ETV Bharat / sports

Cricket World Cup 2023: ବିଶ୍ବକପ୍‌ ବିପର୍ଯ୍ୟୟରେ କପିଲ ଦେବଙ୍କ ୩୬ ବର୍ଷର ରେକର୍ଡ ଭାଙ୍ଗିଲେ ଡଚ୍‌ କ୍ୟାପ୍ଟେନ୍‌ - ବିଶ୍ବକପ୍‌ ୨୦୨୩

ବିଶ୍ବକପ୍‌ ୨୦୨୩ରେ ମଙ୍ଗଳବାର ଦକ୍ଷିଣ ଆଫ୍ରିକାକୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଥିଲା ନେଦରଲ୍ୟାଣ୍ଡ । ଏହି ମ୍ୟାଚ୍‌ରେ ୭୮ ରନର ବିସ୍ଫୋରକ ପାଳି ଖେଳି କପିଲ ଦେବଙ୍କ ୩୬ ବର୍ଷର ରେକର୍ଡ ଭାଙ୍ଗିଛନ୍ତି ଡଚ୍‌ କ୍ୟାପ୍ଟେନ୍‌ ସ୍କଟ୍‌ ଏଡ୍‌ୱାର୍ଡ୍ସ । ଅଧିକ ପଢ଼ନ୍ତୁ

ବିଶ୍ବକପ୍‌ ବିପର୍ଯ୍ୟୟରେ କପିଲ ଦେବଙ୍କ ରେକର୍ଡ ଭାଙ୍ଗିଲେ ସ୍କଟ୍‌ ଏଡ୍‌ୱାର୍ଡ୍ସ

author img

By ETV Bharat Odisha Team

Published : Oct 18, 2023, 7:25 PM IST

ଧର୍ମଶାଳା: ବିଶ୍ବକପ୍‌ ୨୦୨୩ରେ କ୍ରମାଗତ ଦୁଇ ଦୁଇଟି ବିପର୍ଯ୍ୟୟ ଦେଖିବାକୁ ମିଳିଛି । ପ୍ରଥମେ ଡିଫେଣ୍ଡିଂ ଚମ୍ପିଆନ୍‌ ଇଂଲଣ୍ଡକୁ ଆଫଗାନିସ୍ତାନ ମାତ ଦେବାପରେ ମଙ୍ଗଳବାର ହିମାଚଳ ପ୍ରଦେଶର ଧର୍ମଶାଳା ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ହରାଇ ଦ୍ବିତୀୟ ବିପର୍ଯ୍ୟୟ ସୃଷ୍ଟି କରିଛି ନେଦରଲ୍ୟାଣ୍ଡ । ଏହି ମ୍ୟାଚ୍‌ରେ ଟେମ୍ବା ବାଭୁମାଙ୍କ ଦକ୍ଷିଣ ଆଫ୍ରିକାକୁ ୩୮ ରନରେ ମାତ୍‌ ଦେଇଥିଲା ସ୍କଟ୍‌ ଏଡୱାର୍ଡ୍ସଙ୍କ ନେଦରଲ୍ୟାଣ୍ଡ । ବର୍ଷା ବ୍ୟାଘାତ କାରଣରୁ ୪୩ ଓଭର ଲେଖାଏଁ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ନେଦରଲ୍ୟାଣ୍ଡ । ହେଲେ ଅଧିନାୟକ ସ୍କଟ୍‌ ଏଡ୍‌ୱାର୍ଡ୍ସଙ୍କ ୭୮ ରନର ଧୈର୍ଯ୍ୟପୂର୍ଣ୍ଣ ପାଳି ଦଳକୁ ଏକ ଚ୍ୟାଲେଞ୍ଜିଂ ସ୍କୋରରେ ପହଞ୍ଚାଇଥିଲା । ଯାହା ତାଙ୍କ ଦଳର ବିଜୟରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା ।

ତେବେ ଇନ୍‌-ଫର୍ମ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୭୮ ରନର ବିସ୍ଫୋରକ ପାଳି ଖେଳି ବିଶ୍ବକପ୍‌ ବିଜୟୀ ଭାରତୀୟ ଅଧିନାୟକ କପିଲ ଦେବଙ୍କ ରେକର୍ଡକୁ ପଛରେ ପକାଇ ଦେଇଛନ୍ତି ଡଚ୍‌ ଅଧିନାୟକ ସ୍କଟ୍‌ ଏଡ୍‌ୱାର୍ଡ୍ସ । ଅଧିନାୟକ ଭାବେ ୭ ନମ୍ବରରେ ବ୍ୟାଟିଂ କରିବାକୁ ଆସି କପିଲ ଦେବ ୧୯୮୭ ବିଶ୍ବକପ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୭୨ ରନ୍‌ ସ୍କୋର କରିଥିଲେ । ଅଧିନାୟକ ଭାବେ ୭ ନମ୍ବରରେ ବ୍ୟାଟିଂ କରିବାକୁ ଆସି ୭୮ ରନ କରି କପିଲ ଦେବଙ୍କୁ ପଛରେ ପକାଇଛନ୍ତି ନେଦରଲ୍ୟାଣ୍ଡ ଅଧିନାୟକ । ଏହି ସୂଚୀରେ ଶୀର୍ଷରେ ରହିଛନ୍ତି ଅଷ୍ଟ୍ରେଲିଆର ନାଥନ କଲଟର୍‌ନାଇଲ୍‌ । ସେ ୨୦୧୯ ବିଶ୍ବକପ୍‌ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୬୦ ବଲରୁ ୯୨ ରନର ଧୂଆଁଧାର ପାଳି ଖେଳିଥିଲେ । ଅନ୍ୟପଟେ ମଙ୍ଗଳବାର ସ୍କଟ୍‌ ଏଡ୍‌ୱାର୍ଡ୍ସଙ୍କ ପାଳି ତାଙ୍କ ଦଳକୁ ଚଳିତ ବିଶ୍ବକପ୍‌ରେ ଏକ ଦମଦାର ବିଜୟ ହାସଲ କରିବାରେ ସହାୟକ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ବିଶ୍ବକପ୍‌ରେ ପୁଣି ବିପର୍ଯ୍ୟୟ, ଦକ୍ଷିଣ ଆଫ୍ରିକାକୁ ୩୮ ରନରେ ହରାଇଲା ନେଦରଲ୍ୟାଣ୍ଡ

ବିଶ୍ବକପ୍‌ରେ ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ପ୍ରାଇମ୍‌ ଫର୍ମରେ ରହିଥିବା ଦକ୍ଷିଣ ଆଫ୍ରିକାର ବିଜୟ ରଥକୁ ଅଟକାଇବାରେ ସଫଳ ହୋଇଛି ନେଦରଲ୍ୟାଣ୍ଡ । ଏହା ସହିତ ବିଶ୍ବକପ୍‌ ଇତିହାସରେ ତୃତୀୟ ବିଜୟ ହାସଲ କରିଛି ଡଚ୍‌ ଦଳ । ଏହାପରେ ନିଜ ଦଳର ବିଜୟୀ ପ୍ରଦର୍ଶନକୁ ନେଇ ଦଳର ଅଧିନାୟକ ସ୍କଟ୍‌ ଏଡ୍‌ୱାର୍ଡ୍ସ ବେଶ ଗର୍ବିତ ଓ ଖୁସି ଥିବା କହିଛନ୍ତି । ସେ କହିଛନ୍ତି, "ଆମେ ଏହି ବିଜୟକୁ ନେଇ ବେଶ ଗର୍ବିତ । ବହୁତ ଆଶା ନେଇ ଆମେ ବିଶ୍ବକପ୍‌କୁ ଆସିଛୁ । ଆମ ପାଖରେ ବହୁତ ଭଲ ଖେଳାଳି ରହିଛନ୍ତି । ଏହି ବିଶ୍ବକପ୍‌ରେ ପ୍ରଥମ ବିଜୟ ପାଇ ସମସ୍ତେ ବେଶ ଖୁସି । ତେବେ ଆଉ କିଛି ବିଜୟ ପାଇବା ପାଇଁ ମଧ୍ୟ ସମସ୍ତେ ଆଶା କରିଛୁ । ଆମ ପ୍ରଦର୍ଶନ ଓ ତ୍ରୁଟିକୁ ନେଇ ଆମେ କିଛି ସମୀକ୍ଷା କରିଛୁ । ଆବଶ୍ୟକ ଅନୁସାରେ କିଛି ପରିବର୍ତ୍ତନ ମଧ୍ୟ କରିଛୁ । ହେଲେ ଏହା କେତେବେଳେ କାମ ଦେଇଥାଏ ତ କେତେବେଳେ କାମ ଦେଇନଥାଏ । ତେବେ ଏହି ବିଜୟ ପାଇଁ ବହୁତ ଖୁସି ଅଛୁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.