ETV Bharat / sports

ବିଶ୍ବକପ୍‌ ୨୦୨୩: ପୁଣି ଭାଙ୍ଗିଲା କୋଟି ଭାରତୀୟଙ୍କ ସ୍ବପ୍ନ, ଟ୍ରଫି ଛଡ଼ାଇ ନେଲେ ଟ୍ରାଭିସ୍‌ ହେଡ୍‌

author img

By ETV Bharat Odisha Team

Published : Nov 19, 2023, 9:30 PM IST

Updated : Nov 19, 2023, 9:52 PM IST

ଭାଙ୍ଗିଲା କୋଟି କୋଟି ଭାରତୀୟଙ୍କ ସ୍ବପ୍ନ । ବିଶ୍ବକପ୍‌ ୨୦୨୩ରେ ସେମି ପର୍ଯ୍ୟନ୍ତ ଦମଦାର ପ୍ରଦର୍ଶନ କରିବା ସତ୍ତ୍ବେ ଫାଇନାଲ୍‌ରେ ହାର ମାନିଲା ଟିମ୍‌ ଇଣ୍ଡିଆ । ୬ ୱିକେଟ୍‌ରେ ଫାଇନାଲ୍‌ ମ୍ୟାଚ୍‌ ଜିତିବା ସହ ରେକର୍ଡ ୬ଷ୍ଠ ଥର ପାଇଁ ବିଶ୍ବ ଚମ୍ପିଆନ୍‌ ହୋଇଛି ଅଷ୍ଟ୍ରେଲିଆ । ଅଧିକ ପଢ଼ନ୍ତୁ

ଭାରତକୁ ୬ ୱିକେଟ୍‌ରେ ହରାଇଲା ଅଷ୍ଟ୍ରେଲିଆ
ଭାରତକୁ ୬ ୱିକେଟ୍‌ରେ ହରାଇଲା ଅଷ୍ଟ୍ରେଲିଆ

ଅହମ୍ମଦାବାଦ: ପୁଣି ଭାଙ୍ଗିଲା ବିଶ୍ବକପ୍‌ ଜିତିବା ସ୍ବପ୍ନ । ଅନ୍ତ ହେଲାନି ଅପେକ୍ଷା । ସର୍ବଶ୍ରେଷ୍ଠ ଭାରତୀୟ ଦଳଠାରୁ ଟ୍ରଫି ଛଡ଼ାଇନେଲେ କଙ୍ଗାରୁ ବ୍ୟାଟର । ବିଶ୍ବକପ୍‌ ୨୦୨୩ରେ ସେମିଫାଇନାଲ୍‌ ପର୍ଯ୍ୟନ୍ତ ଅପରାଜିତ ଥିବା ଟିମ୍‌ ଇଣ୍ଡିଆକୁ ଫାଇନାଲ୍‌ରେ ମାତ୍‌ ଦେଲା ଅଷ୍ଟ୍ରେଲିଆ । ସମସ୍ତ ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରିବା ପରେ ଫାଇନାଲ୍‌ରେ ହାର ମାନିଲେ ଭାରତୀୟ ଖେଳାଳି । ବିଶ୍ବକପ୍‌ ୨୦୨୩ ଫାଇନାଲ୍‌ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ୨୪୦ ରନ କରିଥିଲା । ଜବାବରେ ଟ୍ରାବିସ ହେଡ୍‌ଙ୍କ ଦମଦାର ଶତକ ଓ ଲାବୁସାନେଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ଅଷ୍ଟ୍ରେଲିଆ ଫାଇନାଲ୍‌ ମ୍ୟାଚ୍‌କୁ ୬ ୱିକେଟ୍‌ରେ ଜିତି ନେଇଛି । ଏହି ବିଜୟ ସହ ରେକର୍ଡ ୬ଷ୍ଠ ଥର ପାଇଁ ବିଶ୍ବ ଚମ୍ପିଆନ ହୋଇଛି ଅଷ୍ଟ୍ରେଲିଆ ।

ଭାରତ ବ୍ୟାଟିଂ: ଫାଇନାଲ୍‌ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ପାଇଁ ଆହ୍ବାନ ଦେଇଥିଲା ଅଷ୍ଟ୍ରେଲିଆ । ଜବାବରେ ଚିରାଚରିତ ଢଙ୍ଗରେ ଆକ୍ରାମକ ଖେଳି ଭାରତକୁ ଭଲ ଆରମ୍ଭ ଦେଇଥିଲେ ଅଧିନାୟକ ରୋହିତ ଶର୍ମା । ହେଲେ ଦଳକୁ ଅନ୍ୟତମ ଯୁବ ଓପନର ଶୁଭମନ ଗିଲ୍‌ଙ୍କ ସାଥ୍‌ ମିଳିନଥିଲା । କେବଳ ୪ ରନ କରି ଆଉଟ୍‌ ହୋଇଥିଲେ ଗିଲ୍‌ । ଏହାପରେ ବିରାଟ କୋହଲି ମଧ୍ୟ ଦମଦାର ଆରମ୍ଭ କରିଥିଲେ । ଅନ୍ୟପଟେ ୩୧ ବଲରୁ ୪୭ ରନର ପାଳି ଖେଳି ଆଉଟ୍‌ ହୋଇଯାଇଥିଲେ ରୋହିତ ଶର୍ମା । ଏହାପରେ ଶ୍ରେୟସ ଆୟର କେବଳ ୪ ରନ କରିବାରେ ସକ୍ଷମ ହୋଇଥିଲେ । ବିରାଟ କୋହଲି ଓ କେଏଲ୍‌ ରାହୁଲ ଦଳକୁ କଠିନ ପରିସ୍ଥିତିରୁ ମୁକୁଳାଇବାରେ କିଛିଟା ସକ୍ଷମ ହୋଇଥିଲେ । ହେଲେ ୫୪ ରନ୍‌ର ଗୁରୁତ୍ବପୂର୍ଣ୍ଣ ପାଳି ଖେଳି ଆଉଟ୍‌ ହୋଇଥିଲେ କୋହଲି । ଏହାପରେ ଦୀର୍ଘ ସମୟ ପଡ଼ିଆରେ ସଙ୍ଘର୍ଷ କରି ଭାରତ ପାଇଁ ସର୍ବାଧିକ ୬୬ ରନର ପାଳି ଖେଳିଥିଲେ ରାହୁଲ । ଅନ୍ୟମାନଙ୍କ ମଧ୍ୟରେ ସୂର୍ଯ୍ୟକୁମାର ଯାଦବ ୧୮ ଓ କୁଲଦୀପ ଯାଦବ ୧୦ ରନ କରିଥିଲେ । ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ । ଫଳରେ ନିର୍ଦ୍ଧାରିତ ୫୦ ଓଭରରେ ୨୪୦ ରନରେ ଅଲ୍‌ଆଉଟ୍‌ ହୋଇଥିଲା ଭାରତ ।

The winning moment 🤩 🇦🇺#CWC23 #INDvAUS pic.twitter.com/6p4R3g7H2o

— ICC Cricket World Cup (@cricketworldcup) November 19, 2023

ଅଷ୍ଟ୍ରେଲିଆ ବୋଲିଂ: ଅଷ୍ଟ୍ରେଲିଆ ପକ୍ଷରୁ ଚିରାଚରିତ ଭାବେ ବଡ଼ ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଫାଇନାଲ୍‌ରେ ଦଳର ବୋଲିଂ ବିଭାଗ ବେଶ ଶୃଙ୍ଖଳିତ ବୋଲିଂ କରିଥିଲେ । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ସେତେ ଭଲ ପ୍ରଦର୍ଶନ କରିପାରିନଥିବା ଅଷ୍ଟ୍ରେଲିଆର ଷ୍ଟାର ବୋଲର ମିଚେଲ୍‌ ଷ୍ଟାର୍କ ଆଜି ଦଳ ପାଇଁ ସର୍ବାଧିକ ୩ ୱିକେଟ୍‌ ହାସଲ କରିଥିଲେ । ଜୋଶ ହାଜଲେଉଡ୍‌ ଓ ଅଧିନାୟକ ପ୍ୟାଟ୍‌ କମିନ୍ସ ୨ଟି ଲେଖାଏଁ ୱିକେଟ୍‌ ନେଇଥିବାବେଳେ ସ୍ପିନର ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ଓ ଆଡାମ ଜାମ୍ପା ଆଜି ଗୋଟିଏ ଲେଖାଏଁ ସଫଳତା ପାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବକପ୍‌ ୨୦୨୩ ଫାଇନାଲ୍‌: କଙ୍ଗାରୁ ଫାଶରେ ଫସିଲେ ଭାରତୀୟ ବ୍ୟାଟର, ଅଷ୍ଟ୍ରେଲିଆକୁ ୨୪୧ ଟାର୍ଗେଟ୍‌

ଅଷ୍ଟ୍ରେଲିଆ ବ୍ୟାଟିଂ: ଅଷ୍ଟ୍ରେଲିଆକୁ ଦ୍ବିତୀୟ ଓଭରର ପ୍ରଥମ ବଲରେ ପ୍ରଥମ ଝଟ୍‌କା ଦେଇଥିଲେ ମହମ୍ମଦ ଶାମି । ସେ ଡେଭିଡ୍‌ ୱାର୍ଣ୍ଣରଙ୍କୁ ଆଉଟ୍‌ କରି ପାଭିଲିୟନ ଫେରାଇଥିଲେ । ଏହା ସତ୍ତ୍ବେ ମିଚେଲ୍‌ ମାର୍ଶ ଓ ଟ୍ରାଭିସ୍‌ ହେଡ୍‌ ଦଳର ସ୍କୋରବୋର୍ଡକୁ ଦୃତ ଗତିରେ ଆଗକୁ ନେଇଥିଲେ । ଦଳୀୟ ସ୍କୋର ୪୧ ରନ ହୋଇଥିବାବେଳେ ମିଚେଲ୍‌ ମାର୍ଶ ୧୫ ରନ କରି ଆଉଟ୍‌ ହୋଇଥିଲେ । ଏହାପରେ ତୁରନ୍ତ କେବଳ ୪ ରନ କରି ଷ୍ଟିଭ୍‌ ସ୍ମିଥ୍‌ ମଧ୍ୟ ଆଉଟ୍‌ ହୋଇଥିଲେ । କେବଳ ୪୭ ରନ୍‌ରେ ୩ ବହୁମୂଲ୍ୟ ୱିକେଟ୍‌ ହରାଇଥିବା ଅଷ୍ଟ୍ରେଲିଆକୁ ସଙ୍କଟରୁ ଉଦ୍ଧାର କରିଥିଲେ ଟ୍ରାଭିସ ହେଡ୍‌ ଓ ମାର୍ନସ ଲାବୁସାନେ । ଉଭୟ ଧୈର୍ଯ୍ୟପୂର୍ଣ୍ଣଭାବେ ବ୍ୟାଟିଂ କରି ଦଳକୁ ବିଜୟ ଦ୍ବାରକୁ ନେଇଥିଲେ । ଟ୍ରାଭିସ୍‌ ହେଡ୍‌ ଫାଇନାଲ୍‌ ଭଳି ବଡ଼ ମ୍ୟାଚ୍‌ରେ ଦମଦାର ଶତକୀୟ ପାଳି ଖେଳିଥିଲେ । ସେ ୧୨୦ ବଲରୁ ୪ ଛକା ଓ ୧୫ ଚୌକା ବଳରେ ୧୩୭ ରନର ପାଳି ଖେଳି ଦଳକୁ ଚମ୍ପିଆନ୍‌ କରିବାରେ ପ୍ରମୁଖ ଭୂମିକା ନିଭାଇଥିଲେ । ଅନ୍ୟପଟେ ଲାବୁସାନେ ୧୧୦ ବଲରୁ ୪ ଚୌକା ବଳରେ ଗୁରୁତ୍ବପୂର୍ଣ୍ଣ ୫୮ ରନ୍‌ର ପାଳି ଖେଳି ଦଳକୁ ବିଜୟୀ କରାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବକପ୍‌ ୨୦୨୩ ଫାଇନାଲ୍‌: ରଙ୍ଗୀନ ହେଲା ବିଶ୍ବର ସବୁଠାରୁ ବଡ଼ ଷ୍ଟାଡିୟମ, ଦର୍ଶକଙ୍କ ମନ ମୋହିଲା ଲେଜର ଲାଇଟ୍‌ ଶୋ'

ଭାରତ ବୋଲିଂ: ଭାରତର ବୋଲିଂ ଆଟାକ୍‌ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ସର୍ବଶ୍ରେଷ୍ଠ ପ୍ରମାଣିତ ହୋଇଥିଲେ । ହେଲେ ଫାଇନାଲ୍‌ ଭଳି ବଡ଼ ମ୍ୟାଚ୍‌ରେ ନିଜକୁ ପ୍ରମାଣିତ କରିବାରେ ବିଫଳ ହୋଇଥିଲେ ଭାରତୀୟ ବୋଲର । ଆଜିର ମ୍ୟାଚ୍‌ରେ ସ୍ପିଡ୍‌ଷ୍ଟାର ଯଶପ୍ରୀତ ବୁମ୍‌ରା ସର୍ବାଧିକ ୨ ୱିକେଟ୍‌ ଅକ୍ତିଆର କରିଥିବାବେଳେ ମହମ୍ମଦ ଶାମି ଓ ମହମ୍ମଦ ସିରାଜଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 19, 2023, 9:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.