ETV Bharat / sports

World Cup 2023: ଆଜି ଆଫଗାନିସ୍ତାନ-ଦକ୍ଷିଣ ଆଫ୍ରିକା ଲଢ଼େଇ, ସେମି ଆଶାରେ ହସମତୁଲ୍ଲା ସେନା

author img

By ETV Bharat Odisha Team

Published : Nov 10, 2023, 10:13 AM IST

World Cup 2023: ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପର 42ତମ ଲିଗ ମ୍ୟାଚରେ ଆଜି ଆଫଗାନିସ୍ତାନ ଓ ଦକ୍ଷଣ ଆଫ୍ରିକା ମଧ୍ୟରେ ମ୍ୟାଚ ରହିଛି । ବିଜୟ ସହ ସେମି ଆଶାରେ ରହିଛି ଆଫଗାନିସ୍ତାନ । ଅଧିକ ପଢନ୍ତୁ

Cricket World Cup 2023
Afghanistan vs South africa

ଅହମ୍ମଦାବାଦ: କ୍ରିକେଟ ମହାକୁମ୍ଭ ବିଶ୍ବକପ 2023 ସେମି ଫାଇନାଲକୁ ଆଉ ମାତ୍ର କିଛି ଦିନ । 95 ପ୍ରତିଶତ ଲିଗ ମ୍ୟାଚ ସରିଯାଇଥିବାକୁ ଏବେ ଫାଇଟ ଟାଇଟ ହେବାକୁ ଲାଗିଛି । ଚତୁର୍ଥ ଦଳ ଭାରେ ସେମିରେ କିଏ ପ୍ରବେଶ କରିବା ତାହା ଉପରେ ସମସ୍ତଙ୍କ ନଜର ରହିଛି । ଆଜି 42ତମ ଲିଗ୍‌ ମ୍ୟାଚରେ ଆଫଗାନିସ୍ତାନ ଓ ଦକ୍ଷିଣ ଆଫ୍ରିକା ପରସ୍ପରକୁ ଭେଟିବ । ପଏଣ୍ଟ ଟେବୁଲ ଦ୍ବିତୀୟ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକା ସେମିରେ ପ୍ରବେଶ କରି ସାରିଛି । ଆଜି ଆଫଗାନିସ୍ତାନକୁ ହରାଇ ଏକ ଭଲ ସ୍ଥିତିରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି ଦଳ । ସେପଟେ ସେମି ଆଶାରେ ରହିଛି ଆଫଗାନିସ୍ତାନ । ଦକ୍ଷିଣ ଆଫ୍ରିକାକୁ ଏକ ବଡ଼ ବ୍ୟବଧାନରେ ପରାସ୍ତ କରି ସେମିରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି ହସମତୁଲ୍ଲା ସାହିଦି ବାହିନୀ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ ।

ଏହା ବି ପଢନ୍ତୁ...Cricket World Cup 2023: ଭାରତ-ନ୍ୟୁଜିଲାଣ୍ଡ ସେମି ଟକ୍କର ! ପାକିସ୍ତାନ ଆଗରେ ବଡ ଚ୍ୟାଲେଞ୍ଜ

ଦକ୍ଷିଣ ଆଫ୍ରିକା ଏଥରେ ବିଶ୍ବକପରେ ବିସ୍ଫୋରକ ପ୍ରଦର୍ଶନ କରିଛି । ଏଯାବତ ଦଳ 8ଟି ମ୍ୟାଚ୍‌ ଖେଳି 6ଟିରେ ବିଜୟ ହାସଲ କରିଛି । 12ପଏଣ୍ଟ ସହ ଦ୍ବିତୀୟ ଦଳ ଭାରେ ସେମି ଫାଇନାଲରେ ପ୍ରବେଶ କରି ସାରିଛି । ଆଜି ଆଫଗାନିସ୍ତାନକୁ ହରାଇ ସପ୍ତମ ବିଜୟ ଲକ୍ଷ୍ୟରେ ରହିଛି । ସେମିଫାଇନାଲ ପୂର୍ବରୁ ବିଜୟ ଲୟରେ ରହିବାକୁ ଚାହିଁବ ଦକ୍ଷିଣ ଆଫ୍ରିକା । ଦଳରେ ଏକାଧିକ ଦମଦାର ଖେଳାଳି ରହିଛନ୍ତି । ବିସ୍ଫୋରକ ବ୍ୟାଟିଂ କରି ଆତଙ୍କ ଖେଳାଇଛନ୍ତି । କ୍ବିଣ୍ଟନ ଡି'କକ୍‌, ରାଚିନ ରବିନ୍ଦ୍ର ଫୁଲ ଫର୍ମରେ ରହିଛନ୍ତି । ଭାରତ ଓ ନେଦରଲାଣ୍ଡ୍‌ ବିପକ୍ଷରେ ପରାସ୍ତ ହୋଇଥିବା ଦକ୍ଷିଣ ଆଫ୍ରିକା ବାକି ସବୁ ମ୍ୟାଚ ଜିତିଛି । ଆଜି ଆଫଗାନିସ୍ତାନ ବିପକ୍ଷରେ ବଡ଼ ବିଜୟ ଲକ୍ଷ୍ୟରେ ରହିଛି । ଆଫଗାନିସ୍ତାନ ବିପକ୍ଷରେ ଦିକ୍ଷଣ ଆଫ୍ରିକାର ପଲ୍ଲା ଭାରି ରହିଛି । ତେଣୁ ଦଳର ବିଜୟ ସମ୍ଭାବନା ଅଧିକ ।

ଚଳିତ ବିଶ୍ବକପରେ 4ଟି ଲିଗ ମ୍ୟାଚ ଜିତିଥିବା ଆଫଗାନିସ୍ତାନ ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଜୟ ସହ ସେମିରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ହାରିଥିଲେ ବି ଦଳ ଭଲ ପ୍ରଦର୍ଶନ କରିଥିଲା । ବିଜୟ ସମ୍ଭାବନା ଅଧିକ ଥିଲା ମାତ୍ର ମ୍ୟାକ୍ସୱେଲଙ୍କ ବିସ୍ଫୋରକ 201 ରନରେ ବାଜି ମାରି ନେଇଥିଲା କଙ୍ଗାରୁ ଦଳ । ଦକ୍ଷିଣ ଆଫ୍ରିକାକୁ ହରାଇ ସେମିରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି ।

ଏହା ବି ପଢନ୍ତୁ...world cup 2023: ଭାରତ-ପାକିସ୍ତାନ ମଧ୍ୟରେ ହେବ କି ସେମି ଲଢେଇ ? ଜାଣନ୍ତୁ କଣ କହୁଛି ତାଜା ସମୀକରଣ

ପିଚ୍ ରିପୋର୍ଟ: ଅହମ୍ମଦାବାଦ ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ । ଟସ୍‌ ବିଜୟୀ ଦଳ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇପାରେ । ଆଫଗାନିସ୍ତାନ ସ୍ପିନର ଏହି ପିଚ୍‌ର ଫାଇଦା ଉଠାଇ ପାରିବେ । ଏହି ପିଚ୍‌ରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ମ୍ୟାଚ୍‌ ଖେଳାଯାଇଥିଲା ଯେଉଁଥିରେ 9 ୱିକେଟରେ ବିଜୟ ହାସଲ କରିଥିଲେ କିୱି ଦଳ ।

ଆଫଗାନିସ୍ତାନ ସମ୍ଭାବ୍ୟ ଦଳ: ରହମନୁଲ୍ଲା ଗୁରବାଜ, ଇବ୍ରାହିମ ଜାଦ୍ରାନ, ରହମତ ଶାହ, ହସମତୁଲ୍ଲା ସାହିଦି (ଅଧିନାୟକ), ଅଜମତୁଲ୍ଲା ଓମାରଜାଇ, ମହମ୍ମଦ ନବି, ଇକରାମ ଅଲିଖିଲ, ରସିଦ ଖାନ, ମୁଜିବ ଉର୍‌ ରେହମାନ, ନବୀନ ଉଲ ହକ, ନୁର ଅହମ୍ମଦ ।

ଦକ୍ଷିଣ ଆଫ୍ରିକା ସମ୍ଭାବ୍ୟ ଦଳ: କ୍ବିଣ୍ଟନ ଡି'କକ୍, ତେମ୍ବା ବଭୁମା, ରାଶି ଭାନ ଡର ଡୁସେନ, ଆଡେନ ମାର୍କ୍ରମ, ହେନରିକ କ୍ଲାସେନ୍‌, ଡେଭିଡ ମିଲର, ମାର୍କୋ ଜାନସେନ, କେଶବ ମହାରାଜ, କାଗିସୋ ରାବାଡା, ଲୁଙ୍ଗି ଏନଗିଡି, ତାବ୍ରେଜ୍‌ ସାମ୍‌ସି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.