ETV Bharat / sports

Cricket World Cup 2023: କଳାବଜାରରେ ଫସିଲେ ବିଦେଶୀ ପ୍ରଶଂସକ, ମ୍ୟାଚ୍‌ ଦେଖିବାକୁ ୨୦ ଗୁଣା ଅଧିକା ଟଙ୍କାରେ କିଣିଲେ ଟିକେଟ୍‌

author img

By ETV Bharat Odisha Team

Published : Nov 5, 2023, 4:21 PM IST

କୋଲକାତାର ଇଡେନ ଗାର୍ଡେନ୍ସରେ ଜାରି ରହିଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ପାଇଁ ଟିକେଟ୍‌ ସ୍କାମ୍‌ ନେଇ ଜାରି ରହିଛି ତଦନ୍ତ । ଏହାରି ଭିତରେ ଟିକେଟ୍‌ କଳାବଜାରୀରେ ଫସିଛନ୍ତି ଦୁଇ ଦକ୍ଷିଣ ଆଫ୍ରିକା ପ୍ରଶଂସକ । ମ୍ୟାଚ୍‌ ଦେଖିବାକୁ ୨୦ ଗୁଣା ଅଧିକା ଟଙ୍କାରେ କିଣିଲେ ଟିକେଟ୍‌ । ଅଧିକ ପଢ଼ନ୍ତୁ

କଳାବଜାରରେ ଫସିଲେ ବିଦେଶୀ ପ୍ରଶଂସକ
କଳାବଜାରରେ ଫସିଲେ ବିଦେଶୀ ପ୍ରଶଂସକ

କୋଲକାତା: ଆଜି କ୍ରିକେଟ୍ ବିଶ୍ବକପ୍‌ ୨୦୨୩ରେ ଖେଳାଯାଉଛି ସବୁଠାରୁ ରୋମାଞ୍ଚକର ମୁକାବିଲା । ପଏଣ୍ଟ୍ସ ଟେବୁଲର ଦୁଇ ଶୀର୍ଷ ଦଳ ତଥା ସେମିଫାଇନାଲ୍‌ ଟିକେଟ୍‌ ହାସଲ କରି ସାରିଥିବା ଦୁଇ ଦଳ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଖେଳାଯାଉଛି ହାଇପ୍ରୋଫାଇଲ ମ୍ୟାଚ୍‌ । ଗତ ଏକ ସପ୍ତାହ ଧରି ଏହି ବଡ଼ ମ୍ୟାଚ୍‌ ଟିକେଟ୍ ପାଇଁ ଟଣା ଓଟରା ଚାଲିଛି । ଏପରିକି ଏହି ମ୍ୟାଚ୍‌ ପାଇଁ ଟିକେଟ୍‌ କଳାବଜାରୀ ମାମଲା ମଧ୍ୟ ସାମ୍ନାକୁ ଆସିଛି । ତେବେ କେବଳ ଭାରତୀୟ ନୁହଁନ୍ତି, ବିଦେଶୀ ପ୍ରଶଂସକ ମଧ୍ୟ ଏହି କଳାବଜାରୀର ଶିକାର ହୋଇଛନ୍ତି । ମ୍ୟାଚ୍‌ ଦେଖିବା ପାଇଁ ଦକ୍ଷିଣ ଆଫ୍ରିକାରୁ ଆସିଥିବା ୩ ଜଣ ବନ୍ଧୁ ଉଚିତ ମୂଲ୍ୟ ଠାରୁ ୨୦ ଗୁଣ ଅଧିକ ମୂଲ୍ୟରେ ଟିକେଟ କିଣି ମ୍ୟାଚ୍‌ ଦେଖିବାକୁ ଆସି ଇଡେନ ଗାର୍ଡେନ୍ସରେ ପହଞ୍ଚିଛନ୍ତି । ସେମାନେ କିଛିଦିନ ପୂର୍ବରୁ ଏକ ବିଦେଶୀ ଘରୋଇ କମ୍ପାନୀରୁ ଅନ୍‌ଲାଇନ୍‌ ଟିକେଟ କିଣିଥିଲେ ।

ପ୍ରକାଶଯୋଗ୍ୟ, ଦକ୍ଷିଣ ଆଫ୍ରିକାର ଏହି ତିନି ବନ୍ଧୁ ଲଣ୍ଡନରେ ରୁହନ୍ତି । ଦକ୍ଷିଣ ଆଫ୍ରିକା ଚଳିତ ବିଶ୍ବକପ୍‌ର ସେମିଫାଇନାଲରେ ପ୍ରବେଶ କରିସାରିଛି ଏବଂ ଦଳର ଉତ୍କୃଷ୍ଟ ପ୍ରଦର୍ଶନ ଦେଖି ପିଟର ଏବଂ ଜନ୍‌ ଲଣ୍ଡନରୁ କୋଲକାତା ଆସିଥିଲେ । ତାଙ୍କର ଅନ୍ୟ ଜଣେ ବନ୍ଧୁ ଆଜି (ରବିବାର) ଆସୁଛନ୍ତି । ତେବେ ପୂର୍ବରୁ ପିଟର ଓ ଜନ୍‌ ଶୁକ୍ରବାର କୋଲକାତାରେ ପହଞ୍ଚି ପାର୍କ ଷ୍ଟ୍ରିଟ୍‌ରେ ଥିବା ଏକ ହୋଟେଲରେ ରହିଥିଲେ । ଏହି ସମୟ ମଧ୍ୟରେ ସେମାନେ ମ୍ୟାଚ୍‌ ଟିକେଟ୍‌ ପାଇବାରେ କୌଣସି ସୁଯୋଗ ହାତଛଡ଼ା କରିନଥିଲେ ଏବଂ ବହୁ ଚେଷ୍ଟା ପରେ ଶେଷରେ ଟିକେଟ୍‌ ପାଇଥିଲେ । ତେବେ ସେମାନେ ଉଚିତ ମୂଲ୍ୟଠାରୁ ୨୦ ଗୁଣ ଅଧିକ ମୂଲ୍ୟରେ ଟିକେଟ କିଣି ମ୍ୟାଚ୍‌ ଦେଖିବାକୁ ଆସିଥିବା ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଇଡେନ ଗାର୍ଡନରେ ଟିକେଟ୍‌ ଘୋଟାଲା, Book My Show ଅଫିସରେ ପୋଲିସ ରେଡ

ହେଲେ ଏତେ ଟଙ୍କା ଖର୍ଚ୍ଚ କରିବା ପରେ ମଧ୍ୟ ସେମାନେ ଏଥିପାଇଁ ଦୁଃଖ କରିନାହାନ୍ତି । ଭାରତୀୟ ବ୍ୟାଟର କିଙ୍ଗ୍‌ କୋହଲିଙ୍କୁ ପ୍ରଶଂସା କରି ସେମାନେ କହିଛନ୍ତି, "କେବଳ ଆମେ କାହିଁକି, ସାରା ଦୁନିଆ ବିରାଟ କୋହଲିଙ୍କ ଫ୍ୟାନ୍‌ । ଆମେ ମଧ୍ୟ ତାଙ୍କ ଫ୍ୟାନ୍‌ ।" ନକ୍‌ ଆଉଟ୍‌ ମ୍ୟାଚ୍‌ ନେଇ ସେମାନେ କହିଛନ୍ତି, "ନକ୍‌ଆଉଟ୍‌ ମ୍ୟାଚ୍‌ରେ ପ୍ରକୃତ ଲଢ଼େଇ ଦେଖିବାକୁ ମିଳିବ । ଏହି ମ୍ୟାଚ୍‌ ଗୁଡ଼ିକ ବ୍ୟତୀତ କୋଲକାତା ସହରକୁ ମଧ୍ୟ ଦେଖିବାକୁ ଚାହୁଁ ।" କୋଲକାତାରେ କ୍ରିକେଟ୍‌ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦେଖି ସେମାନେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ପିଟର୍‌ ଓ ଜନ୍‌ ଆସନ୍ତା ମଙ୍ଗଳବାର ଲଣ୍ଡନ ଫେରିଯିବେ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.