ETV Bharat / sports

Cricket World Cup 2023: ବିଶ୍ବକପ୍‌ ପାଇଁ ପ୍ରସ୍ତୁତ MCA ଷ୍ଡାଡିୟମ, 27 ବର୍ଷ ପରେ ଖେଳାଯିବ ମ୍ୟାଚ୍‌ - ପୁନେରେ ବିଶ୍ବକପ ମ୍ୟାଚ

ଅକ୍ଟୋବର 19 ତାରିଖରେ MCA ଷ୍ଟାଡିୟମରେ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବ ମ୍ୟାଚ । ବିଶ୍ବକପ୍‌ ପାଇଁ ଷ୍ଟାଡିୟମ ପ୍ରସ୍ତୁତ । ଅଧିକ ପଢ଼ନ୍ତୁ

MCA Stadium
MCA Stadium
author img

By ETV Bharat Odisha Team

Published : Oct 5, 2023, 5:01 PM IST

Updated : Oct 19, 2023, 10:40 AM IST

ମୁମ୍ବାଇ: ଅପେକ୍ଷାର ଅନ୍ତ ଘଟିଲା, ଆରମ୍ଭ ହୋଇଯାଇଛି ICC ପୁରୁଷ ବିଶ୍ବକପ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦଘାଟନୀ ମ୍ୟାଚ ଆରମ୍ଭ ହୋଇଯାଇଛି । ଚଳିତ ବିଶ୍ବକପରେ ମହାରାଷ୍ଟ୍ରରେ 10 ଟି ଲିଗ ମ୍ୟାଚ ଖେଳାଯିବ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଦୀର୍ଘ 27 ବର୍ଷ ପରେ ପୁନେର ବିଶ୍ବକପ ମ୍ୟାଚ ଖେଳାଯିବ । ମହାରାଷ୍ଟ୍ରର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ମୋଟ 5ଟି ବିଶ୍ବକପ ମ୍ୟାଚ ଖେଳାଯିବ । ଆସନ୍ତା ଅକ୍ଟୋବର 19 ତାରିଖରେ ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ମ୍ୟାଚ୍‌ ଖେଳାଯିବ । ସଫଳ ବିଶ୍ବକପ୍‌ ଆୟୋଜନ ନେଇ ଷ୍ଟାଡିମୟ ପ୍ରସ୍ତୁତ ରହିଛି । ଦର୍ଶକଙ୍କ ସୁବିଧା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା କହିଛନ୍ତି MCA ସଭାପତି ରୋହିତ ପାୱାର ।

1996 ମସିହା ବିଶ୍ବକପ ବେଳେ ପୁନେର ଜବାହରଲାଲ ନେହେରୁ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ଓ କେନିଆ ମଧ୍ୟରେ ମ୍ୟାଚ୍‌ ଖେଳାଯାଇଥିଲା । ଏହାପରେ 2011 ବିଶ୍ବକପରେ ପୁନେରେ ଗୋଟିଏ ବି ମ୍ୟାଚ୍‌ର ଆୟୋଜନ କରାଯାଇନଥିଲା । କିନ୍ତୁ ଚଳିତ ଥର MCA ଷ୍ଟାଡିୟମର 5ଟି ବିଶ୍ବକପ୍‌ ମ୍ୟାଚ ଖେଳାଯିବ ।

  • ଅକ୍ଟୋବର 19- ଭାରତ vs ବାଂଲାଦେଶ
  • ଅକ୍ଟୋବର 30- ଆଫଗାନିସ୍ତାନ vs ଶ୍ରୀଲଙ୍କା
  • ନଭେମ୍ବର 1- ନ୍ୟୁଜିଲାଣ୍ଡvs ସାଉଥ ଆଫ୍ରିକା
  • ନଭେମ୍ବର 8- ଇଂଲଣ୍ଡ vs ନେଦରଲାଣ୍ଡ
  • ନଭେମ୍ବର 11- ଅଷ୍ଟ୍ରେଲିଆ vs ପାକିସ୍ତାନ

ଏମସିଏ ସଭାପତି ବିଶ୍ବକପ ମ୍ୟାଚ୍ ପ୍ରସ୍ତୁତି ସମ୍ପର୍କରେ କହିଛନ୍ତି ଯେ, ଦିନ ବେଳା ଷ୍ଟାଡିୟମରେ 5ଟି ମ୍ୟାଚ୍‌ ଖେଳାଯିବ । ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଏଠାରେ ଦର୍ଶକଙ୍କ ପାଇଁ ବସିବା ଓ ପାଣିର ବ୍ୟବସ୍ଥା କରାଯାଇଛି । ଏହା ବ୍ୟତୀତ ଶୌଚାଳୟ ଏବଂ ପାର୍କିଂରେ ବ୍ୟବସ୍ଥା ମଧ୍ୟ କରାଯାଇଛି । ଦର୍ଶକମାନେ ଯେମିତି କୌଣସି ସମସ୍ୟାର ସମ୍ମୁଖୀନ ନହେବେ ସେଥିପାଇଁ ଆସୋସିଏସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-Cricket World Cup 2023: ବିଶ୍ବକପ ପାଇଁ ପ୍ରସ୍ତୁତ ଏମ ଚିନ୍ନାସ୍ବାମୀ ଷ୍ଟାଡିୟମ, ଜଣନ୍ତୁ କ'ଣ ରହିଛି ବ୍ୟବସ୍ଥା

ଚଳିତ ଥର ବିଶ୍ବକପର ଏକାଧିକ ମ୍ୟାଚ ମାହାରାଷ୍ଟ୍ରରେ ଖେଳାଯିବ । ମହାରାଷ୍ଟ୍ରରେ ମୋଟ 10ଟି ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହେବ । ଏଥିମଧ୍ୟରୁ 5ଟି ପୁନେରେ ହେବାକୁ ଥିବା ବେଳେ ଆଉ ପାଞ୍ଚଟି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ । MCA ପାଇଁ ଏହା ଅତ୍ୟନ୍ତ ଗର୍ବର ବିଷୟ । ଆଇସିସି ଟିମ୍ ଷ୍ଟାଡିୟମ ଅନୁଧ୍ୟାନ କରିବା ପରେ ଏଠାରେ ପାଞ୍ଚଟି ମ୍ୟାଚ୍ ଖେଳାଯିବାକୁ ନିଷ୍ପତ୍ତି ହୋଇଥିଲା । ଗତ 8 ମାସ ମଧ୍ୟରେ MCA ପୁରୁଷ ଓ ମହିଳା ଖେଳାଳିଙ୍କୁ କ୍ରୀଡା କ୍ଷେତ୍ରରରେ ବହୁ ସୁଯୋଗ ପ୍ରଦାନ କରିଛି। ଯୁବ ଖେଳାଳିଙ୍କୁ ଅଧିକରୁ ଅଧିକ ସୁଯୋଗ ଦିଆଯାଉଛି । ଏହା ଆରମ୍ଭ ମାତ୍ର, ଆଗକୁ MCAରୁ ଖେଳାଳୀ ଆଇପିଏଲ ଖେଳିବେ । ମହାରାଷ୍ଟ୍ର ଖେଳାଳିମାନେ ମଧ୍ୟ ଜାତୀୟ ଦଳରେ ଖେଳିବେ ବୋଲି ଆଶା ।

ରୋହିତ ପାଓ୍ବାର ଆହୁରି ମଧ୍ୟ କହିଛନ୍ତି, "ମୋର ସବୁଠାରୁ ପ୍ରିୟ ଖେଳାଳି ହେଉଛନ୍ତି ବିରାଟ କୋହଲି । ସେ ବିଶ୍ବକପରେ ଭଲ ପ୍ରଦର୍ଶନ କରିବେ ବୋଲି ମୋର ଆଶା । ଧୋନି ମଧ୍ୟ ମୋର ପ୍ରିୟ ଖେଳାଳି, କିନ୍ତୁ ଚଳିତ ବର୍ଷ ସେ ବିଶ୍ୱକପରେ ଖେଳୁ ନାହାଁନ୍ତି । ମୁଁ ଚାହୁଁଛି ଭାରତ ଚଳିତ ବର୍ଷ ବିଶ୍ବକପ ଟାଇଟଲ ହାସଲ କରୁ ।"

Last Updated : Oct 19, 2023, 10:40 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.