ETV Bharat / sports

World Cup semifinal: ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ସେମି ଟକ୍କର, ପ୍ରଥମଥର ଫାଇନାଲ ପ୍ରବେଶ ଲକ୍ଷ୍ୟରେ ପ୍ରୋଟିଆଜ ଟିମ

ବିଶ୍ବକପ ଫାଇନାଲରେ ପ୍ରବେଶ କରିବାକୁ ଆଜି ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ଜୋରଦାର ଫାଇଟ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Nov 16, 2023, 10:53 AM IST

Australia vs South Africa
Australia vs South Africa

କୋଲକାତା: ଆଇସିସି ପୁରୁଷ ବିଶ୍ବକପରେ ଆଜି ରହିଛି ଦ୍ବିତୀୟ ସେମି ମୁକାବିଲା । ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା । ଫାଇନାଲରେ ପ୍ରବେଶ ପାଇଁ ଦୁଇ ଦଳ ମଧ୍ୟରେ ଆଜି ଜୋରଦାର ଲଢେଇ ହେବ । ପ୍ରଥମ ସେମିରେ ବିଜୟୀ ହୋଇ ଭାରତ ଫାଇନାଲରେ ପ୍ରବେଶ କରିଥିବା ବେଳେ କେଉଁ ଦଳ ଭାରତକୁ ଫାଇନାଲରେ ଭେଟିବ ତା ଉପରେ ସମସ୍ତଙ୍କ ନଜର। ଚାରି ଦିନର ଅଭ୍ୟାସ ପରେ ପୁରା ରଣନୀତି ସହ ପଡିଆକୁ ଓହ୍ଳାଇବେ ଦୁଇ ଦଳ। ଆଉ ମାତ୍ର କିଛି ସମୟର ଅପେକ୍ଷା । କୋଲକାତା ଇଡେନ ଗାର୍ଡେନ ଷ୍ଟାଡିୟମରେ ଅପରାହ୍ନରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ଆରମ୍ଭ ହୋଇଯିବ ମ୍ୟାଚ ।

ଅଷ୍ଟ୍ରେଲିଆ ଟିମ୍‌ 5 ଥର ବିଶ୍ବକପ ଟ୍ରଫି ହାତେଇ ଥିବା ବେଳେ ଷଷ୍ଠଥର ହାତେଇବାକୁ ମଧ୍ୟ ଆଶା ରଖିଛି । ତେଣୁ ସେମିରେ ଦକ୍ଷିଣ ଆଫ୍ରିକାକୁ ହରାଇବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଳାଇବେ କଙ୍ଗାରୁ ଟିମ । ସେହିପରି ଲିଗ୍‌ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠାରୁ ପରାଜିତ ହୋଇଥିବାରୁ ଆଜି ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି । ସେପଟେ ଦକ୍ଷିଣ ଆଫ୍ରିକା ଫାଇନାଲ ଖେଳିବାକୁ ବ୍ୟାକୁଳ ହୋଇ ରହିଛି । ଆଜି ପର୍ଯ୍ୟନ୍ତ କୌଣସି ବିଶ୍ବକପରେ ଫାଇନାଲ ଖେଳିବାର ସୁଯୋଗ ପାଇନାହିଁ ପ୍ରୋଟିଆଜ ଟିମ୍‌ । ତେଣୁ ଆଜି କଙ୍ଗାରୁ ଟିମକୁ ହରାଇ ପ୍ରଥମ ଥର ଫାଇନାଲରେ ପ୍ରବେଶ କରିବା ଲକ୍ଷ୍ୟ ରଖିଛି ଦକ୍ଷିଣ ଆଫ୍ରିକା ।

ଏହା ମଧ୍ୟ ପଢନ୍ତୁ-ସେଦିନର ବାଳକ ଆଜିର ବିରାଟ କ୍ରିକେଟର, କୋହଲିଙ୍କ 50ତମ ଶତକ ପରେ ଏମିତି କହିଲେ ସଚିନ

ଚଳିତ ବିଶ୍ବକପରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆର ପ୍ରଦର୍ଶନ ଦମଦାର ରହିଥିଲା । ଦୁଇ ଦଳ 9ଟି ଲିଗ୍‌ ମ୍ୟାଚରୁ 7ଟି ଲେଖାଏଁ ବିଜୟୀ ହୋଇ ପଏଣ୍ଟ ଟେବୁଲର ଦ୍ବିତୀୟ ଓ ତୃତୟୀ ସ୍ଥାନରେ ରହି ଫାଇନାଲକୁ ପ୍ରବେଶ କରିଥିଲେ । ଅଷ୍ଟ୍ରେଲିଆର ବ୍ୟାଟିଂ ବିଭାଗ ବେଶ ସୁଦୃଢ଼ ରହିଛି । ଡେଭିଡ ଓ୍ବାର୍ଣ୍ଣର, ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ଓ ମିଚେଲ ପୂର୍ବରୁ ଖେଳାଯାଇଥିବା ମ୍ୟାଚରେ ବିସ୍ଫୋରକ ବ୍ୟାଟିଂ କରି ଦୁଇଟି ଲେଖାଏଁ ଶତକ ହାସଲ କରିଛନ୍ତି । ଏହି ବ୍ୟାଟର ଆଜି ବିପକ୍ଷ ଦଳ ପାଇଁ ଭାରି ପଡ଼ି ପାରନ୍ତି ।

1999 ଓ 2007ରେ ଖେଳାଯାଇଥିବା ବିଶ୍ବକପ୍‌ ସେମିଫାଇନାଲରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା ହୋଇଥିଲା । ଦୁଇଟି ଯାକ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା । କିନ୍ତୁ ଆଜିର ମ୍ୟାଚରେ ଦକ୍ଷିଣ ଆଫ୍ରିକା ଦଳ ପୂର୍ବ ଭୁଲକୁ ସୁଧାରି ନିଜ ପ୍ରସ୍ତୁତ କରିଛି । ଦଳର ଉଭୟ ବୋଲିଂ ଓ ବ୍ୟାଟିଂ ବିଭାଗ ମଜଭୁତ ରହିଛି। ଅଷ୍ଟ୍ରେଲିଆ ବ୍ୟାଟରଙ୍କୁ ଚିତ୍‌ପଟାଙ୍ଗ୍‌ କରିବାକୁ ପେସ ବୋଲର ରାବଡା, ଲୁଙ୍ଗି ଏନଗିଡି ଓ ମାର୍କୋ ଜାନସେନ ରହିଛନ୍ତି । ସେହିପରି ଅଷ୍ଟ୍ରେଲିଆର ଲେଗ୍‌ ସ୍ପିନର ଆଡାମ ଜାମ୍ପାଙ୍କ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି। ବିଶ୍ବକପରେ ବର୍ତ୍ତମାନ ସୁଦ୍ଧା ସେ 22ଟି ଓ୍ବିକେଟ୍‌ ନେଇଛନ୍ତି । ବିଶ୍ବକପରେ ସର୍ବାଧିକ ଓ୍ବିକେଟ ହାସଲକାରୀଙ୍କ ମଧ୍ୟରେ ସେ ଦ୍ବିତୀୟ ସ୍ଥାନରେ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.