ।" ଗୋଟିଏ ମ୍ୟାଚ୍‌ ଖେଳୁଥିବା ସମୟରେ ଦଳ ଅନ୍ୟ କୌଣସି ଚାପରେ ନରହି କେବଳ ସେହି ମ୍ୟାଚ୍‌ ଉପରେ ଗୁରୁତ୍ବ ଦେବା ଉଚିତ ବୋଲି ପୂର୍ବତନ କ୍ରିକେଟର ପରାମର୍ଶ ଦେଇଛନ୍ତି ।

'ଭାରତ-ପାକ୍‌ ମ୍ୟାଚ୍‌କୁ ଯୁଦ୍ଧ ବୋଲି ବିଚାର ନକରନ୍ତୁ ଫ୍ୟାନ୍ସ': ଚଳିତ ବର୍ଷ ଭାରତ ଘରୋଇ ମାଟିରେ ବିଶ୍ବକପ୍‌ ଆୟୋଜନ କରୁଥିବାରୁ ଏହି ସୁଯୋଗକୁ ହାତଛଡ଼ା ନକରି ଭାରତୀୟ ଦଳ ବିଶ୍ବକପ୍‌ ଟ୍ରଫି ହାସଲ କରିବା ପାଇଁ ଚେଷ୍ଟା କରିବା ଉଚିତ ବୋଲି ୫୩ ବର୍ଷୀୟ ମୋଙ୍ଗିଆ କହିଛନ୍ତି । ସେ କହିଛନ୍ତି, "ଭାରତ ଏଥର ଘରୋଇ ମୈଦାନରେ ଏବଂ ଘରୋଇ ଦର୍ଶକଙ୍କ ଆଗରେ ଖେଳିବ । ତେଣୁ ଏହି କାରଣଗୁଡ଼ିକ ଘରୋଇ ଦଳର ସପକ୍ଷରେ ରହିବ । ୨୦୧୧ ପରେ ଭାରତ ଏଥର ଟାଇଟଲ ଜିତିବା ପାଇଁ ଦୃଢ଼ ପ୍ରତିଯୋଗୀ ।" ଅକ୍ଟୋବର ୧୪ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବାକୁ ଥିବା ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ୍‌ ସମ୍ପର୍କରେ ନିଜର ମତ ରଖି ମୋଙ୍ଗିଆ ପ୍ରଶଂସକମାନଙ୍କୁ ଏହି ମ୍ୟାଚ୍‌କୁ ଯୁଦ୍ଧ ଭଳି ବ୍ୟବହାର ନକରି ଟୁର୍ଣ୍ଣାମେଣ୍ଟ୍‌ର ଅନ୍ୟ ଏକ ମ୍ୟାଚ୍‌ ଭଳି ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି । ଯଦିଓ ଭାରତ ଓ ପାକିସ୍ତାନ ମଧ୍ୟରେ ସର୍ବଦା ଏକ ପାରମ୍ପାରିକ ପ୍ରତିଦ୍ବନ୍ଦ୍ବିତା ହୋଇଥାଏ, ହେଲେ ପ୍ରଶଂସକମାନେ ଏହାକୁ ଏକ ସାଧାରଣ ମ୍ୟାଚ୍‌ ଭାବରେ ଦେଖିବା ଉଚିତ୍ ବୋଲି ମୋଙ୍ଗିଆ କହିଛନ୍ତି ।

'ଘରୋଇ ପିଚ୍‌ର ଫାଇଦା ଉଠାଇବେ ସ୍ପିନର': ସେ ଆହୁରି କହିଛନ୍ତି, "ଖେଳାଳିମାନେ ଦୁଇଟି ମ୍ୟାଚ୍ ମଧ୍ୟରେ ବିଶ୍ରାମ ନେବାକୁ ପ୍ରଚୁର ସମୟ ପାଇବେ । ବର୍ତ୍ତମାନର ପାଣିପାଗ ଅନୁସାରେ ଟୁର୍ଣ୍ଣାମେଣ୍ଟ ଶେଷ ହେବା ପର୍ଯ୍ୟନ୍ତ ଖେଳାଳିମାନେ କ୍ଳାନ୍ତ ହେବେ ନାହିଁ ।" ଭାରତୀୟ ଦଳରେ ସାମିଲ ହୋଇଥିବା ସ୍ପିନ୍ ଆକ୍ରମଣକୁ ପ୍ରଶଂସା କରି ନୟନ ମୋଙ୍ଗିଆ କହିଛନ୍ତି, "ଏହା ଦଳର ବିଜୟରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ରବିଚନ୍ଦ୍ରନ୍ ଅଶ୍ବିନ, କୁଲଦୀପ ଯାଦବ ଏବଂ ରବିନ୍ଦ୍ର ଜାଡେଜା ଦେଶ ପାଇଁ ଏକ ଶକ୍ତିଶାଳୀ ସ୍ପିନ୍‌ ବିଭାଗ ହୋଇ ରହିବେ ।" ସେମାନେ ଭାରତୀୟ ସ୍ପିନ୍-ଫ୍ରେଣ୍ଡଲି ପିଚ୍ ଉପରେ ପ୍ରତିପକ୍ଷଙ୍କୁ କଡ଼ା ଟକ୍କର ଦେଇପାରିବେ ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.