ETV Bharat / sports

Cricket World Cup 2023: ଅସଲଙ୍କାଙ୍କ ଦମଦାର ଶତକ, ବାଂଲାଦେଶ ଆଗରେ ୨୮୦ ଟାର୍ଗେଟ୍‌

author img

By ETV Bharat Odisha Team

Published : Nov 6, 2023, 6:06 PM IST

Updated : Nov 6, 2023, 6:17 PM IST

ଜାରି ରହିଥିବା ବିଶ୍ବକପ୍‌ ୨୦୨୩ରେ ଦିଲ୍ଲୀର ଅରୁଣ ଜେଟ୍‌ଲୀ (କୋଟ୍‌ଲା) ଷ୍ଟାଡିୟମରେ ସୋମବାର ମୁହାଁମୁହିଁ ହୋଇଛନ୍ତି ଶ୍ରୀଲଙ୍କା ଓ ବାଂଲାଦେଶ । ତେବେ ପ୍ରଥମେ ବ୍ୟାଟିଂ କରି ଚରିଥ ଅସଲଙ୍କାଙ୍କ ଦମଦାର ଶତକ ବଳରେ ୨୭୯ ରନ କରିଛି ଶ୍ରୀଲଙ୍କା । ବିଜୟ ପାଇଁ ବାଂଲାଦେଶ ଆଗରେ ୨୮୦ ରନର ଟାର୍ଗେଟ ରହିଛି । ଅଧିକ ପଢ଼ନ୍ତୁ

ବାଂଲାଦେଶ ଆଗରେ ୨୮୦ ଟାର୍ଗେଟ୍‌
ଅସଲଙ୍କାଙ୍କ ଦମଦାର ଶତକ

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷରେ ଚରିଥ ଅସଲଙ୍କାଙ୍କ ଦମଦାର ଶତକ । ଦିଲ୍ଲୀର ଅରୁଣ ଜେଟ୍‌ଲୀ (କୋଟ୍‌ଲା) ଷ୍ଟାଡିୟମରେ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଚରିଥ ଅସଲଙ୍କାଙ୍କ ଧୈର୍ଯ୍ୟପୂର୍ଣ୍ଣ ଶତକ ବଳରେ ଶ୍ରୀଲଙ୍କା ୨୭୯ ରନ୍‌ର ଲଢ଼ୁଆ ସ୍କୋର କରିଛି । ନିମ୍ନକ୍ରମ ବ୍ୟାଟରଙ୍କ ବିଫଳତା କାରଣରୁ ୪୯.୩ ଓଭରରେ ୨୭୯ ରନ ପାଇଁ ଅଲ୍‌ଆଉଟ୍‌ ହୋଇଛି ଶ୍ରୀଲଙ୍କା । ବାଂଲାଦେଶ ପକ୍ଷରୁ ତାଞ୍ଜିମ ହାସନ ସାକିବ୍‌ ୩ ୱିକେଟ୍‌ ସଫଳତା ହାସଲ କରିଛନ୍ତି । ଚମ୍ପିଆନ୍ସ ଟ୍ରଫି ପାଇଁ ଦୌଡ଼ରେ ରହିବାକୁ ହେଲେ ବାଂଲାଦେଶ ଆଗରେ ନିର୍ଦ୍ଧାରିତ ୫୦ ଓଭରରେ ୨୮୦ ରନର ଟାର୍ଗେଟ ରହିଛି ।

ଶ୍ରୀଲଙ୍କା ବ୍ୟାଟିଂ: ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କାକୁ ପ୍ରଥମ ଓଭରରେ ହିଁ ପ୍ରଥମ ଝଟ୍‌କା ଲାଗିଥିଲା । ଓପନର କୁସଲ ପେରେରା କେବଳ ୪ ରନ କରି ଆଉଟ୍‌ ହୋଇଥିଲେ । ଏହାପରେ ପଥୁମ ନିଶଙ୍କା ଓ ଅଧିନାୟକ କୁସଲ ମେଣ୍ଡିସ୍‌ଙ୍କ ମଧ୍ୟରେ ୬୧ ରନର ଦୃଢ଼ ଭାଗିଦାରୀ ଗଢ଼ି ଉଠିଥିଲା । ମେଣ୍ଡିସ୍‌ ୧୯ ରନ କରି ଆଉଟ୍‌ ହେବାପରେ ୪୧ ରନ କରିଥିବା ନିଶଙ୍କା ଆଉଟ୍‌ ହୋଇଯାଇଥିଲେ । ଚରିଥ ଅସଲଙ୍କା ଓ ସଦୀରା ସମରବିକ୍ରମା ଦଳୀୟ ପାଳିକୁ ଆଗକୁ ବଢ଼ାଇଥିଲେ । ସମରବିକ୍ରମା ୪୧ ରନର ଉପଯୋଗୀ ପାଳି ଖେଳି ଆଉଟ୍‌ ହେବାପରେ ନାଟକୀୟ ଢଙ୍ଗରେ ଟାଇମ୍‌ ଆଉଟ୍‌ ହୋଇଥିଲେ ଦଳର ଭେଟେରାନ ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସ । ଧନଞ୍ଜୟ ଡି ସିଲ୍‌ଭା (୩୪) ଓ ମହୀଶ ତୀକ୍ଷାଣା (୨୨) ଅସଲଙ୍କାଙ୍କ ସହ କିଛି ସମୟ ଦଳୀୟ ସ୍କୋରବୋର୍ଡକୁ ଗତି ଦେଇ ଆଉଟ୍‌ ହୋଇଥିଲେ । ଅସଲଙ୍କା ୧୦୫ ବଲରୁ ୬ ଚୌକା ଓ ୫ ଛକା ବଳରେ ୧୦୮ ରନର ଦମଦାର ପାଳି ଖେଳି ଦଳୀୟ ସ୍କୋରକୁ ୨୭୯ ପର୍ଯ୍ୟନ୍ତ ପହଞ୍ଚାଇବାରେ ସକ୍ଷମ ହୋଇଥିଲେ । ନିମ୍ନକ୍ରମ ବ୍ୟାଟରଙ୍କ ବିଫଳତା କାରଣରୁ ଦଳ ୪୯.୩ ଓଭରରେ ଅଲ୍‌ଆଉଟ୍‌ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...World Cup 2023: ଆଜି ଶ୍ରୀଲଙ୍କା-ବାଂଲାଦେଶ ମୁକାବିଲା, କାହାକୁ ମିଳିବ ଚମ୍ପିଆନ୍ସ ଟ୍ରଫି ଟିକେଟ୍‌ ?

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ୧୪୬ବର୍ଷ କ୍ରିକେଟ ଇତିହାସରେ ପ୍ରଥମ, Timed Out ହେଲେ ମାଥ୍ୟୁସ

ବାଂଲାଦେଶ ବୋଲିଂ: ବାଂଲାଦେଶ ପକ୍ଷରୁ ମିଶ୍ରିତ ବୋଲିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଦଳ ପକ୍ଷରୁ ତାଞ୍ଜିମ ହାସନ ସାକିବ୍‌ ଯଦିଓ ସର୍ବାଧିକ ୩ ୱିକେଟ୍‌ ସଫଳତା ହାସଲ କରିଥିଲେ, ସେ ମଧ୍ୟ ସର୍ବାଧିକ ୮୦ ରନ ବ୍ୟୟ କରି ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଶୋରିଫୁଲ ଇସ୍‌ଲାମ୍‌ ଓ ଅଧିନାୟକ ଶାକିବ୍‌ ଅଲ୍‌ ହାସନ୍‌ ୨ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିବାବେଳେ ମେହିଡି ହାସନ ମିରାଜ ଗୋଟିଏ ୱିକେଟ୍‌ ନେଇଥିଲେ ।

  • " class="align-text-top noRightClick twitterSection" data="">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 6, 2023, 6:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.