ETV Bharat / sports

Cricket World Cup 2023: ଆରମ୍ଭରୁ ଭାରତୀୟ ବୋଲରଙ୍କ ଜୋରଦାର ଆକ୍ରମଣ, ୧୯୯ରେ ଅଷ୍ଟ୍ରେଲିଆ ଅଲଆଉଟ୍‌ - ଭାରତ ବନାମ ଅଷ୍ଟ୍ରେଲିଆ

ଆଜି ଚେନ୍ନାଇର ଚେପକ୍‌ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ବକପ୍‌ ୨୦୨୩ର ପ୍ରଥମ ମ୍ୟାଚ୍‌ ଖେଳି ଅଭିଯାନ ଆରମ୍ଭ କରିଛି ଭାରତ । ତେବେ ପ୍ରଥମ ମ୍ୟାଚ୍‌ରେ ହିଁ ଭାରତୀୟ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଭାରତୀୟ ସ୍ପିନ୍‌ ଆକ୍ରମଣରେ କଙ୍ଗାରୁ ଦଳ କେବଳ ୧୯୯ ରନ୍‌ରେ ଅଲ୍‌ ଆଉଟ୍‌ ହୋଇଛନ୍ତି । ଭାରତକୁ ବିଜୟ ପାଇଁ କେବଳ ୨୦୦ ରନ ଆବଶ୍ୟକ । ଅଧିକ ପଢ଼ନ୍ତୁ

୧୯୯ରେ ଅଷ୍ଟ୍ରେଲିଆ ଅଲ୍‌ ଆଉଟ୍‌
୧୯୯ରେ ଅଷ୍ଟ୍ରେଲିଆ ଅଲ୍‌ ଆଉଟ୍‌
author img

By ETV Bharat Odisha Team

Published : Oct 8, 2023, 6:03 PM IST

Updated : Oct 8, 2023, 6:19 PM IST

ଚେନ୍ନାଇ: ଆଜିଠାରୁ ଚେନ୍ନାଇର ଚେପକ୍‌ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳି ବିଶ୍ବକପ୍‌ ୨୦୨୩ ଅଭିଯାନ ଆରମ୍ଭ କରିଛି ଭାରତ । ତେବେ ବିଶ୍ବକପ୍‌ ୨୦୨୩ ଅଭିଯାନ ଆରମ୍ଭରୁ ହିଁ ଭାରତୀୟ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଛି । ବଡ଼ ସ୍କୋର କରିବା ଲକ୍ଷ୍ୟରେ ରହିଥିବା କଙ୍ଗାରୁ ଦଳ ଭାରତୀୟ ବୋଲିଂ ବିଭାଗର ଜୋରଦାର ଆକ୍ରମଣକୁ ସହଜରେ ସାମ୍ନା କରିପାରିନାହିଁ । ୪୯.୩ ଓଭରରେ କେବଳ ୧୯୯ ରନ୍‌ରେ ଅଲ୍‌ଆଉଟ୍‌ ହୋଇଛି ଅଷ୍ଟ୍ରେଲିଆ । ଫଳରେ ବିଜୟରୁ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବା ପାଇଁ ଭାରତ ଆଗରେ ମାତ୍ର ୨୦୦ ରନ୍‌ର ଟାର୍ଗେଟ ରହିଛି ।

ଆଜି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ୍‌ କମିନ୍ସ । ହେଲେ ଭାରତୀୟ ବୋଲିଂ ଆଟାକ୍‌ର ସାମ୍ନା କରିବା ଦଳ ପାଇଁ ଏତେ ସହଜ ହୋଇନଥିଲା । ଦ୍ବିତୀୟ ଓଭରରେ ହିଁ ଦଳକୁ ପ୍ରଥମ ଝଟ୍‌କା ଲାଗିଥିଲା । ମିଚେଲ୍‌ ମାର୍ଶ ଖାତା ଖୋଲିବା ଆଗରୁ ଯଶପ୍ରୀତ ବୁମ୍‌ରାଙ୍କ ବଲରେ ବିରାଟ କୋହଲିଙ୍କ ହାତରେ ଧରା ପଡ଼ିଥିଲେ । ଏହାପରେ ଡେଭିଡ୍‌ ୱାର୍ନରଙ୍କ ସହ ମିଶି ଷ୍ଟିଭ୍‌ ସ୍ମିଥ୍‌ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ପାଳି ଖେଳିଥିଲେ । ଉଭୟ ଦ୍ବିତୀୟ ୱିକେଟ୍‌ ପାଇଁ ଦଳୀୟ ଖାତାରେ ୬୯ ରନ ଯୋଡ଼ିଥିଲେ । ଏହାପରେ ୫୨ ବଲରୁ ୪୧ ରନ କରିଥିବା ୱାର୍ନର ପାଭିଲିୟନ ଫେରିଯାଇଥିଲେ । ସ୍ମିଥ ଦଳ ପାଇଁ ସର୍ବାଧିକ ୪୬ ରନ କରି ଆଉଟ୍‌ ହୋଇଥିଲେ । ଲାବୁସାନେ ୨୭ ରନ କରିଥିବାବେଳେ ମିଚେଲ ଷ୍ଟାର୍କ ଦଳ ପାଇଁ ଶେଷ ପର୍ଯ୍ୟନ୍ତ ସଙ୍ଘର୍ଷ କରି ୨୮ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାକ୍ସୱେଲ ଓ କମିନ୍ସ ୧୫ ରନ ଲେଖାଏଁ କରିଥିଲେ । ଦଳର ଅନ୍ୟ କୌଣସି ବ୍ୟାଟର ଦୁଇଅଙ୍କ ବିଶିଷ୍ଟ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ । ଫଳରେ ସଂସ୍କରଣର ପ୍ରଥମ ମ୍ୟାଚ୍‌ ଖେଳୁଥିବା କଙ୍ଗାରୁ ଦଳ କେବଳ ୧୯୯ ରନରେ ସମସ୍ତ ୱିକେଟ ହରାଇଛି ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଭାରତର ବିଶ୍ବକପ୍‌ ଅଭିଯାନ ଆରମ୍ଭରୁ ରେକର୍ଡ ଭାଙ୍ଗିଲେ କୋହଲି

ସେପଟେ ଭାରତ ପକ୍ଷରୁ ଆଜି ସମସ୍ତ ବୋଲର ଶୃଙ୍ଖଳିତ ପ୍ରଦର୍ଶନ କରିଥିଲେ । ରବୀନ୍ଦ୍ର ଜାଡେଜା ୧୦ ଓଭରରୁ ୨୮ ରନ ବ୍ୟୟରେ ସର୍ବାଧିକ ୩ ୱିକେଟ୍‌ ହାସଲ କରିଥିବାବେଳେ କୁଲଦୀପ ଯାଦବ ଓ ଯଶପ୍ରୀତ ବୁମ୍‌ରା ୨ଟି ଲେଖାଏଁ ୱିକେଟ ନେଇଛନ୍ତି । ମହମ୍ମଦ ସିରାଜ, ହାର୍ଦ୍ଦିକ ପାଣ୍ଡ୍ୟା ଓ ରବିଚନ୍ଦ୍ରନ ଅଶ୍ବିନ ଗୋଟିଏ ଲେଖାଏଁ ୱିକେଟ୍‌ ନେଇ କଙ୍ଗାରୁ ଦଳକୁ ୧୯୯ରେ ଅଟକାଇବାରେ ସକ୍ଷମ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 8, 2023, 6:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.