ETV Bharat / sports

World Cup 2023: ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଲେ ରୋହିତ, ବୋଲିଂ କରିବ ନେଦରଲାଣ୍ଡସ - ଭାରତ ବନାମ ନେଦରଲାଣ୍ଡସ ଟସ୍

ICC କ୍ରିକେଟ ବିଶ୍ବକପରେ ଆଜି ଶେଷ ଲିଗ ମ୍ୟାଚରେ ଭାରତ ଓ ନେଦରଲାଣ୍ଡସ ମୁହାଁମୁହିଁ ହୋଇଛନ୍ତି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ ରୋହିତ ଶର୍ମା । ଅଧିକ ପଢନ୍ତୁ

World Cup 2023
India vs Netherlands
author img

By ETV Bharat Odisha Team

Published : Nov 12, 2023, 1:41 PM IST

ବେଙ୍ଗାଲୁରୁ: କ୍ରିକେଟ ମହାକୁମ୍ଭ ବିଶ୍ବକପ 2023ର ଆଜି ଶେଷ ଲିଗ ମ୍ୟାଚ ଖେଳାଯାଉଛି । ମୈଦାନରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ନେଦରଲାଣ୍ଡସ । ରୋହିତ ସେନା ଓ ସ୍କଟ ସେନା ମଧ୍ୟରେ ଟକ୍କର । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ ରୋହିତ ଶର୍ମା । ବୋଲିଂ କରିବ ନେଦରଲାଣ୍ଡସ । ଭାରତୀୟ ଏକାଦଶରେ କୌଣସି ପରିବର୍ତ୍ତନ ହୋଇନାହିଁ । ନେଦରଲାଣ୍ଡସକୁ ହରାଇ ଚଳିତ ବିଶ୍ବକପ ଲିଗ୍‌ ପର୍ଯ୍ୟାୟରେ ଅପରାଜେୟ ରହିବାକୁ ଲକ୍ଷ୍ୟ ରଖିଛି ରୋହିତ ସେନା । ସେହିପରି ନେଦରଲାଣ୍ଡ ଚମ୍ପିଆନ୍ସ ଟ୍ରଫିକୁ ଯୋଗ୍ୟତା ଅର୍ଜନ କରିବାକୁ ପ୍ରୟାସ କରିବ । 9/9ରେ କ୍ଲିନ୍‌ ସୁଇପ କରି ଚିନ୍ନାସ୍ବାମୀ ଷ୍ଟାଡିୟମରେ ଭାରତୀୟ ଦଳ ଚମକିବ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ ।

ଚଳିତ ବିଶ୍ବକପରେ ଦମଦାର ପ୍ରଦର୍ଶନ କରିଥିବା ଭାରତୀୟ କ୍ରିକେଟ ଦଳ ପ୍ରଥମ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରି ସାରିଛି । ଆସନ୍ତା 15 ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସେମି ଫାଇନାଲ ଖେଳିବ ଭାରତ । ସେମି ଫାଇନାଲ ପୂର୍ବରୁ ଆଜି ଶକ୍ତି ପରୀକ୍ଷା ଦେବ ରୋହିତ ସେନା । ସେମି ସମର ପୂର୍ବରୁ ଦଳ ପାଇଁ ଏହା ଏକ ପ୍ରାକ ପ୍ରସ୍ତୁତି ସଦୃଶ ହୋଇଛି । ପୂର୍ବ ପ୍ରଦର୍ଶନ ସହ ଶେଷ ଲିଗ୍ ମ୍ୟାଚରେ ବାଜି ମାରିବାକୁ ଲକ୍ଷ୍ୟ ରଖିଛି । ଅନ୍ୟପଟେ ନେଦରାଲାଣ୍ଡସ ବିପକ୍ଷ ମ୍ୟାଚରେ ବିରାଟ କୋହଲି 50ତମ ଶତକ ହାସଲ କରି ସଚିନଙ୍କ ରେକର୍ଡ ଭାଙ୍ଗିବା ଆଶା ରଖିଛନ୍ତି ଫ୍ୟାନ୍ସ । ନେଦରଲାଣ୍ଡସ ବିପକ୍ଷରେ ଭାରତର ପଲ୍ଲା ଭାରି ରହିଛି । ଶେଷ ଲିଗ ମ୍ୟାଚ ଜିତି 140 କୋଟି ଭାରତୀୟଙ୍କୁ ଦୀପାବଳି ଭେଟି ଦେବ ଟିମ୍ ଇଣ୍ଡିଆ ।

ଏହା ବି ପଢନ୍ତୁ...World Cup 2023: ଟିମ୍ ଇଣ୍ଡିଆ ଚମ୍ପିଆନ, ସବୁଠୁ ଶକ୍ତିଶାଳୀ ଦଳ କହିଲେ ଫାରୁକ ଇଞ୍ଜିନିୟର

ଭାରତୀୟ ଚୂଡାନ୍ତ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ବିରୋଟ କୋହଲି, ଶୁଭମନ ଗିଲ, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, କେଏଲ ରାହୁଲ, ରବିନ୍ଦ୍ର ଜାଡେଜା, କୁଳଦୀବ ଯାଦବ, ଯଶପ୍ରୀତ ବୁମରା, ମହମ୍ମଦ ସାମି, ମହମ୍ମଦ ସିରାଜ ।

ନେଦରଲାଣ୍ଡସ ଚୂଡାନ୍ତ ଏକାଦଶ: ମାକ୍ସ ଓ ଦାଉଦ, ୱେସଲି ବାରେସି, କଲିନ ଆକରମାନ, ସାଇବ୍ରାଣ୍ଡ ଏଙ୍ଗଲବ୍ରେଚ୍, ସ୍କଟ ଏଡୱାର୍ଡ୍ସ (ଅଧିନାୟକ), ବାସ ଡି ଲିଡ୍, ତେଜା ନିଦାମାନୁରୁ, ଲୋଗାନ ଭାନ ବିକ, ରିଓଲ୍ଫ ଭାନ ଡର ମର୍ୱି, ଆର୍ୟନ ଦତ୍ତ, ପଲ ଭାନ ମିକେରନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.