ETV Bharat / sports

Cricket World Cup 2023: କେମିତି ଆଉଟ୍‌ ହେଲେ ମାଥ୍ୟୁସ୍‌ ? ଜାଣନ୍ତୁ କଣ Timed Out

ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ଶ୍ରୀଲଙ୍କାର ଭେଟେରାନ ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସଙ୍କ ଟାଇମ୍‌ ଆଉଟ୍‌କୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ତେବେ ଜାଣନ୍ତୁ କଣ ଏହି ଟାଇମ୍‌ ଆଉଟ୍‌, ଆଇସିସିରେ କଣ ରହିଛି ଏହାର ନିୟମ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Nov 6, 2023, 10:42 PM IST

How Angelo Mathews Timed Out
କେମିତି ଆଉଟ୍‌ ହେଲେ ଆଞ୍ଜେଲୋ ମାଥ୍ୟୁସ୍‌

ନୂଆଦିଲ୍ଲୀ: ବିଶ୍ବକପ୍‌ ୨୦୨୩ରେ ସୋମବାର ଦିଲ୍ଲୀର ଅରୁଣ ଜେଟ୍‌ଲୀ (କୋଟ୍‌ଲା) ଷ୍ଟାଡିୟମରେ ଖେଳାଯାଉଛି ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ମୁକାବିଲା । ତେବେ ଏହି ମ୍ୟାଚ୍‌ରେ ଏକ ବଡ଼ ଘଟଣା ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍‌ ଇତିହାସରେ କୌଣସି ବ୍ୟାଟର ଟାଇମ୍‌ ଆଉଟ୍‌ ହୋଇ ପାଭିଲିୟନ ଫେରିଥିବା ଦେଖିବାକୁ ମିଳିଛି । ଏହାପୂର୍ବରୁ କ୍ରିକେଟରେ କୌଣସି ବ୍ୟାଟରଙ୍କୁ ଟାଇମ୍‌ ଆଉଟ୍‌ ଦିଆଯାଇନଥିଲା । କିନ୍ତୁ ଏହି ମ୍ୟାଚ୍‌ରେ ଶ୍ରୀଲଙ୍କାର ଅଭିଜ୍ଞ ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସଙ୍କୁ ଟାଇମ୍‌ ଆଉଟ୍‌ ବୋଲି ଘୋଷଣା କରାଯାଇଥିଲା । ଏହାକୁ ନେଇ ଅନେକ ବିବାଦ ମଧ୍ୟ ଉପୁଜିଥିଲା । ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ନାନା ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଉଛି । କେହି କେହି ଏଥିପାଇଁ ଅମ୍ପାୟାରଙ୍କୁ ଦୋଷ ଦେଉଛନ୍ତି ତ କେହି କେହି ବାଂଲାଦେଶ ଅଧିନାୟକ ଶାକିବ୍‌ ଅଲ୍‌ ହାସନଙ୍କୁ ସମାଲୋଚନା କରି ଏହା କ୍ରିକେଟ୍‌ର ସ୍ପିରିଟ୍‌ ବିରୁଦ୍ଧ ବୋଲି କହୁଛନ୍ତି । ତେବେ ଜାଣନ୍ତୁ କମ ଏହି ଟାଇମ୍‌ ଆଉଟ୍‌, କ୍ରିକେଟ୍‌ରେ କଣ ରହିଛି ଏହାର ନିୟମ ।

କ୍ରିକେଟ୍‌ ଇତିହାସରେ ପ୍ରଥମ ଟାଇମ୍‌ ଆଉଟ୍‌: ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରୁଥିବା ଶ୍ରୀଲଙ୍କା ଇନିଂସ ସମୟରେ ସମରବିକ୍ରମା ଆଉଟ୍‌ ହେବାପରେ ମାଥ୍ୟୁସ୍‌ ବ୍ୟାଟିଂ କରିବାକୁ ଆସିଥିଲେ । କିନ୍ତୁ ସେ ଏକ ଭୁଲ୍‌ ହେଲ୍‌ମେଟ୍‌ ନେଇ ପଡ଼ିଆକୁ ଚାଲି ଆସିଥିଲେ । ଏହାପରେ ସେ ସଠିକ୍‌ ହେଲମେଟ୍‌ ପାଇଁ ଇସାରା କରିଥିଲେ । ଶ୍ରୀଲଙ୍କାର ଜଣେ ଅତିରିକ୍ତ ଖେଳାଳି ସଠିକ ହେଲ୍‌ମେଟ୍‌ ନେଇ ମାଥ୍ୟୁସଙ୍କୁ ଦେବାପରେ ସେ ବ୍ୟାଟିଂ କରିବାକୁ ଆସିଥିଲେ । ଏହି ସମୟରେ ବାଂଲାଦେଶ ଅଧିନାୟକ ଶାକିବ୍‌ ଅଲ୍‌ ହାସନ୍‌ ଟାଇମ୍‌ ଆଉଟ୍‌ ନେଇ ଅମ୍ପାୟାରଙ୍କ ନିକଟରେ ଅଭିଯୋଗ କରିଥିଲେ । ଯାହାକୁ ନେଇ ମାଥ୍ୟୁସ୍‌ଙ୍କୁ ଅମ୍ପାୟାର ଆଉଟ୍‌ ଘୋଷଣା କରିଥିଲେ । ଅସନ୍ତୋଷ ହୋଇ ମାଥ୍ୟୁସ ଅମ୍ପାୟାର ଏବଂ ଶାକିବ୍‌ଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ହେଲେ ଶାକିବ୍‌ ନିଜ ଅପିଲ୍‌ ଉଠାଇ ନେବାକୁ ରାଜି ନହେବାରୁ ମାଥ୍ୟୁସ୍‌ ଆଉଟ୍‌ ହୋଇ ଫେରିଯାଇଥିଲେ । ଏବେ ଏହାକୁ ନେଇ ଅନେକ ଆଲୋଚନା ଆରମ୍ଭ ହୋଇଛି । କାରଣ ଆଜି ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟରେ ଏହିପରି ଟାଇମ୍‌ ଆଉଟ୍‌ ଜରିଆରେ କୌଣସି ବ୍ୟାଟରଙ୍କୁ ପାଭିଲିୟନକୁ ଫେରିବାକୁ ପଡିନଥିଲା ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ୧୪୬ବର୍ଷ କ୍ରିକେଟ ଇତିହାସରେ ପ୍ରଥମ, Timed Out ହେଲେ ମାଥ୍ୟୁସ

କଣ ଏହି ନିୟମ: ଆଇସିସି ସମ୍ବିଧାନର ଧାରା ୪୦.୧.୧ ଅନୁଯାୟୀ ଜଣେ ବ୍ୟାଟର ଆଉଟ୍‌ ହେବାପରେ ପରବର୍ତ୍ତୀ ବ୍ୟାଟର କ୍ରିଜ୍‌କୁ ଆସି ପରବର୍ତ୍ତୀ ବଲର ସମ୍ମୁଖୀନ ହେବା ପାଇଁ ଏକ ନିର୍ଦ୍ଧାରିତ ସମୟ ରହିଛି । ଅର୍ଥାତ ବ୍ୟାଟର୍‌ ଆଉଟ୍‌ ହେବାପରେ ପରବର୍ତ୍ତୀ ବ୍ୟାଟର୍‌ ନିକଟରେ କ୍ରିଜ୍‌କୁ ଆସି ପ୍ରଥମ ବଲ ଖେଳିବାକୁ ୨ ମିନିଟ୍‌ର ସମୟ ଥାଏ । ଯଦି ବ୍ୟାଟର୍‌ ନନଷ୍ଟ୍ରାଇକ୍‌ ଏଣ୍ଡ୍‌ରେ ଥାଆନ୍ତି, ତେବେ ନନଷ୍ଟ୍ରାଇକ୍‌ ଏଣ୍ଡରେ ଥିବା ବ୍ୟାଟରଙ୍କୁ ମଧ୍ୟ ୨ ମିନିଟ ମଧ୍ୟରେ ଆସି ବ୍ୟାଟିଂ କରିବାକୁ ହୋଇଥାଏ । ତେବେ ଯଦି ୨ ମିନିଟ୍‌ ମଧ୍ୟରେ ବ୍ୟାଟର୍‌ ପ୍ରଥମ ବଲକୁ ସମ୍ମୁଖୀନ ହେବାରେ ଅସମର୍ଥ ହୁଅନ୍ତି, ତେବେ ଏହି ନିୟମ ଆଧାରରେ ବ୍ୟାଟରଙ୍କୁ ଆଉଟ୍‌ ଘୋଷଣା କରିଦିଆଯିବ । ଏଭଳି ୱିକେଟ୍‌କୁ ଟାଇମ୍‌ ଆଉଟ୍‌ ବୋଲି କୁହାଯାଏ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ନାଟକୀୟ ମ୍ୟାଚ୍‌ରେ ହାରିଲା ଶ୍ରୀଲଙ୍କା, ୩ ୱିକେଟ୍‌ରେ ଜିତିଲା ବାଂଲାଦେଶ

ସ୍ପଷ୍ଟ କଲା ଆଇସିସି: ମାଥ୍ୟୁସ୍‌ ଆଉଟ୍‌ ହେବାପରେ ଆରମ୍ଭ ହୋଇଥିବା ଆଲୋଚନାକୁ ଦୃଷ୍ଟିରେ ରଖି ଆଇସିସି ଏହି ପ୍ରସଙ୍ଗରେ ନିଜ ଆଧିକାରିକ ୱେବ୍‌ସାଇଟ୍‌ରେ ପୋଷ୍ଟ କରି ସ୍ପଷ୍ଟୋକ୍ତି ରଖିଛି । ଆଇସିସି କହିଛି, "ମାଥ୍ୟୁସ ପ୍ରଥମ ବଲ ଖେଳିବା ପାଇଁ ୨ ମିନିଟ୍‌ରୁ ଅଧିକ ସମୟ ନେଇଥିଲେ । ଏହି କାରଣରୁ ତାଙ୍କୁ ଆଉଟ କରିଦିଆଯାଇଥିଲା । ଅନ୍ତର୍ଜାତୀୟ କ୍ରିକେଟ୍‌ରେ ମହିଳା କିମ୍ବା ପୁରୁଷ ପ୍ରତିଯୋଗିତାରେ ପ୍ରଥମ ଥରପାଇଁ ଜଣେ ବ୍ୟାଟର ଟାଇମ୍‌ ଆଉଟ୍‌ ହୋଇଛନ୍ତି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.