ETV Bharat / sports

World Cup 2023: ଆଜି ଭାରତ-ବାଂଲାଦେଶ ଫାଇଟ୍, ବିଜୟଧାରା ବଜାୟ ଲକ୍ଷ୍ୟରେ ରୋହିତ ସେନା - କ୍ରିକେଟ ବିଶ୍ବକପ 2023

ଆଇସିସି କ୍ରିକେଟ ବିଶ୍ବକପ 2023ରେ ଆଜି 17ତମ ଲିଗ୍‌ ମ୍ୟାଚ୍‌ ଖେଳାଯିବ । ଏଥିରେ ଭାରତ ଓ ବାଂଲାଦେଶ ମଧ୍ୟରେ କଡ଼ା ଟକ୍କର ହେବ । ଅଧିକ ପଢନ୍ତୁ

Cricket World Cup 2023
India vs Bangladesh World Cup 2023 Match
author img

By ETV Bharat Odisha Team

Published : Oct 19, 2023, 10:20 AM IST

ପୁନେ: କ୍ରିକେଟ ମହାକୁମ୍ଭ ବିଶ୍ବକପ 2023ରେ ଆଜି 17ତମ ଲିଗ୍‌ ମ୍ୟାଚ୍‌ ଖେଳାଯିବ । ଏଥିରେ ଭାରତ ଓ ବାଂଲାଦେଶ ମଧ୍ୟରେ ଟକ୍କର ହେବ । ପ୍ରଥମ 3 ମ୍ୟାଚ ଜିତିଥିବା ଟିମ୍ ଇଣ୍ଡିଆ ଆଜି ବାଂଲାଦେଶକୁ ହରାଇ ଚତୁର୍ଥ ବିଜୟ ଲକ୍ଷ୍ୟରେ ରହିଛି । ବିଶ୍ବକପରେ ସବୁଠୁ ସଫଳ ଦଳ ଅଷ୍ଟ୍ରେଲିଆକୁ ପ୍ରଥମ ମ୍ୟାଚରେ ଦ୍ବିତୀୟ ମ୍ୟାଚରେ ଆଫଗାନିସ୍ତାନ ଓ ତୃତୀୟ ମ୍ୟାଚରେ ପାକିସ୍ତାନକୁ ହରାଇ ଭାରତୀୟ ଦଳର ଦୃଢ଼ ମନୋବଳ ରହିଛି । ଆଜି ବାଂଲାଦେଶ ବିପକ୍ଷରେ ରାଜୁତି କରିବା ଲକ୍ଷ୍ୟରେ ରହିଛି ରୋହିତ ସେନା । ସେପଟେ ସାକିବ ଅଲ୍‌ ହାସନଙ୍କ ବାଂଲାଦେଶ ଦଳ ଭାରତକୁ ତାର ଘରୋଇ ମାଟିରେ ପରାସ୍ତ କରିବାକୁ ପ୍ରୟାସ କରିବ । ମହାରାଷ୍ଟ୍ରର ପୁନେ କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ ।

ଭାରତ ବନାମ ବାଂଲାଦେଶ: ବିଶ୍ବକପ୍‌ ୨୦୨୩ରେ ବିଜୟରେ ହ୍ୟାଟ୍ରିକ୍‌ ମାରି ସାରିଛି ଟିମ୍‌ ଇଣ୍ଡିଆ । ଏଥର ଦମଦାର ଫର୍ମରେ ରହିଥିବା ଘରୋଇ ଟିମ୍‌ ପ୍ରଥମ ମ୍ୟାଚରେ ୫ ଥରର ଚମ୍ପିଆନ୍‌ ଅଷ୍ଟ୍ରେଲିଆକୁ ହରାଇବା ପରେ ଆଫଗାନିସ୍ତାନ ଓ ଚିର ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ମଧ୍ୟ ଧୂଳି ଚଟାଇଛି । ଏବେ ପାଳି ବାଂଲାଦେଶର । ୩ଟି କ୍ରମାଗତ ବିଜୟ ରୋହିତ ବାହିନୀର ଗଭୀର ଆତ୍ମବିଶ୍ବାସ ବଢ଼ାଇଛି । ଏବେ ସମସ୍ତଙ୍କ ନଜର ଆଜିର ମୁକାବିଲା ଉପରେ ରହିଛି । ଆଜି ସାକିବ ଓ କୋହଲିଙ୍କ ମଧ୍ୟରେ ଫାଇଟ ହେବ । ବାଂଲାଦେଶ ବିପକ୍ଷରେ କୋହଲି 15ଟି ଦିନିକିଆ ଖେଳିଛନ୍ତି । ଏଥିରେ 4ଟି ଶତକ ରହିଛି । ସେହିପରି ସାକିବ କୋହଲିଙ୍କୁ 5ଥର ଆଉଟ କରିଛନ୍ତି । ଦୁଇଟି ମ୍ୟାଚରେ ବିସ୍ଫୋରକ ପ୍ରଦର୍ଶନ କରିଥିବା ରୋହିତଙ୍କ ଉପରେ ଆଜି ଦର୍ଶକଙ୍କ ନଜର ରହିବ । ବାଂଲାଦେଶକୁ ହଲକା ଭାବେ ନ ନେଇ ଭାରତ ଉନ୍ନତ ପ୍ରଦର୍ଶନ ଉପରେ ଗୁରୁତ୍ବ ଦେବ । ଏସିଆ କପ ସୁପର 4 ରାଉଣ୍ଡରେ ଭାରତକୁ ବାଂଲାଦେଶ ପରାସ୍ତ କରିଥିଲା । ଏହି ପରାଜୟକୁ ନଜରରେ ରଖି ବାଂଲାଦେଶ ବିପକ୍ଷରେ ରଣନୀତି ପ୍ରସ୍ତୁତ କରିଛି ଟିମ୍‌ ଇଣ୍ଡିଆ । ଭାରତ ତାର ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିବ ନାହିଁ ।

ସେପଟେ ବାଂଲାଦେଶ ଏସିଆ କପ ଧାରା ଦେହରାଇବାକୁ ପ୍ରୟାସ କରିବ । ସାକିଲ ଅଲ ହାସନଙ୍କ ନେତୃତ୍ବାଧୀନ ବାଂଲାଦେଶ ଭାରତକୁ ହରାଇବାକୁ ଯୋଜନା କରୁଛି । ଚଳିତ ବିଶ୍ବକପରେ ବାଂଲାଦେଶ 3ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ ହାସଲ କରିଛି ଆଜି ଭାରତକୁ ହରାଇ ଦ୍ବିତୀୟ ବିଜୟ ଲକ୍ଷ୍ୟରେ ରହିଛି ।

ଏହା ବି ପଢନ୍ତୁ...Cricket World Cup 2023: 'ଚାପରେ ଅଛି ବାଂଲାଦେଶ, ମନମୋଟିଆ ନଖେଳି ଫାଇଦା ଉଠାଉ ଟିମ୍‌ ଇଣ୍ଡିଆ'

ଭାରତ 3, ବାଂଲାଦେଶ 1: ଭାରତ 2007 ବିଶ୍ବକପ୍‌ରେ ବାଂଲାଦେଶଠୁ ପରାସ୍ତ ହୋଇଥିଲା । ଏହାପରେ 3ଟି ବିଶ୍ବକପ୍‌ ମୁକାବିଲାରେ ଭାରତ ଲାଗାତାର ଜିତି ଆସୁଛି । ଭାରତ ବିଶ୍ବକପର 3ଟି ମ୍ୟାଚ୍‌ ଜିତିଥିବା ବେଳେ ବାଂଲାଦେଶ ଗୋଟିଏ ମ୍ୟାଚ୍‌ ଜିତିଛି । 25 ବର୍ଷ ପରେ ବାଂଲାଦେଶ ଭାରତରେ କୌଣସି ଦିନିକିଆ ମ୍ୟାଚ୍‌ ଖେଳିବାକୁ ଯାଉଛି । ଶେଷଥର ପାଇଁ 1998ରେ ବାଂଲାଦେଶ ଭାରତ ବିପକ୍ଷରେ ଦିନିକିଆ ଖେଳିଥିଲା । ଏଥିରେ 36.3 ଓଭର ଖେଳି 115 ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା । ଜବାବରେ ଭାରତ 29.2 ଓଭରରେ 5 ୱିକେଟ ହରାଇ ଟାର୍ଗେଟ ହାସଲ କରିଥିଲା ।

ଏହା ବି ପଢନ୍ତୁ...World Cup 2023: ବାଂଲାଦେଶୀ ପ୍ଲେୟାରଙ୍କୁ ଅଫର୍‌, ଭାରତକୁ ହରାଇଲେ ଡେଟିଂରେ ଯିବେ ଏହି ଅଭିନେତ୍ରୀ

ପିଚ୍ ରିପୋର୍ଟ: ମହାରାଷ୍ଟ୍ର କ୍ରିକେଟ ଆସୋସିଏନସର ଏହି ଗ୍ରାଉଣ୍ଡ୍‌ ବ୍ୟାଟରଙ୍କ ପାଇଁ ସୁହାଇବ । ଡ୍ରାଏ ପିଚ୍‌ ଓ ଛୋଟ ବ୍ରାଉଣ୍ଡ୍ରୀରେ ବିଶାଳ ସ୍କୋର ହେବା ନେଇ ଆଶା ରହିଛି । 2017 ପରଠୁ ଏଠାରେ ଖେଳାଯାଇଥିବା 5ଟି ଦିନିକିଆରୁ ପ୍ରଥମେ ବ୍ୟାଟିଂ କରିଥିବା ଦଳ 3ଟି ମ୍ୟାଚରେ 300ରୁ ଅଧିକ ସ୍କୋର୍‌ କରିଛି । 9 ମାସ ପରେ ଏହି ଗ୍ରାଉଣ୍ଡ୍‌ରେ ଅନ୍ତର୍ଜାତୀୟ ମ୍ୟାଚ୍‌ ହେବାକୁ ଯାଉଛି । ଆଜି ପାଗ ଶୁଖିଲା ରହିବ ।

ଭାରତୀୟ ସମ୍ଭାବ୍ୟ ଦଳ: ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ସାର୍ଦୁଲ ଠାକୁର, ଯଶପ୍ରୀତ ବୁମରା, କୁଳଦୀପ ଯାଦବ, ମହମ୍ମଦ ସିରାଜ ।

ବାଂଲାଦେଶ ସମ୍ଭାବ୍ୟ ଦଳ: ତନଜିଦ ହାସାନ, ଲିଟନ ଦାସ, ନଜମୁଲ ହୋସେନ ଶାନ୍ତୋ, ସାକିଲ ଉଲ ହାସନ (ଅଧିନାୟକ), ତେହିଦ ହୃଦୟ, ମୁସଫିକର ରହିମ, ମେହଦି ହାସାନ ମିରାଜ, ମହମୁଦୁଲ୍ଲା, ଟସ୍କିନ୍‌ ଅହମ୍ମଦ, ସରିଫୁଲ ଇସଲାମ, ମୁସ୍ତାଫିଜୁର ରେହମାନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.