ETV Bharat / sports

Cricket World Cup 2023: ୨୮୬ରେ ଅଷ୍ଟ୍ରେଲିଆ ପାଳି ଶେଷ, ସେମି ରେସ୍‌ ପାଇଁ ଇଂଲଣ୍ଡ ଆଗରେ ଲକ୍ଷ୍ୟ ୨୮୭

author img

By ETV Bharat Odisha Team

Published : Nov 4, 2023, 6:11 PM IST

ଇଂଲଣ୍ଡ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ୨୮୬ ରନରେ ପାଳି ଶେଷ କଲା ଅଷ୍ଟ୍ରେଲିଆ । ସେମିଫାଇନାଲ୍‌ ରେସ୍‌ରେ ସାମିଲ ରହିବା ପାଇଁ ଇଂଲଣ୍ଡ ଆଗରେ ୨୮୭ ରନ୍‌ ଟାର୍ଗେଟ । ଅଧିକ ପଢ଼ନ୍ତୁ

England need 287 runs to win
ଇଂଲଣ୍ଡ ଆଗରେ ଲକ୍ଷ୍ୟ ୨୮୭

ଅହମ୍ମଦାବାଦ: ବିଶ୍ବକପ୍‌ ୨୦୨୩ରେ ଆଜିର ଦ୍ବିତୀୟ ମ୍ୟାଚ୍‌ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୪୯.୩ ଓଭରରେ ୨୮୬ ରନରେ ଅଲ୍‌ଆଉଟ୍‌ ହୋଇଛି । କ୍ରିସ ୱକ୍ସ ୯.୩ ଓଭର ବୋଲିଂ କରି ୫୪ ରନ ବ୍ୟୟରେ ସର୍ବାଧିକ ୪ ୱିକେଟ୍‌ ହାସଲ କରିଥିବାବେଳେ ଅଷ୍ଟ୍ରେଲିଆ ପକ୍ଷରୁ ମାର୍ନସ ଲାବୁସାନେ ସର୍ବାଧିକ ୭୧ ରନ ସଂଗ୍ରହ କରିଛନ୍ତି । ଜବାବରେ ଇଂଲଣ୍ଡକୁ ସେମିଫାଇନାଲ ରେସ୍‌ରେ ରହିବାକୁ ହେଲେ ୨୮୭ ରନ ଆବଶ୍ୟକ ।

ଅଷ୍ଟ୍ରେଲିଆ ବ୍ୟାଟିଂ: ଟସ୍‌ ଜିତି ପ୍ରଥମେ ଅଷ୍ଟ୍ରେଲିଆକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ ଇଂଲଣ୍ଡ ଅଧିନାୟକ ଜୋସ ବଟଲର । ଦଳର ବୋଲରମାନେ ମଧ୍ୟ ଏହି ନିଷ୍ପତ୍ତିକୁ ସଠିକ ପ୍ରମାଣିତ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଦୁଇ ଓପନର ଟ୍ରାଭିସ ହେଡ୍‌ ଓ ଡେଭିଡ୍‌ ୱାର୍ଣ୍ଣର ଯଥାକ୍ରମେ ୧୧ ଓ ୧୫ ରନ କରି ଆଉଟ୍‌ ହୋଇଥିଲେ । ଷ୍ଟିଭ୍‌ ସ୍ମିଥ ଓ ମାର୍ନସ ଲାବୁସାନେଙ୍କ ମଧ୍ୟରେ ଏକ ଦୃଢ଼ ଭାଗିଦାରୀ ଦେଖିବାକୁ ମିଳିଥିଲେ ହେଁ ସ୍ମିଥ୍‌ କେବଳ ୪୪ ରନ କରିବାରେ ସକ୍ଷମ ହୋଇଥିଲେ । ଦଳ ପାଇଁ ମାର୍ନସ ଲାବୁସାନେ ସର୍ବାଧିକ ୭୧ ରନ କରି ଆଉଟ୍‌ ହୋଇଥିଲେ । କାମେରନ ଗ୍ରୀନ ୪୭ ରନ କରିଥିବାବେଳେ ତାଙ୍କୁ ପାଭିଲିୟନ ଫେରାଇଥିଲେ ଡେଭିଡ ୱିଲି । ଅନ୍ୟମାନଙ୍କ ମଧ୍ୟରେ ମାର୍କସ ଷ୍ଟୋଇନିସ (୩୫)ଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟର ୩୦ ରନ କରିବାରେ ସକ୍ଷମ ହୋଇନଥିଲେ । ଫଳରେ ୪୯.୩ ଓଭରରେ ୨୮୬ ରନ ପାଇଁ ସମସ୍ତ ୱିକେଟ୍‌ ହରାଇଛି ଅଷ୍ଟ୍ରେଲିଆ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ପାକ୍‌ ବୋଲରଙ୍କୁ ଧୋଇଦେଲେ କିୱି ବ୍ୟାଟର, ପାକିସ୍ତାନ ଆଗରେ ବିଶାଳ ୪୦୨ ରନ୍‌ ଟାର୍ଗେଟ୍‌

ଇଂଲଣ୍ଡ ବୋଲିଂ: ଇଂଲଣ୍ଡ ପକ୍ଷରୁ ମିଶ୍ରିତ ବୋଲିଂ ଓ ଫିଲ୍ଡିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଦଳ ପକ୍ଷରୁ କ୍ରିସ୍‌ ୱକ୍ସ ୯.୩ ଓଭର ବୋଲିଂ କରି ୫୪ ରନ ବ୍ୟୟରେ ସର୍ବାଧିକ ୪ ୱିକେଟ୍‌ ହାସଲ କରିଛନ୍ତି । ମାର୍କ ଉଡ୍‌ ଓ ଆଦିଲ ରସିଦଙ୍କୁ ୨ଟି ଲେଖାଏଁ ସଫଳତା ମିଳିଥିବାବେଳେ ଡେଭିଡ ୱିଲି ଓ ଲିଆମ ଲିଭିଙ୍ଗଷ୍ଟୋନ ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ । ମୋଇନ ଅଲ୍ଲୀ ୪ ଓଭରରୁ ୨୮ ରନ ବ୍ୟୟ କରିଥିବାବେଳେ ତାଙ୍କୁ ଆଜି କୌଣସି ସଫଳତା ମିଳିନଥିଲା । ତେବେ ସେମିଫାଇନାଲ ରେସ୍‌ରେ ରହିବାକୁ ହେଲେ ଇଂଲଣ୍ଡ ଆଗରେ ୨୮୭ ରନର ବିଜୟ ଲକ୍ଷ୍ୟ ରହିଛି ।

  • " class="align-text-top noRightClick twitterSection" data="">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.