ETV Bharat / sports

Cricket World Cup 2023: ଆଫଗାନିସ୍ତାନଠୁ ହାରିବା ମହଙ୍ଗା ପଡ଼ିଲା, ବାବର କହିଲେ ଶେଷ ଯାଏଁ ଲଢ଼ିବୁ - ଆଫଗାନିସ୍ତାନଠାରୁ ହାରିବା ମହଙ୍ଗା ପଡ଼ିଲା

ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ହାର ମାନିବାକୁ ପ୍ରସ୍ତୁତ ନାହାନ୍ତି ବାବାର ଆଜମ । କହିଲେ ଶେଷ ମ୍ୟାଚ୍‌ରେ କିଛି ବି ଘଟିପାରେ । ଅଧିକ ପଢ଼ନ୍ତୁ

ଆଫଗାନିସ୍ତାନଠାରୁ ହାରିବା ମହଙ୍ଗା ପଡ଼ିଲା କହିଲେ ବାବର

author img

By ETV Bharat Odisha Team

Published : Nov 10, 2023, 9:57 PM IST

କୋଲକାତା: ବିଶ୍ବକପ୍‌ ୨୦୨୩ରୁ ପାକିସ୍ତାନର ଯାତ୍ରା ପ୍ରାୟତଃ ଶେଷ ହୋଇଛି । କାରଣ ସେମିଫାଇନାଲ ରେସ୍‌ରେ ରହିବାକୁ ହେଲେ ଦଳକୁ ଏହାର ଶେଷ ଲିଗ୍‌ ମ୍ୟାଚ୍‌ରେ ଇଂଲଣ୍ଡକୁ ୨୮୭ ରନରେ ପରାସ୍ତ କରିବାକୁ ପଡ଼ିବ । ଯାହା ପ୍ରାୟତଃ ଅସମ୍ଭବ । ତେବେ ଶନିବାର ଖେଳାଯିବାକୁ ଥିବା ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ ପୂର୍ବରୁ ଶୁକ୍ରବାର କୋଲକାତାର ଇଡେନ୍‌ ଗାର୍ଡେନ୍‌ରେ ପହଞ୍ଚି ଦଳ ସହ କଥା ହୋଇଛନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ପୂର୍ବତନ ପିସିବି ଅଧ୍ୟକ୍ଷ ରମିଜ ରାଜା । ସେ ଏବେ ବିଶ୍ବକପ୍‌ ୨୦୨୩ରେ କମେଣ୍ଟାରୀରେ କରିବା ପାଇଁ ଭାରତରେ ଅଛନ୍ତି । ତେବେ ଦଳକୁ ଭେଟିବାକୁ ଆସି ଅଧିନାୟକ ବାବର ଆଜମଙ୍କ ସହ ଅନେକ ସମୟ ଧରି ଆଲୋଚନା କରିଛନ୍ତି ରମିଜ ରାଜା ।

  • " class="align-text-top noRightClick twitterSection" data="">

'ଶେଷ ମ୍ୟାଚ୍‌ରେ କିଛି ବି ଘଟିପାରେ': ଶେଷ ମ୍ୟାଚ୍‌ ଖେଳିବା ପୂର୍ବରୁ ହାର ମାନିବାକୁ ପ୍ରସ୍ତୁତ ନାହିଁ ବାବରବାହିନୀ । ଆରମ୍ଭରୁ ପାକ୍‌ ଦଳ ଷ୍ଟାର ବ୍ୟାଟର ଫଖର ଜମାନଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାହାରେ ରଖିଥିଲା । ହେଲେ ଏବେ ସମ୍ପୂର୍ଣ୍ଣ ଭାବେ ଜମାନଙ୍କ ଉପରେ ଦଳ ନିର୍ଭର କରୁଛି । ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଆୟୋଜିତ ପ୍ରେସ୍‌ମିଟ୍‌ରେ ପାକିସ୍ତାନ ଅଧିନାୟକ ବାବର ଆଜମ କହିଛନ୍ତି, "ଏବେ ମଧ୍ୟ ଗୋଟିଏ ମ୍ୟାଚ୍‌ ବାକି ଅଛି । ଏହା ହେଉଛି କ୍ରିକେଟ୍‌, ଏଠାରେ କିଛି ବି ଘଟିପାରେ । ଆମେ ଶେଷ ମ୍ୟାଚ୍‌ରେ ଭଲ ଖେଳିବାକୁ ଚାହୁଁଛୁ ।"

ଏହା ମଧ୍ୟ ପଢ଼ନ୍ତୁ...World Cup 2023: ଅସମ୍ଭବ ପାକିସ୍ତାନ ସେମି ସମୀକରଣ, ଚିନ୍ତାରେ ବାବରବାହିନୀ

କାହିଁକି ଏଭଳି ସ୍ଥିତିକୁ ଆସିଲା ପାକିସ୍ତାନ ?: ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ ହାରିବା ଆମକୁ ଏହି ସ୍ଥିତିକୁ ଆଣିଛି । କିନ୍ତୁ ଯେକୌଣସି ପର୍ଯ୍ୟାୟରେ ଓ ପ୍ରୟାସରେ ତୁମର ସକରାତ୍ମକ ଆଶା ରହିବା ଉଚିତ ଏବଂ ମୁଁ ଦୃଢ଼ ଭାବରେ ଏହାକୁ ବିଶ୍ବାସ କରେ । ଫଖର ଜମାନ ନିଜର ଲୟ ପାଇଛନ୍ତି । ସେ ବଡ଼ ରନ୍‌ ସ୍କୋର କରିବେ ବୋଲି ଆଶା କରାଯାଉଛି । ଏକ ବଡ଼ ଭାଗିଦାରୀ ହିଁ ଆମ ପାଇଁ ବଡ଼ କଥା । ଯଦି ଫଖର ୨୦ କିମ୍ବା ୩୦ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ରୁହନ୍ତି, ତେବେ ଏହା ଆମ ପକ୍ଷରେ ଯାଇପାରେ । କାରଣ ଏହାପରେ ମହମ୍ମଦ ରିଜୱାନ୍ ଓ ଇଫ୍‌ତିଖର ଅହମ୍ମଦ ବ୍ୟାଟିଂ ପାଇଁ ଓହ୍ଲାଇବେ । ଆମେ ଏଥିପାଇଁ ଯୋଜନା କରିଛୁ ।"

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ସେମି ଦୌଡ଼ରୁ ପାକ୍‌ ବିଦା, ଏମିତି ଲେଖିଲେ ସେହୱାଗ୍‌

ପାକିସ୍ତାନର ଖରାପ ପ୍ରଦର୍ଶନର କାରଣ କଣ ?: ସାମ୍ବାଦିକଙ୍କର ଏଭଳି ପ୍ରଶ୍ନରେ କୌଣସି ଖେଳାଳିଙ୍କୁ ଦୋଷାରୋପ କରିନାହାନ୍ତି ବାବର । ସେ କହିଛନ୍ତି, "କେବଳ ବୋଲିଂ, ଫିଲ୍ଡିଂ କିମ୍ବା ବ୍ୟାଟିଂ ବିଭାଗକୁ ଦୋଷ ଦିଆଯାଇପାରିବ ନାହିଁ । ଆମେ ଦଳଗତ ଭାବରେ ଭଲ ପ୍ରଦର୍ଶନ କରିନାହୁଁ । ବୋଲିଂ ବେଳେ ଆମେ ଅନେକ ଅତିରିକ୍ତ ରନ୍‌ ବ୍ୟୟ କରିଥିଲୁ । ଏକ ଦଳ ଭାବରେ ଆମେ ସଠିକ ଯୋଜନା କାର୍ଯ୍ୟକାରୀ କରିପାରିଲୁ ନାହିଁ । ବିଶେଷ କରି ଇନିଂସର ମଧ୍ୟକ୍ରମରେ ଆବଶ୍ୟକ ଅନୁସାରେ ରନ୍‌ ସ୍କୋର କରିପାରିନଥିବାରୁ ପାକିସ୍ତାନକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ବଲ୍ ପୁରୁଣା ହେବାପରେ ବଡ ସଟ୍ ଖେଳିବା କଷ୍ଟକର ହୋଇଥାଏ ।"

'ଅନେକ ଟୁର୍ଣ୍ଣାମେଣ୍ଟରେ ସେମି ଖେଳିଛୁ': ୧୯୯୯ ପରେ ପାକିସ୍ତାନ କ୍ରିକେଟ୍ ଦଳକୁ କୌଣସି ସଫଳତା ମିଳିନାହିଁ ବୋଲି ସମାଲୋଚକମାନେ କହୁଛନ୍ତି । ହେଲେ ଏହାକୁ ଅଧିନାୟକ ବାବର ଆଜମ ଗ୍ରହଣ କରିବାକୁ ନାରାଜ । ତାଙ୍କ କହିବାନୁସାରେ ପାକିସ୍ତାନ ଦଳ ସୀମିତ ଓଭର କ୍ରିକେଟ୍‌ରେ ଅନେକ ଟୁର୍ଣ୍ଣାମେଣ୍ଟରେ ସେମିଫାଇନାଲ ଖେଳିଛି । ସେ କହିଛନ୍ତି, "ଅନେକ ଟୁର୍ଣ୍ଣାମେଣ୍ଟରେ ପାକ୍‌ ଟିମ୍‌ ସେମିଫାଇନାଲ ଖେଳିଛି । କିନ୍ତୁ ଶେଷ ବେଳକୁ ବିଫଳତା କାରଣରୁ ସାମଗ୍ରିକ ସଫଳତୁ ଗୁଡ଼ିକ ଲୁଚିଗଲା ।" ଗତ ଏସିଆ କପ୍‌ରେ କିନ୍ତୁ ଭଲ ପ୍ରଦର୍ଶନ ଦେବାରେ ଦଳ ବିଫଳ ରହିଥିବା ସେ ସ୍ବୀକାର କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.