ETV Bharat / sports

Cricket World Cup 2023: ୯୦ ରନ୍‌ରେ ଅଲ୍‌ଆଉଟ ଡଚ୍‌ ଦଳ, ଅଷ୍ଟ୍ରେଲିଆର ଐତିହାସିକ ବିଜୟ - ଆଡାମ ଜାମ୍ପା

କଙ୍ଗାରୁ ବ୍ୟାଟରଙ୍କ ବିସ୍ଫୋରଣ ପରେ ବୋଲରଙ୍କ କମାଲ । ୪୦୦ ରନ୍‌ର ପିଛା କରିବାକୁ ଯାଇ ୯୦ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଲା ନେଦରଲ୍ୟାଣ୍ଡ । ଫଳରେ ବିଶ୍ବକପ୍‌ ଇତିହାସରେ ପ୍ରଥମ ଥର ପାଇଁ ୩୦୦ରୁ ଅଧିକ ରନ୍‌ରେ ଜିତି ରେକର୍ଡ କରିଛି ଅଷ୍ଟ୍ରେଲିଆ । ବିସ୍ଫୋରକ ଶତକ ହାସଲ କରିଥିବା ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ । ଅଧିକ ପଢ଼ନ୍ତୁ

ଅଷ୍ଟ୍ରେଲିଆର ଏକପାଖିଆ ବିଜୟ
ଅଷ୍ଟ୍ରେଲିଆର ଏକପାଖିଆ ବିଜୟ
author img

By ETV Bharat Odisha Team

Published : Oct 25, 2023, 8:41 PM IST

Updated : Oct 25, 2023, 8:54 PM IST

ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟ୍‌ଲୀ ଷ୍ଟାଡିୟମରେ ନେଦରଲ୍ୟାଣ୍ଡକୁ ଏକପାଖିଆ ଭାବେ ହରାଇଲା ୫ ଥରର ବିଶ୍ବ ଚମ୍ପିଆନ୍‌ ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରି ମ୍ୟାକ୍ସୱେଲ୍‌ଙ୍କ ବିସ୍ଫୋରଣ ଓ ୱାର୍ଣ୍ଣରଙ୍କ ଶତକ ବଳରେ ୩୯୯ ରନର ବଡ଼ ସ୍କୋର କରିଥିଲା ଅଷ୍ଟ୍ରେଲିଆ । ହେଲେ କେବଳ ୨୧ ଓଭରରେ ୯୦ ରନ ପାଇଁ ସମସ୍ତ ୱିକେଟ୍‌ ହରାଇଛି ଡଚ୍‌ ଦଳ । ଅଷ୍ଟ୍ରେଲିଆ ପାଳିରେ ୱାର୍ଣ୍ଣର ୯୩ ବଲରୁ ୧୦୪ ରନର ପାଳି ଖେଳି ଆଉଟ୍‌ ହେବାପରେ କେବଳ ୪୪ ବଲରୁ ୧୦୬ ରନର ବିସ୍ଫୋରକ ପାଳି ଖେଳିଥିଲେ ମ୍ୟାକ୍ସୱେଲ୍‌ । ଷ୍ଟିଭ୍‌ ସ୍ମିଥ୍‌ (୭୧) ଓ ମାର୍ନସ ଲାବୁସାନେ (୬୨) ମଧ୍ୟ ଦଳ ପାଇଁ ଉପଯୋଗୀ ବ୍ୟାଟିଂ କରିଥିଲେ । ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍‌ ହରାଇ ୩୯୯ ରନର ବିଶାଳ ସ୍କୋର କରିଥିଲା ଅଷ୍ଟ୍ରେଲିଆ । ଜବାବରେ କେବଳ ୯୦ ରନ୍‌ରେ ଅଲ୍‌ଆଉଟ୍‌ ହୋଇଛି ନେଦରଲ୍ୟାଣ୍ଡ । ଫଳରେ ବିଶ୍ବକପ୍‌ ଇତିହାସରେ ପ୍ରଥମ ଥର ପାଇଁ ୩୦୦ରୁ ଅଧିକ ରନ୍‌ରେ ଜିତି ରେକର୍ଡ କରିଛି ଅଷ୍ଟ୍ରେଲିଆ । ଆଡାମ ଜାମ୍ପା କଙ୍ଗାରୁ ଦଳ ପାଇଁ ସର୍ବାଧିକ ୪ ୱିକେଟ୍‌ ସଫଳତା ହାତେଇଛନ୍ତି । ବିସ୍ଫୋରକ ଶତକ ହାସଲ କରିଥିବା ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।

ଅଷ୍ଟ୍ରେଲିଆ ବ୍ୟାଟିଂ: ଆଜି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ । ଦଳୀୟ ସ୍କୋର ୨୮ ରନ ହୋଇଥିବାବେଳେ ମିଚେଲ୍‌ ମାର୍ଶ କେବଳ ୯ ରନ କରି ପାଭିଲିୟନ ଫେରିଥିଲେ । ଏହାପରେ ଡେଭିଡ୍‌ ୱାର୍ଣ୍ଣର ଓ ଷ୍ଟିଭ୍‌ ସ୍ମିଥ୍‌ଙ୍କ ମଧ୍ୟରେ ଶତକୀୟ ଭାଗିଦାରୀ ଦେଖିବାକୁ ମିଳିଥିଲା । ଦ୍ବିତୀୟ ୱିକେଟ୍‌ ପାଇଁ ଉଭୟ ଦଳୀୟ ଖାତାରେ ୧୩୨ ରନ ଯୋଡ଼ିଥିଲେ । ଏହାପରେ ୭୧ ରନ କରି ସ୍ମିଥ୍‌ ଆଉଟ୍‌ ହୋଇଯାଇଥିଲେ । ମାର୍ନସ ଲାବୁସାନେ ଆକ୍ରମଣାତ୍ମକ ଖେଳି ୪୭ ବଲରୁ ୬୨ ରନ କରି ଆଉଟ୍‌ ହୋଇଥିଲେ । ଅନ୍ୟପଟେ ୯୩ ବଲରୁ ୧୧ ଚୌକା ଓ ୩ ଛକା ବଳରେ ଦମଦାର ଶତକ ହାସଲ କରିଥିଲେ ୱାର୍ଣ୍ଣର । ଜୋଶ ଇଂଲିଶ ୧୪ ରନ କରି ଆଉଟ୍‌ ହୋଇଥିବାବେଳେ ଅଧିନାୟକ ପ୍ୟାଟ୍‌ କମିନ୍ସ ୧୨ ଓ କାମେରନ ଗ୍ରୀନ ୮ ରନ କରି ଆଉଟ୍‌ ହୋଇଥିଲେ । ତେବେ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ପଡ଼ିଆକୁ ଆସିବା ମାତ୍ରେ ଆକ୍ରମଣ ଆରମ୍ଭ କରିଥିଲେ । କେବଳ ୪୦ ବଲରୁ ସେ ଦିନିକିଆ ବିଶ୍ବକପ୍‌ ଇତିହାସରେ ଦୃତତମ ଶତକ ହାସଲ କରିନେଇଥିଲେ । ସେ କେବଳ ୪୪ ବଲରୁ ୯ ଚୌକା ଓ ୮ ଛକା ବଳରେ ୧୦୬ ରନ କରି ଆଉଟ୍‌ ହୋଇଥିଲେ । ଫଳରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍‌ ହରାଇ ୩୯୯ ରନର ବିଶାଳ ସ୍କୋର କରିଥିଲା ।

ନେଦରଲ୍ୟାଣ୍ଡ ବୋଲିଂ: ନେଦରଲ୍ୟାଣ୍ଡ ପାଇଁ ଆଜି ଦଳର ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ । କଙ୍ଗାରୁ ବ୍ୟାଟରଙ୍କ ବିସ୍ଫୋରକ ଆକ୍ରମଣରେ ଲାଇନ୍‌ ଓ ଲେନ୍ଥ ଭୁଲିଯାଇଥିଲେ ଡଚ୍‌ ବୋଲର । ଦଳର ଲୋଗାନ୍‌ ଭାନ୍‌ ବିକ୍‌ ସର୍ବାଧିକ ୪ ୱିକେଟ୍‌ ସଫଳତା ହାତେଇଥିଲେ । ସେ ୧୦ ଓଭରରୁ ୭୪ ରନ ବ୍ୟୟ କରିଥିଲେ । ବାସ୍‌ ଡିଲେଡ୍‌ ୨ ୱିକେଟ୍‌ ଅକ୍ତିଆର କରିଥିଲେ ମଧ୍ୟ ୧୦ ଓଭରରୁ ୧୧୫ ରନ ବ୍ୟୟ କରି ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଆର୍ଯ୍ୟାନ ଦତ୍ତଙ୍କୁ ଗୋଟିଏ ସଫଳତା ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ୱାର୍ଣ୍ଣରଙ୍କ ପରେ ମ୍ୟାକ୍ସୱେଲ୍‌ଙ୍କ ବିସ୍ଫୋରଣ, ନେଦରଲ୍ୟାଣ୍ଡ ଆଗରେ ୪୦୦ରନର ବଡ଼ ଟାର୍ଗେଟ୍‌

ନେଦରଲ୍ୟାଣ୍ଡ ବ୍ୟାଟିଂ: ୪୦୦ ରନର ଲକ୍ଷ୍ୟ ନେଇ ଡଚ୍‌ ଦଳ ପାଇଁ ଭଲ ଆରମ୍ଭ କରିଥିଲେ ଓପନର ବିକ୍ରମଜିତ ସିଂହ । ହେଲେ ଅନ୍ୟପଟେ ୬ ରନ କରି ମ୍ୟାକ୍ସ ଓଡୱଡ୍‌ ଆଉଟ୍‌ ହୋଇଥିଲେ । ଏହାପରେ ଦଳ ପାଇଁ ସର୍ବାଧିକ ସ୍କୋର କରିଥିବା ବିକ୍ରମଜିତ୍‌ ସିଂହ ରନ୍‌ ଆଉଟ୍‌ ହୋଇଯାଇଥିଲେ । ସେ ୨୫ ବଲରୁ ୬ ଚୌକା ସହିତ ୨୫ ରନ କରି ଆଉଟ୍‌ ହୋଇଥିଲେ । ଅନ୍ୟ କୌଣସି ଡଚ୍‌ ବ୍ୟାଟର ୧୫ ରନ ମଧ୍ୟ କରିବାରେ ସକ୍ଷମ ହୋଇନଥିଲେ । ଫଳରେ ୨୧ ଓଭରରେ କେବଳ ୯୦ ରନ ପାଇଁ ସମସ୍ତ ୱିକେଟ୍‌ ହରାଇଥିଲା ନେଦରଲ୍ୟାଣ୍ଡ ।

ଅଷ୍ଟ୍ରେଲିଆ ବୋଲିଂ: ଧୂଆଁଧାର ବ୍ୟାଟିଂ ପରେ ଅଷ୍ଟ୍ରେଲିଆ ଦଳର ଦମଦାର ବୋଲିଂ ମଧ୍ୟ ଦେଖିବାକୁ ମିଳିଥିଲା । ଆରମ୍ଭରୁ ଡଚ୍‌ ବ୍ୟାଟରଙ୍କ ଉପରେ ଚାପ ସୃଷ୍ଟି କରିଥିଲେ କଙ୍ଗାରୁ ବୋଲର । ଦଳ ପକ୍ଷରୁ ଆଡାମ ଜାମ୍ପା ୩ ଓଭରରେ କେବଳ ୮ ରନ ବ୍ୟୟ କରି ସର୍ବାଧିକ ୪ ୱିକେଟ୍‌ ସଫଳତା ହାସଲ କରିଥିଲେ । ମିଚେଲ୍‌ ମାର୍ଶ ୨ ୱିକେଟ୍‌ ପାଇଥିବାବେଳେ ସେ ୪ ଓଭରରେ ୧୯ ରନ ଖର୍ଚ୍ଚ କରିଥିଲେ । ମିଚେଲ୍‌ ଷ୍ଟାର୍କ ଓ ଜୋଶ ହାଜଲେଉଡ୍‌ଙ୍କ ସମେତ ଅଧିନାୟକ ପ୍ୟାଟ୍‌ କମିନ୍ସ ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ ।

  • " class="align-text-top noRightClick twitterSection" data="">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 25, 2023, 8:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.