ETV Bharat / sports

Cricket World Cup 2023: ନ୍ୟୁଜିଲାଣ୍ଡର ଏହି ୫ ଖେଳାଳିଙ୍କ ଉପରେ ରହିବ ସମସ୍ତଙ୍କ ନଜର, ଦେଖନ୍ତୁ ରେକର୍ଡ

author img

By ETV Bharat Odisha Team

Published : Oct 1, 2023, 10:59 PM IST

ଆଇସିସିର ପ୍ରାୟ ସବୁ ବଡ଼ ଟୁର୍ଣ୍ଣାମେଣ୍ଟରେ ନକ୍‌ଆଉଟ୍‌ ମ୍ୟାଚ୍‌ ଖେଳିଥାଏ ନ୍ୟୁଜିଲାଣ୍ଡ କ୍ରିକେଟ ଦଳ । ଏଥର ମଧ୍ୟ ରେସ୍‌ରେ ରହିବ ବିଗତ ବିଶ୍ବକପ୍‌ର ଉପବିଜେତା । ତେବେ ଦଳର ମୁଖ୍ୟ ୫ ଖେଳାଳିଙ୍କ ଉପରେ ରହିବ ସମସ୍ତଙ୍କ ନଜର । ଅଧିକ ପଢ଼ନ୍ତୁ

ନ୍ୟୁଜିଲାଣ୍ଡର ଏହି ୫ ଖେଳାଳିଙ୍କ ଉପରେ ରହିବ ସମସ୍ତଙ୍କ ନଜର

ହାଇଦ୍ରାବାଦ: ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳ ଏହାର ବିସ୍ଫୋରକ ଖେଳ ପାଇଁ ବେଶ ପରିଚିତ । ଏହି ଦଳର ଖେଳାଳିମାନେ ମୈଦାନରେ କଦାପି ହାର ମାନନ୍ତି ନାହିଁ । ଯେଉଁ କାରଣରୁ ଆମେ ସାଧାରଣତଃ କିୱି ଦଳକୁ ପ୍ରାୟ ସମସ୍ତ ପ୍ରମୁଖ ଆଇସିସି ଟୁର୍ଣ୍ଣାମେଣ୍ଟ ନକ୍ଆଉଟ୍‌ରେ ମ୍ୟାଚ୍ ଖେଳୁଥିବାର ଦେଖିଥାଉ । ତେବେ ଆସନ୍ତା ଅକ୍ଟୋବର ୫ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆରମ୍ଭ ହେବାକୁ ଥିବା ଆଇସିସି କ୍ରିକେଟ ବିଶ୍ବକପ୍‌ ୨୦୨୩ ଉଦ୍‌ଘାଟନୀ ମ୍ୟାଚ୍‌ରେ ଇଂଲଣ୍ଡ ବିପକ୍ଷରେ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବ ନ୍ୟୁଜିଲାଣ୍ଡ । ଏହି ମ୍ୟାଚ୍ ପୂର୍ବରୁ ନ୍ୟୁଜିଲାଣ୍ଡର ପ୍ରମୁଖ ୫ ଖେଳାଳିଙ୍କ ଉପରେ ନଜର ପକାଇବା, ଯେଉଁମାନେ ବିଶ୍ବକପ୍‌ ୨୦୨୩ରେ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ରହିବେ ବୋଲି ଆଶା କରାଯାଉଛି ।

କେନ ୱିଲିୟମସନ୍‌: ଏହି ବିଶ୍ବକପରେ ନ୍ୟୁଜିଲାଣ୍ଡ ପାଇଁ ଦଳର ଅଧିନାୟକ କେନ୍ ୱିଲିୟମସନ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି । ୱିଲିୟମସନ କ୍ରମାଗତ ସ୍ଥିର ପ୍ରଦର୍ଶନ ପାଇଁ ବିଶ୍ବ କ୍ରିକେଟ୍‌ରେ ବେଶ ପରିଚିତ । ସେ ଦଳରେ ପ୍ରମୁଖ ଭୂମିକାରେ ରହିଥାନ୍ତି ଏବଂ ସବୁବେଳେ ଲମ୍ବା ଇନିଂସ ଖେଳନ୍ତି । ପ୍ରାରମ୍ଭିକ ୱିକେଟର ପତନ ପରେ ୱିଲିୟମସନ ପରିସ୍ଥିତି ଓ ଚାପକୁ ଗ୍ରହଣ କରି ଧିରେ ଧିରେ ପିଚ୍‌ରେ ସେଟ୍‌ ହୋଇ ଇନିଂସକୁ ଆଗକୁ ନେଇଥାନ୍ତି । ଆହତଜନିତ ସମସ୍ୟାରୁ ସୁସ୍ଥ ହୋଇ ଏହି ବିଶ୍ବକପ୍‌ରେ ସେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେ ମଧ୍ୟ ବିରାଟ କୋହଲି, ଜୋ ରୁଟ୍ ଏବଂ ଷ୍ଟିଭ୍ ସ୍ମିଥ୍‌ଙ୍କ ସହ 'ଫାବ୍ ଫୋର୍'ର ଅଂଶ ଅଟନ୍ତି । ୱିଲିୟମ୍‌ସନ୍ ଆଇପିଏଲ୍ ୨୦୨୩ର ପ୍ରଥମ ମ୍ୟାଚରେ ଆହତ ହୋଇଥିଲେ ଏବଂ ସେପ୍ଟେମ୍ବର ୨୯ରେ ପାକିସ୍ତାନ ବିପକ୍ଷ ୱାର୍ମ-ଅପ୍ ମ୍ୟାଚ୍ ପର୍ଯ୍ୟନ୍ତ ଖେଳଠାରୁ ଦୂରରେ ରହିଥିଲେ । ଏହି ମ୍ୟାଚ୍‌ରେ ସେ ୫୦ ବଲରେ ୮ଟି ଚୌକା ସହ ଅପରାଜିତ ୫୪ ରନ୍ ସ୍କୋର କରିଥିଲେ । ଦିନିକିଆ କ୍ରିକେଟରେ ୱିଲିୟମସନ ତାଙ୍କ ଦଳ ପାଇଁ କେତେ ଗୁରୁତ୍ବପୂର୍ଣ୍ଣ, ତାହା ତାଙ୍କ ରେକର୍ଡ କହିଥାଏ । ସେ ଏପର୍ଯ୍ୟନ୍ତ ୧୩୧ଟି ଦିନିକିଆ ମ୍ୟାଚରେ ୬,୫୫୫ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ୧୩ ଶତକ ଓ ୪୨ ଅର୍ଦ୍ଧଶତକ ସାମିଲ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ..Cricket World Cup 2023: ଏଥର ବିଶ୍ବକପ୍‌ରେ ଚମକ ଦେଖାଇବେ ଏହି ୫ କନିଷ୍ଠ ଖେଳାଳି

ଇଶ୍‌ ସୋଧୀ: ନ୍ୟୁଜିଲାଣ୍ଡର ଲେଗ୍ ସ୍ପିନର ଇଶ୍ ସୋଧୀ ବିଶ୍ବକପ୍‌ ୨୦୨୩ରେ ଦଳର ପ୍ରମୁଖ ଖେଳାଳି ଭାବରେ ଉଭା ହୋଇପାରନ୍ତି । ଭାରତୀୟ ପିଚ୍‌ରେ ଖେଳର ମଧ୍ୟକ୍ରମ ଯେପରି ସ୍ପିନ୍‌ ବୋଲରଙ୍କୁ ସୁହାଏ, ଏହି ସମୟରେ ସୋଧୀ ଦଳର ଗୁରୁତ୍ବପୂର୍ଣ୍ଣ ଭୂମିକାରେ ରହିବେ । ସୋଧୀ ପିଚ୍‌ର ସ୍ଥିତିକୁ ବିଗାଡ଼ିବା ପାଇଁ କ୍ରମାଗତ ଭାବରେ ଗୋଟିଏ ସ୍ଥାନକୁ ବୋଲିଂ କରିପାରନ୍ତି । ସେ ଆଶ୍ଚର୍ଯ୍ୟଜନକ ଭାବେ ଗୁଗ୍‌ଲି ବଲ ସହିତ ୱିକେଟ୍ ମଧ୍ୟ ଅକ୍ତିଆର କରିନିଅନ୍ତି । ଏହା ସହିତ ତାଙ୍କ ବୋଲିଂ ଶୈଳୀରେ ଅନ୍ୟ କେତେକ କୌଶଳ ମଧ୍ୟ ରହିଥାଏ, ଯାହା ପ୍ରତିପକ୍ଷ ବ୍ୟାଟରଙ୍କୁ ସାମ୍ନା କରିବା କଷ୍ଟକର ହୋଇଥାଏ । ତେବେ ଏପର୍ଯ୍ୟନ୍ତ ସେ ନ୍ୟୁଜିଲାଣ୍ଡ ପାଇଁ ୪୯ଟି ଦିନିକିଆ ମ୍ୟାଚ୍‌ର ୪୬ ଇନିଂସରେ ୬୧ ୱିକେଟ୍ ହାସଲ କରିଛନ୍ତି । ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ରହିଛି ୬/୩୯ ।

ଟ୍ରେଣ୍ଟ ବୋଲ୍ଟ: ବାମହାତି ପେସର ଟ୍ରେଣ୍ଟ ବୋଲ୍ଟ ଦଳର ଫ୍ରଣ୍ଟଲାଇନ୍‌ ୱିକେଟ୍ ହାସଲକାରୀ ବୋଲର । ସେ ଡେଥ୍‌ ଓଭରରେ ନିଜର ଦ୍ରୁତ ୟର୍କର୍ ସହିତ ମଧ୍ୟ ବ୍ୟାଟରଙ୍କ ପାଇଁ ଆତଙ୍କ ସୃଷ୍ଟି କରିଥାନ୍ତି । ଏପରିକି ଷ୍ଟାର୍ ବ୍ୟାଟରମାନେ ମଧ୍ୟ ବୋଲ୍ଟଙ୍କ ସ୍ବିଙ୍ଗ୍ ବୋଲିଂ ଆଗରେ ହାର ମାନିଥାନ୍ତି । ନ୍ୟୁଜିଲାଣ୍ଡ ପାଇଁ କେନ୍ଦ୍ରୀୟ ଚୁକ୍ତି ପ୍ରତ୍ୟାଖ୍ୟାନ କରିବା ପରେ ମଧ୍ୟ ନ୍ୟୁଜିଲାଣ୍ଡ ଟିମ୍‌ ମ୍ୟାନେଜମେଣ୍ଟ ତାଙ୍କୁ ବିଶ୍ବକପ ପାଇଁ ଦଳରେ ସାମିଲ କରିଛି । ଭାରତୀୟ ପିଚ୍‌ରେ ବୋଲିଂ କରିବାରେ ତାଙ୍କର ମଧ୍ୟ ଅନେକ ଅଭିଜ୍ଞତା ରହିଛି । ୨୦୧୯ ବିଶ୍ବକପ୍ ସେମିଫାଇନାଲରେ ଭାରତ ବିପକ୍ଷରେ ତାଙ୍କର ପ୍ରଦର୍ଶନ କୌଣସି ଭାରତୀୟ ଭୁଲି ପାରିବେନାହିଁ । ବୋଲ୍ଟ ୧୦୪ ଦିନିକିଆ ମ୍ୟାଚରେ ନ୍ୟୁଜିଲାଣ୍ଡ ପାଇଁ ୧୯୭ ୱିକେଟ୍ ହାସଲ କରିଛନ୍ତି । ସେ ୨୦୦ଟି ଦିନିକିଆ ଅନ୍ତର୍ଜାତୀୟ ୱିକେଟ୍ ପୂରଣ କରିବା ଠାରୁ ମାତ୍ର ୩ ୱିକେଟ୍ ଦୂରରେ ଅଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...world Cup 2023: ବାଜି ପଲଟାଇ ପାରନ୍ତି ଶ୍ରୀଲଙ୍କାର ଏହି 5 ଖେଳାଳି, ଜାଣନ୍ତୁ କିଏ

ମିଚେଲ ସାଣ୍ଟନର: ନ୍ୟୁଜିଲାଣ୍ଡର ସ୍ପିନ୍-ବୋଲିଂ ଅଲରାଉଣ୍ଡର ମିଚେଲ ସାଣ୍ଟନର୍ ତାଙ୍କ ବୋଲିଂ ବଳରେ ଏକାକୀ ମ୍ୟାଚ୍‌କୁ ନିଜ ଦଳ ସପକ୍ଷରେ ନେଇଯାଇପାରିବେ ଏବଂ ବ୍ୟାଟିଂରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଇନିଂସ ଖେଳିପାରିବେ । ଭାରତୀୟ ପିଚ୍‌ରେ ସାଣ୍ଟନର୍ ଅଧିକ ବିପଜ୍ଜନକ ହୋଇପାରନ୍ତି । ଆଇପିଏଲ୍ ଅଭିଜ୍ଞତା ଥିବାରୁ ସେ ଭାରତୀୟ ପିଚ୍‌ରେ ବୋଲିଂ କରିବାରେ ମଧ୍ୟ ଅନେକ ଅଭିଜ୍ଞତା ପାଇଛନ୍ତି । ଏହା ବ୍ୟତୀତ ସାଣ୍ଟନର୍ ଦଳ ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ ସମୟରେ ବ୍ୟାଟିଂ କରି ମଧ୍ୟ ଦଳକୁ ମ୍ୟାଚ୍‌ ଜିତାଇଛନ୍ତି । ନ୍ୟୁଜିଲ୍ୟାଣ୍ଡ ପାଇଁ ସେ ୯୪ଟି ମ୍ୟାଚରେ ୯୧ ୱିକେଟ୍ ନେଇଛନ୍ତି । ତାଙ୍କର ବ୍ୟାଟିଂ ଉପରେ ନଜର ପକାଇଲେ ସେ ୩ଟି ଅର୍ଦ୍ଧଶତକ ସହ ୧,୨୫୨ ରନ୍ ସଂଗ୍ରହ କରିଛନ୍ତି ।

ଡେଭନ କନୱେ: ବାମହାତି ୱିକେଟ୍‌-କିପର ଓ ବ୍ୟାଟର ଡେଭନ୍ କନୱେ ମଧ୍ୟ ନ୍ୟୁଜିଲ୍ୟାଣ୍ଡ ପାଇଁ ଜଣେ ପ୍ରମୁଖ ଖେଳାଳି ଭାବେ ଉଭା ହୋଇପାରନ୍ତି । କନୱେ ସାଧାରଣତଃ ପାଳି ଆରମ୍ଭ କରିଥାନ୍ତି ଓ ଆକ୍ରମଣାତ୍ମକ ଭାବେ ଖେଳନ୍ତି । ସେ ବିସ୍ଫୋରକ ଭାବରେ ସ୍ପିନ୍ ବୋଲିଂକୁ ଖେଳି ରନ ସଂଗ୍ରହ କରିଥାନ୍ତି, ଯାହା ତାଙ୍କୁ ଭାରତୀୟ ପିଚ୍‌ରେ ଅଧିକ ରନ୍ ସଂଗ୍ରହ କରିବାରେ ସାହାଯ୍ୟ କରିବ । ଆଇପିଏଲ୍‌ରେ ଚେନ୍ନାଇ ପାଇଁ କନୱେ ଅନେକ ବିସ୍ଫୋରକ ଇନିଂସ ଖେଳିଛନ୍ତି । ଏପର୍ଯ୍ୟନ୍ତ ସେ ନ୍ୟୁଜିଲାଣ୍ଡ ପାଇଁ ୨୨ଟି ଦିନିକିଆ ମ୍ୟାଚ୍‌ ଖେଳି ୮୭୪ ରନ ସଂଗ୍ରହ କରିଛନ୍ତି । ଏଥିରେ ୪ଟି ଶତକ ଏବଂ ୩ ଅର୍ଦ୍ଧଶତକ ସାମିଲ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.